-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
03-Jun-2026
(ଡୋଲେଶ୍ୱର ବାଗ)ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି l ବିଶେଷ ସୂତ୍ର ରୁ ଖବର ପାଇ ଏକ ଜୁଆ ଆଡ୍ଡାରେ ଚଢ଼ାଉ କରିଥିଲେ। ଖରିଆର ରୋଡ ସହର ଜୁଆ ଆଡ୍ଡା ଭାବରେ ବେଶ୍ ପରିଚିତ। ଏହା ପୂର୍ବରୁ ମଧ୍ୟ ଅନେକ ଘଟଣା ସାମ୍ନାକୁ ଆସିଅଛି। ଗତ କାଲି ୨୨ ଜୁଆଡିଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୩ ଲକ୍ଷ ୫୬ ହଜାର ଟଙ୍କା, ୨୦ ଟି ମୋବାଇଲ ଫୋନ୍, ୬ ଗୋଟି ବାଇକ୍ ଜବତ ହୋଇଛି l ଏକ ବିଶେଷ ସୂତ୍ରରୁ ସୂଚନା ପାଇ ଜୋଙ୍କ ଥାନା ଝାଲ୍ ବାହାଳ ଗାଁ ନିକଟ ଜଙ୍ଗଲରେ ପୋଲିସ ଚଢ଼ାଉ କରି ଥିଲା l ନୂଆପଡ଼ା ତଥା ପଡ଼ୋଶୀ ଜିଲ୍ଲା ଓ ଛତିଶଗଡ଼ ରାଜ୍ୟର ଜୁଆଡିମାନେ ଆସି ଜୁଆ ଖେଳୁ ଥିଲେ। ଜୁଆଡ଼ି ମାନେ ଖରୀଆର ରୋଡ ସହ ପଡୋଶୀ ରାଜ୍ୟ ଛତିଶଗଡର ବହୁ ଜଣ ଥିଲେ। ୨୨ ଜଣଙ୍କୁ ଯୋନୀ ପୋଲିସ ଗିରଫ କରିଅଛି।l ଆଜି ଏକ ପ୍ରେସ୍ ମିଟ୍ ରେ ନୂଆପଡ଼ା ଏସପି ଅମ୍ରିତ ପାଲ ସିଂହ ସୂଚନା ଦେଇଛନ୍ତି l