-+91-9937148622 |
prerana_bgr@rediffmail.com |
Tuesday 16th June 2026 |
R.N.I. Regd No. ODIODI/2010/46693
Breaking News
29-May-2026
ଲୋଇସିଂହା, (ବିନୋଦ ଦୀପ) ଆସନ୍ତା ୩୦ ତାରିଖରୁ ରାଜ୍ୟରେ ଆରମ୍ଭ ହେବାକୁ ଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ବା ଏସ୍ଆଇଆର୍ ସୁଚାରୁ ରୂପରେ ସଂପାଦନ ପରିପ୍ରେକ୍ଷୀରେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ) ଓ ବିଏଲଓ ସୁପରଭାଇଜରମାନଙ୍କର ଏକ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲୋଇସିଂହା ବ୍ଲକ ଅଫିସ ସ୍ଥିତ ସମିତି ସଭାଗୃହ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପ୍ରଶିକ୍ଷଣ ରେ ଲୋଇସିଂହା -୬୬ ନମ୍ବର ବିଧାନସଭା କ୍ଷେତ୍ରର ବୁଥ୍ ସ୍ତରୀୟ ଅଧିକାରୀମାନେ ଓ ବିଏଲଓ ସୁପରଭାଇଜରମାନେ, ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ । ପ୍ରଶିକ୍ଷଣରେ ଭୋଟର ସମ୍ବନ୍ଧୀୟ ଫର୍ମ କିପରି ପୂରଣ କରାଯିବ ଏବଂ ଏହାକୁ ୱେବସାଇଟରେ କିପରି ଅପଲୋଡ୍ କରାଯିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା ସହ ପ୍ରାୟୋଗିକ ତାଲିମ ପ୍ରଦାନ କରାଯାଇଥିଲା । ୩୦ ମଇରୁ ୨୮ ଜୁନ୍ ୨୦୨୬ ମଧ୍ୟରେ ବୁଥ୍ ସ୍ତରୀୟ ଅଧିକାରୀ ବା ବିଏଲଓ ମାନେ ଘରକୁ ଘର ପରିଦର୍ଶନ କରି ଫର୍ମ ବଣ୍ଟନ କରିବେ ଏବଂ ଭୋଟର ସମ୍ବନ୍ଧୀୟ ସୂଚନା ସଂଗ୍ରହ କରିବେ । ଆଜିର ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠି , ଡେପୁଟି କଲେକ୍ଟର ଆଲୋକ ପଟେଲ , ଲୋଇସିଂହା ବିଡ଼ିଓ ଅକ୍ଷୟପାଣି ଉଡ୍ଡୁ, ତହସିଲଦାର ଟିକୁନୁ ପୁଟା,ଏବିଡିଓ କିଶୋରଚନ୍ଦ୍ର ମାନସିଂହ ପ୍ରମୁଖ ଭାବେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l