-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
23-May-2026
ବଲାଙ୍ଗୀର (ପ୍ରେରଣା ଖବର) ବଲାଙ୍ଗୀରରେ ସ୍ଥାନୀୟ ମିଶନ ପଡ଼ିଆରେ ଗତ ମେ ମାସ ୧୭ ତାରିଖରୁ ଆରମ୍ଭ ହୋଇଥିବା। ପାୟୋନିଅର ୧୨ ବର୍ଷରୁ କମ ବୟସର ଜୁନିଅର୍ ଡ୍ୟୁଜ୍ ବଲ୍ ଟି-ଟ୍ବେଣ୍ଟି କ୍ରିକେଟ୍ ଲିଗ୍ ଆଜି ଉଦଯାପିତ ହୋଇଯାଇଛି। ଏଥିରେ ବଲାଙ୍ଗୀରର ୫ ଟି ଦଳ ଅଂଶଗ୍ରହଣ କରିଥିଲେ। ଲିଗ୍ ମ୍ୟାଚ୍ ପରେ ପଏଣ୍ଟ ଓ ଜିତହାରକୁ ନେଇ ଆଜି ଦୁଇଟି ମଧ୍ୟରେ ଫାଇନାଲ ଖେଳ ହୋଇଥିଲା।ଏହି ଟୁର୍ଣ୍ଣାମେଣ୍ଟରେ ପାଇନର କିଙ୍ଗ, ପାଇନର ୱାରିଅର, ପାଇନର ଲାୟନ୍ ଓ ସାନଭି କ୍ରିକେଟ୍ ଏକାଡେମୀର ଜୁନିୟର ଟିମ୍, ପାଇନର ଚାମ୍ପିୟନ ଦଳ ଅଂଶଗ୍ରହଣ କରିଥିଲେ। ପ୍ରତେକ ମ୍ୟାଚରେ କୁନି ଖେଳାଳି ମାନେ ତାଙ୍କର ଖେଳ ପ୍ରତିଭା ବେଶ୍ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଥିଲେ। ଯେଉଁଥିରେ ଉତ୍କୃଷ୍ଟ ଖେଳ ପ୍ରଦର୍ଶନ କରି ପାଇନର ୱାରିଅର ଏବଂ ପାଇନର ଚାମ୍ପିୟନ୍ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ। ଆଜି ଉଭୟ ଦଳ ମଧ୍ୟରେ ଫାଇନାଲ ମେଚ ଖେଳ ହୋଇଥିଲା। ୨୦ଓଭର ବିଶିଷ୍ଟ ମ୍ୟାଚରେ ଟସ୍ ଜିତି ପାଇନର ଚାମ୍ପିୟନ୍ ପାଇନର ୱାରିଅରକୁ ବ୍ୟାଟିଙ୍ଗ ପାଇଁ ଆମନ୍ତ୍ରିତ କରିଥିଲା। ପାୟୋନିଅର ୱାରିଅର ୧୫୫ ରନ୍ କରିଥିବା ବେଳେ ୧୫୬ର ବିଜୟ ଲକ୍ଷ ଥିଲା। ପ୍ରତିପକ୍ଷ ଟିମ୍ ପାୟୋନିଅର ଚାମ୍ପିୟନ୍ ବ୍ୟାଟିଙ୍ଗ ଆରମ୍ଭ କରି ୧୮ ଓଭରରେ ଆବଶ୍ୟକ ରନ୍ ୧୫୭ ରନ ସଂଗ୍ରହ କରି ଚାମ୍ପିୟନ୍ ହୋଇଥିଲା। ଦଳ ପକ୍ଷରୁ କପ୍ତାନି ଇନିଙ୍ଗସ ଖେଳି ଅକ୍ଷର ଜେନ ୧୧୭ ରନ କରି ନିଜ ଟିମ୍ କୁ ଜିତାଇ ଥିଲେ ଏବଂ ସେ ମ୍ୟାନ ଅଫ ଦି ମ୍ୟାଚ ସହ ମ୍ୟାନ ଅଫ ଦି ସିରିଜ୍ ବିବେଚିତ ହୋଇଥିଲେ।
ଶିଶୁ ଖେଳାଳିଙ୍କ କ୍ରିକେଟ ଖେଳ ପ୍ରତିଭାକୁ ସୁଯୋଗ ଦେବା ଏହି ଟୁର୍ଣ୍ଣାମେଣ୍ଟର ଉଦ୍ୟେଶ ଥିଲା। ଯେଉଁଥିରେ ସବୁ ଦଳର କୁନି ଖେଳାଳି ମାନେ ତାଙ୍କ ପ୍ରତିଭା ପ୍ରଦର୍ଶିତ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ତିନୋଟି ଶତକ ୧୦ ଟି ଅର୍ଦ୍ଧଶତକ ବ୍ୟକ୍ତିଗତ ପାରି ଖେଳି କୁନି ଖେଳାଲି ତାଙ୍କର ବ୍ୟାଟିଂ ଦକ୍ଷତା ଦେଖାଇ ଥିଲେ। ସେହିପରି ବୋଲିଙ୍ଗର ମଧ୍ୟ କିଛି ବଲର୍ ଉତ୍କୃଷ୍ଟ ବୋଲିଙ୍ଗ ପ୍ରଦର୍ଶନ କରିଥିଲେ। ଯେଉଁଥିରେ ବଲର୍ ପୁରବ ନାୟକ ୪ ଓଭର ସ୍ପେଳରେ ୫ ଟି ୱିକେଟ ନେଇ ଶ୍ରେଷ୍ଟ ବଲର୍ ବିବେଚିତ ହୋଇଥିଲେ। ସେହିପରି ଶ୍ରେଷ୍ଠ କିପର୍ ଭାବରେ ତାନିଶ, ଶ୍ରେଷ୍ଠ ଫିଲ୍ଡର ରୋଶନ, ଶ୍ରେଷ୍ଠ ଉଦୟୀମାନ ଖେଳାଳି ଭାବରେ ଆକାଶ, ଆଦର୍ଶ ଶୃଙ୍ଖଳିତ ଖେଳାଳି ଭାବରେ ଶ୍ରେୟଂଶ ଓ ଆୟାଂଶ, ଶୃଙ୍ଖଳିତ ଦଳ ଭାବରେ ପାୟୋନୀୟର କିଙ୍ଗ, ଭଲ ଆମ୍ପାୟରିଂ ପାଇଁ ଶିବରାଜ ପଣ୍ଡା ଓ ପ୍ରତୀକ ଘିବାଲା ପୁରଷ୍କୃତ ହୋଇଥିଲେ।
ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲୀକା ସାହୁ, ସମ୍ମାନିତ ଅତିଥି ଜିଲ୍ଲା ପୁରୁଷ କ୍ରିକେଟ କୋଚ ଓ ସିଲେକ୍ଟର ସୂର୍ଯ୍ୟ ନାରାୟଣ ମିଶ୍ର, ସମ୍ମାନିତ ଅତିଥି ଜିଲ୍ଲା କ୍ରୀଡ଼ା ସଂସଦ ବରିଷ୍ଠ ସଦସ୍ୟ ହରିବନ୍ଧୁ ପାଣି ଓ ପାୟୋନିୟର କ୍ରିକେଟ ଏକାଡେମୀର ଅଧକ୍ଷ ସୁଶାନ୍ତ କୁମାର ଠାକୁର ଉପସ୍ଥିତ ଥିଲେ। ସାମ୍ବାଦିକ ତଥା ଶେଖ୍ ମହମ୍ମଦ ୱାହିଦ ସଭାକାର୍ଯ୍ୟ ପରିଚାଳନା କରିଥିଲେ। ସେହିପରି ପୂର୍ବତନ ବରିଷ୍ଠ କ୍ରିକେଟ ଖେଳାଳି ସୁଦର୍ଶନ ବାଗ, ପୂର୍ବତନ ବରିଷ୍ଠ ଖେଳାଳି ମେହେତାବ ଖାନ୍, ଯୁବ ଖେଳାଳୀ ଆର୍ୟନ ଠାକୁର,ଆୟୁଷ ଠାକୁର ଆନିଶ ବାରିକ,ରଜତ ଭାଟି, କେନିଲତ୍ ପାଲ୍ ନାଗ,ଆର୍ୟନ ବାରିକ,ପ୍ରତୀକ ଘି ବେଲା, ମନ୍ମଥ,ମହିଳା ଖେଳାଳିଙ୍କ ମଧ୍ୟରେ ଦିୟା,ଶ୍ରେୟା ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଖେଳାଳି ଆଲୋକ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ।