-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
29-May-2026
କଟକ(ତପନ ମହାନ୍ତି) କଟକ ନୂଆବଜ଼ାର ପୋତାପୋଖରୀ ନିକଟରେ ଥିବା କୁଷ୍ଠ ଚିକିତ୍ସାଳୟରେ ରୋଗୀ ମାନେ ଖାଦ୍ୟ ନ ପାଇ ପାଖାପାଖି ୧୫୫ ଜଣ ରୋଗୀ ସୁପରିଟେଣ୍ଡେଟ୍ ଅଫିସ ସମ୍ମୁଖରେ ଧାରଣାରେ ବସିରହିଥିଲେ ଏଠି ପ୍ରଶାସନିକ ଅଧିକାରୀ କିମ୍ବା ଖାଦ୍ୟ ଦେବାପାଇଁ ଦିଆଯାଇଥିବା ଏକ ସଂସ୍ଥା ହିନ୍ଦ କୁଷ୍ଠ ନିବାରଣ ସଂଘ(HKNS) ଏସ୍ କେ ଏସ୍ ଗ୍ରୁପ୍ କୁ ଖାଦ୍ୟ ଦେବାପାଇଁ ଚୁକ୍ତି ହୋଇଥିଲା ହେଲେ ୧୮ ମାସ ହେଲାଣି କୋଟିଏରୁ ଉର୍ଦ୍ଧ୍ବ ଟଙ୍କା ବକେୟା ପଡିରହିଥିବାରୁ ଉକ୍ତ ଗ୍ରୁପ୍ ଆଉ ଖାଦ୍ୟ ଯୋଗାଇ ପାରିବ ନାହିଁ ବୋଲି ଖାଦ୍ୟ ବନ୍ଦ କରି ଦେଇ ଥିଲା କଲେକ୍ଟର, ସିଡିଏମ ଓ ଡିଏସ୍ ଏସ୍ ଙ୍କୁ ଗ୍ରୁପ୍ ମେମ୍ବର ଜଣାଇବା ସ୍ୱତ୍ତ୍ୱେ କିଛି ସୁଫଳ ନ ମିଳିବାରୁ ବାଧ୍ୟହୋଇ ସଂଘ ଆଉ ଖାଦ୍ୟ ଯୋଗାଇ ପାରିବେ ନାହିଁ ବୋଲି ରୋକଠକ ଶୁଣା ଇଥିଲେ । ଏହି ଖବର ଚୌଦ୍ୱାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ପାଇ ସଂଗେ ସଂଗେ ଜିଲ୍ଲା ପାଳଙ୍କୁ ଜଣାଇଥିଲେ ଜିଲ୍ଲାପାଳ ଖଦ୍ୟ ଦେବାପାଇଁ ରେଡ୍କ୍ରକ୍ରସକୁ ଜଣା ଇବାରୁ ଖାଦ୍ୟ ଆସି ପହଂଚିଥିଲା । ରୋଗୀମାନେ ଖାଦ୍ୟ ଖାଇ ଧାରଣା ଉଠିଥିଲେ ।