-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
20-Jun-2026
ବିନିକା (ହିମାଂଶୁ ଶେଖର ପୁଟେଲ)
ସୁବର୍ଣ୍ଣପୁର ଜିଲ୍ଲା ବିଜେଡି ଯୁବ ସଭାପତି ତଥା ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦ ଙ୍କ ସ୍ଵାମୀ ଅଶୋକ ନନ୍ଦ ଙ୍କ ଘରକୁ ବିଳମ୍ୱିତ ରାତିରେ କିଛି ଅଜଣା ଲୋକ ଗୁଳିମାଡ଼ କରିଥିବା ଜଣାପଡ଼ିଛି। ବିନିକା ଥାନା ଅନ୍ତର୍ଗତ ସିଂଘିଜୁବା ଘର ସାମନା ରେ ଥିବା କାର ଓ ଘର ଭିତର ଥିବା କାରରେ ଗୁଳି ବାଜିଛି।
ବ୍ଲକ ଅଧ୍ୟକ୍ଷା ଙ୍କ ସ୍ୱାମୀ ତାଙ୍କର ଶତ୍ରୁତା କାହାରି ସାଙ୍ଗ ରେ ନ ଥିବା ନେଇ ପ୍ରତିକ୍ରୀୟା ରେ କହିଛନ୍ତି। ତେବେ ସି ସି ଟିଭି ଫୁଟେଜରୁ ଯାହା ଜଣା ପଡୁଛି ଏକ କାରରେ ପ୍ରାୟ ୪/୫ଜଣ ଦୁର୍ବୁତ୍ତ ଆସିଥିଲେ ବୋଲି ସନ୍ଦେହ କରାଯାଉଛି ।ସେଥିରୁ ଜଣେ ମୁଖା ପିନ୍ଧା ଥିବା ବେଳେ ବାକି ବ୍ୟକ୍ତି ମାନଙ୍କ ଚେହେରା ଆଦୋ ଜଣାପଡୁ ନାହିଁ । କେଉଁ କାରଣରୁ କିଏ କାହିଁକି ଗୁଲି ମାଡ଼ କଲା କାରଣ ସ୍ପଷ୍ଟ ଜଣାପଡ଼ିନାହିଁ, ବିନିକା ପୋଲିସ ଘଟଣା ସ୍ଥଳରେ ପହଂଚି ଯାଞକରୁଛି ।ସେହିପରି ଅନ୍ୟ ପକ୍ଷରେ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଟିମ ଆସି ଅଧିକ ଯାଞ୍ଚ କରି ଫେରି ଯାଇଛନ୍ତି ।ତଥାପି ବି ଗୁଳି ମାଡ଼ର ପ୍ରକୃତ ସତ୍ୟାସତ୍ୟ ଘଟଣା ସ୍ୱଷ୍ଟ ଭାବେ ଜଣାପଡ଼ି ନ ଥିବା ଖବର ମିଳିଛି ।