-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ବାଲିଗୁଡା,(ସୁଶିଲ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ କ. ନୂଆଗାଁ ବ୍ଲକ ସାରଙ୍ଗଡ ଥାନା ଅନ୍ତର୍ଗତ ଜିରିଡ଼ିକିଆ ପଞ୍ଚାୟତର କପଗୁଡ଼ା , ଡ଼ଲାବାଡ଼ି ଓ କଙ୍ଗେରିକିଆ ଏବଂ ସାରଙ୍ଗଡ଼ ଆଦି ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ପ୍ରାୟ ୪୦ ଏକର ଜମିରେ ବେଆଇନ ଭାବେ ଚାଷ ହୋଇଥିବା ଗଞ୍ଜେଇ ଗଛକୁ କାଟି ନିଆଁ ଲଗାଇ ନଷ୍ଟ କରିଛି ସାରଙ୍ଗଡ଼ ପୁଲିସ୍। ଏହାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ସାରଙ୍ଗଡ଼ ଥାନାର କେସ ନଂ ୧୧ା୨୧ରେ ଏକ ମାମଲା ରୁଜୁକରାଯାଇ ଅଧିକ ତଦନ୍ତ ଚାଲିଥିବାର ଥାନା ଅଧିକାରୀ ଅନିତା କିଡ଼ୋ ସୂଚନା ଦେଇଛନ୍ତି। ଏହି ଚଢାଉରେ କ.ନୂଆଗାଁ ତହସିଲ୍ଦାର ମନୋଜ କୁମାର ଦେବତା , ଅବାକରୀ ବିଭାଗର ଏସ୍.ଆଇ ନିରୁପମା ପ୍ରଧାନ ଓ ସାରଙ୍ଗଡ଼ ଥାନାର କୃଷ୍ଣ ଚନ୍ଦ୍ର ଗୌଡ଼ଙ୍କ ସମେତ ପୁଲିସ୍ ଫୋର୍ସ ସାମିଲ୍ ହୋଇଥିଲେ।