-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଆହାର କେନ୍ଦ୍ରରେ ଆନୁସଙ୍ଗିିକ ସୁବିଧା ନାହିଁ, ପ୍ରତିକୂଳ ପରିସ୍ଥିତିରେ ଵି ଭୋକିଲା ମୁହଁରେ ହସ ଫୁଟାଉଛନ୍ତି ଏସ୍.ଏଚ୍.ଜି ମହିଳା

28-May-2026



ବଲାଙ୍ଗୀର, ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନଙ୍କ ସଂପର୍କୀୟ ଏବଂ ଜନସାଧାରଣଙ୍କୁ ସୁବିଧାରେ ଓ ସୂଲଭ ମୂଲ୍ୟରେ ଅର୍ଥାତ ମାତ୍ର ୫ଟଙ୍କାରେ ଭାତ ଡାଲମା ଓ ଆଚାର ଯୋଗାଇ ଦେବା ଲକ୍ଷ୍ୟରେ ପ୍ରତ୍ୟେକ ଜିଲ୍ଲାରେ ଆରମ୍ଭ ହୋଇଥିଲା ଆହାର କେନ୍ଦ୍ର । ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନଙ୍କ ଆତ୍ମନିର୍ଭରଶୀଳ କରିବା ପାଇଁ ୨୦୧୬ ମସିହାରେ ତତ୍କାଳୀନ ବିଜେଡି ଅମଳରେ ଏହି ଯୋଜନା ଆରମ୍ଭ ହୋଇଥିଲା। ବଲାଙ୍ଗୀର ଭୀମଭୋଇ ମେଡିକାଲରେ  ଥିବା ଆହାର କେନ୍ଦ୍ର ଦୀର୍ଘ ୧ଠ ବର୍ଷ ହେଲା କାର୍ଯ୍ୟ କରୁଛି। ପ୍ରତ୍ୟେକ ଦିନ ଦୁଇ ଓଳି ଏହି ହସ୍ପିଟାଲ ପରିସରରେ ୯୫ଠ ଜଣ ଲୋକଙ୍କୁ ମହିଳା ମାନେ ଖାଦ୍ୟ ପରସିଥାନ୍ତି। ଠିକ ସେହିପରି ଏହି ସେଣ୍ଟ୍ରାଲ କିଚେନ୍ ରୁ ପ୍ରତ୍ୟେକ ଦିନ ଭୀମ ଭୋଇ ମେଡିକାଲ କଲେଜକୁ ଦୁଇ ଓଳି ମିଶାଇ ୮ଠଠ ଲୋକଙ୍କ ପାଇଁ ଖାଦ୍ୟ ଯାଉଥିବା ବେଳେ ପାଟଣାଗଡ଼କୁ ଗୋଟିଏ ଓଳି ପାଇଁ ୫ଠଠ ଲୋକଙ୍କୁ ରନ୍ଧା ଖାଦ୍ୟ ପଠାଯାଇଥାଏ । ଆହାର କେଦ୍ରକୁ ନିୟମିତ ଭାବରେ ସଙ୍ଗଠିତ ଭାବରେ ପରିଚାଳନା କରିବା ପାଇଁ ପ୍ରଗତି ସୟଂ ସହାୟକ ଗୋଷ୍ଠୀଙ୍କୁ ସରକାର ଦାୟିତ୍ୱ ଦେଇଛନ୍ତି।  ଏହି ଗୋଟିଏ ବର୍ଷ ମଧ୍ୟରେ ଏହି ଆହାର କେନ୍ଦ୍ରରେ ହଜାର ହଜାର ଭୋକିଲା ଶୋଷିଲା ଲୋକ ପେଟପୁରା ଖାଦ୍ୟ ଖାଇ ଆତ୍ମସନ୍ତୋଷ ଲାଭ କରିଥାନ୍ତି। ତେବେ ଗୋଟିଏ ସ୍ଥାନରୁ ଖାଦ୍ୟ ରନ୍ଧା ହୋଇ ତିନୋଟି ସ୍ଥାନର ଭୋକିଲାଙ୍କ ମୁହଁରେ ହସ ଫିଟାଇ ପାରୁଥିବା ଏହି ଆହାର କେନ୍ଦ୍ରରେ ନାନା ଅବ୍ୟବସ୍ଥା ତଥା ରାନ୍ଧଣା ମେସିନର ଅଭାବ ଯୋଗୁଁ  ଲୋକଙ୍କୁ ଠିକ ଭାବରେ ଖାଦ୍ୟ ଦିଆଯାଇ

ପାରୁ ନାହିଁ। ଏଠାରେ ଥିବା  ରୋଷେଇ(ଭାତରନ୍ଧା) ମେସିନ୍  ବହୁଦିନରୁ ଅଚଳ ହୋଇପଡିଛି। ଏ ନେଇ ଅନେକ ଥର ସଂପୃକ୍ତ ଅଧିକାରୀଙ୍କୁ ମହିଳ ମାନେ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣୁ ନଥିବା ଅଭିଯୋଗ ହୋଇଛି। ଏହି ମେସିନ କୁ ଅନ୍ ସେଫ୍ ବୋଲି  କୁହାଯାଇଥିଲେ ସୁଦ୍ଧା ଏସ.ଏସ.ଜି ମା' ମାନେ ଭାଗ୍ୟ କୁ ଆଦରି ନିଜର କାମ କରିଚାଲିଛନ୍ତି। ଏହି ଆହାର କେନ୍ଦ୍ରରେ ସଂଯୋଗ ହୋଇଥିବା ସିସିଟିଭି କେବେ ଠୁ ଅଚଳ ହୋଇ ପଡିଛି। ଏହି ଆହାର କେନ୍ଦ୍ର କୁ ଦୁଇ ତିନି ଥର ଚୋର ପଶି ଅନେକ ରନ୍ଧା ସାମଗ୍ରୀ ଚୋରୀ କରି ନେଇଛନ୍ତି। ଏହାର ପରିଚାଳନ ଦାୟିତ୍ୱ ବଲାଙ୍ଗୀର ମୁନିସିପାଲିଟିକୁ ଦିଆ ଯାଇଥିବା ବେଳେ ମୁନସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ବେହେରାଙ୍କ ମଧ୍ୟ ଏ ସବୁ ସମସ୍ୟା ସଂପର୍କରେ ଦୃଷ୍ଟି ଆକର୍ଷଣ କରାଯାଇଛି । କିନ୍ତୁ ଦେଖିବା, କରିବା କହି ସଂପୃକ୍ତ ଅଧିକାରୀ ମାନେ ଏହାକୁ ଏଡାଇ ଚାଲିଛନ୍ତି। ତେବ ସବୁଠାରୁ ବଡା କଥା ହେଲା ପ୍ରଗତି ସୟଂ ସହାୟକ ଗୋଷ୍ଠୀର ମୋଟ୍ ୧ଠ ସଦସ୍ୟା ପ୍ରତିଦିନ ପାହାନ୍ତିଆରୁ ରାତି ୧ଠଟା ପର୍ଯ୍ୟନ୍ତ  ନିଷ୍ଠାର ସହ ଆହାର କେନ୍ଦ୍ରକୁ ପରିଚାଳନା କରୁଥିବା ବେଳେ ବର୍ତ୍ତମାନ କିଛି କୁଚକ୍ରୀ ଗୋଷ୍ଠୀଙ୍କ ଚକ୍ରାନ୍ତର ଶିକାର ହୋଇଛି ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀ । ଗତ ୨ଠ୨୫ ଅଗଷ୍ଟ ୪ ତାରିଖରେ ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀକୁ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଏହି ଗୋଟିଏ ବର୍ଷରେ ଅବଧି ମଧ୍ୟରେ ନିଜର ଦାୟିତ୍ୱ ସୁଚାରୁ ରୂପେ ପାଳନ କରିଥିବା ଏହି ଏସ୍‌ଏଚ୍‌ଜିର ମହିଳା ମାନଙ୍କୁ ବାଦ ଦେଇ କୁଆଡେ ଆଉ ଏକ ନୂଆ ଏସ୍‌ଏଚ୍‌ଜି କୁ ଆହାର କେନ୍ଦ୍ର ପରିଚାଳନା ଦାୟିତ୍ୱ ଦିଆଯିବାକୁ ପ୍ରଶାସନ ପ୍ରସ୍ତୁତ ହେଉଥିବା ଶୁଣିବାକୁ ମିଳୁଛି । ତେବେ ବର୍ତ୍ତମାନର ବିଜେପି ସରକାର ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ କରିବା ସହ ଲକ୍ଷପତି ଦିଦି ସୃଷ୍ଟି କରିବାର ବାହଃବାହଃ ନେଉଥିବା ବେଳେ ବର୍ଷ ବର୍ଷ ଧରି ଲୋକଙ୍କ ସେବାରେ ରହିଥିବା ଆହାର କେନ୍ଦ୍ରର ପୁନଃରୁଦ୍ଧାର କରିବା ପରିବର୍ତ୍ତେ ସରକାର ଏହି ଏସ୍‌ଏଚ୍‌ଜି ସଂସ୍ଥା ର ମହିଳା ମାନଙ୍କ ପ୍ରତି ଏତେ ନିର୍ଦ୍ଦୟ କାହିିଁକି ବୋଲି ପ୍ରଶ୍ନ ଉଠେ । ଏ ସଂକ୍ରାନ୍ତରେ ଆମେ ବଲାଙ୍ଗୀର ମୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଥିଲୁ , ସେ ଏ ସଂପକ୍ରରେ ପୁଣିି ଏକ ବୈଠକ ଡକାଯାଇ ଚୁଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ତେବେ ପୁରୁଣା ସଂସ୍ଥାର ନବୀକରଣ  ନକରି ହଠାତ୍  ନୂଆ ଏକ ଏସ୍‌ଏଚ୍‌ଜି ସଂସ୍ଥା କୁ ଆହର କେନ୍ଦ୍ରର ପରିଚାଳନା ଦାୟିତ୍ୱ ହସ୍ତାନ୍ତର କରିବା ସଂକ୍ରାନ୍ତରେ  ରାଜନୈତିକ ଓ ପ୍ରଶାସନିକ ସ୍ତରରେ କଣ ଅଭିସନ୍ଧି ରହିଛି ତାହା ଏବେ ବଡ ପ୍ରଶ୍ନା ବଲାଙ୍ଗୀର ଜିଲ୍ଲାପାଳ ଓ ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ଏହା ଉପରେ ପୁର୍ନବିଚାର କରିବାକୁ ପ୍ରଗତି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିବେଦନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like