-+91-9937148622 |

prerana_bgr@rediffmail.com |

  Sunday 16th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   (16-Aug-2026)       ||      *ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   (16-Aug-2026)       ||      ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   (16-Aug-2026)       ||      ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ    (16-Aug-2026)       ||      ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   (16-Aug-2026)       ||      ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   (16-Aug-2026)       ||      “ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||     

HOME   ଜିଲ୍ଲା

ଧର୍ମଗଡ଼ ଯାଦବ ଜିଲ୍ଲା ମହାସଭା କାର୍ଯ୍ୟାଳୟ ଉଦଘାଟନ ଓ ସମ୍ବର୍ଦ୍ଧନା ସଭା ।

17-May-2026



ଧର୍ମଗଡ଼ ( ଜ୍ୟୋତିରଞ୍ଜନ ବେମାଲ )  କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଶ୍ରୀରାମ କୁଟୀର ଠାରେ ଏନ୍ ଏ ସି ଯାଦବ ମହାସଭା ସଭାପତି ଅନିରୁଦ୍ଧ ଲହଜଳଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କାସିବାହାଲ ଠାରୁ ଏକ ଶୋଭାଯାତ୍ରା ବାହାରି ବିଜୁ କଲ୍ୟାଣ ମଣ୍ଡପ ନିକଟରେ ଥିବା ହଂସ ମାର୍କେଟ କମ୍ପ୍ଲେକ୍ସ ରେ ଧର୍ମଗଡ଼ ଯାଦବ ଜିଲ୍ଲା ନୂତନ କାର୍ଯ୍ୟାଳୟ ଶୁଭ ଉଦ୍ଘାଟନ କରିଥିଲେ ।ପରେ ସଭାସ୍ଥଳରେ ଶ୍ରୀକୃଷ୍ଣ ଭଗବାନ ଙ୍କୁ ଭବାନିଶଙ୍କର ଖଡିକାର ଙ୍କ ପୁରୋହିତ୍ୟ ରେ ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂଗଠିତ ହେଲେ ସାମାଜିକ କ୍ଷେତ୍ରରେ ଉନ୍ନତି ବୃଦ୍ଧି ପାଇବା ସହିତ ଅର୍ଥନୀତି ସୁଦୃଢ ହୋଇ ପାରିବ। ଆଜିର ଦିନରେ ଏକତା ଓ ସଂଗଠିତ ହେବାର ଆବଶ୍ୟକ ରହିଛି। ଏକତା ରହିଲେ ସମାଜ  ଉନ୍ନତିକରଣ ହେବାସହ ରାଜନୈତିକ କ୍ଷେତ୍ରରେ ଗୁରୁତ୍ଵ ରହିବ ବୋଲି   ସମ୍ମିଳନୀରେ ଉପସ୍ଥିତ ସମାଜର ବରିଷ୍ଠ କର୍ମକର୍ତ୍ତାମାନେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ବିଧାୟକ ମୌସଧି ବାଗ, ମୁଖ୍ୟବକ୍ତା ରାଜ୍ୟପାଳ ପୁରସ୍କୃତ ଅବସର ପ୍ରାପ୍ତ ଶିକ୍ଷକ ସୀମାଞ୍ଚଳ ନାଗ,ପୂର୍ବତନ ଜିଲ୍ଲା ସଭାପତି ଡମ୍ବରୁଦ୍ଧର ଲହଜଳ,ଧର୍ମଗଡ଼ ଯାଦବ ଜିଲ୍ଲା ସଭାପତି ଅରୁପାନନ୍ଦ ନାଗ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ଶିବ ହାତୀ, କୋକସରା ବ୍ଲକ ସଭାପତି ଦ୍ଵାରିକାନାଥ ବାଗ,ପୂର୍ବତନ ଜିଲ୍ଲା ଉପସଭାପତି ତୁଲଶୀରାମ ବାରିକ,ଯୁବ ନେତା ଡାକେଶ୍ୱର ଲହଜଳ, ଜୁନାଗଡ଼ ବ୍ଲକ ଉପସଭାପତି ଈଶ୍ୱର ଗୋପାଳ,ପୂର୍ବତନ ବ୍ଲକ ସଂପାଦକ ଟିକମନ ଯାଦବ,ସଭାପତି
ଧନୁ ଗୋପାଳ,ସରପଞ୍ଚ ଗୌଲୋଚନ ବାରିକ,ଵାଲାଜୀ ତେଜି, ସରପଞ୍ଚ ବିନୋଦିନି ଗଉଡ଼ ,ଏନଏସି ଜୁନାଗଡ଼ ସଭାପତି ଡମ୍ବରୁଦ୍ଧର କଟା,ବୋଡେ଼ନ ଆଞ୍ଚଳିକ ସଭାପତି ଗୌରାଙ୍ଗ ଭଇଁସାଲ,ସାମ୍ବାଦିକ
ଖଗେଶ୍ୱର ଧଙ୍ଗଡ଼ାମାଝୀ, ଯୋଗଦାନ କରିଥିଲେ । ବର୍ତ୍ତମାନ ନବ ନିର୍ବାଚିତ ଧର୍ମଗଡ଼ ଯାଦବ ଜିଲ୍ଲା ସଭାପତି ଅରୁପାନନ୍ଦ ନାଗ,କାର୍ଯ୍ୟକାରୀ ସଭାପତି ପ୍ରମୋଦ ହଂସ ଯାଦବ,ଉପସଭାପତି ସୁରେଶ ଭଇଁସାଲ,ପ୍ରେମାନନ୍ଦ ଘି,ନରହରି ବାଗ,ଅଭିମନ୍ୟୁ ବାଗ, ସାଧାରଣ ସଂପାଦକ କିଶୋର ହଂସ, ସଂଗଠନ ସଂପାଦକ ସଦା ଚନ୍ଦନ, କୋଶାଧକ୍ଷ ଦିଲୀପ ରାଉତ, ମହିଳା ସଭାନେତ୍ରୀ ନିବେଦିତା ହଂସ,ସଂପାଦିକା ସଂଗୀତା ଖର୍ସେଲ, କୋଶାଧକ୍ଷ କାଞ୍ଚନମାଳା ଗୋପାଳ,ଯୁବ ଯାଦବ ସଭାପତି ମାନସ ବାଗ,ସଂପାଦକ ଗଣେଶ ଗହୀର ପ୍ରମୁଖ ଙ୍କୁ ସମ୍ଭର୍ଦ୍ଧିତ କରିଥିଲେ । କାର୍ଯ୍ୟକ୍ରମ ରେ ଶହ ଶହ ଯାଦବ ଓ ବିଭିନ୍ନ ଆଞ୍ଚଳିକ କର୍ମକର୍ତ୍ତା,ବରିଷ୍ଠ ଯାଦବ ପ୍ରମୁଖ ଯୋଗଦାନ କରି ଥିଲେ । ଯାଦବ ସମାଜର ଯୁବବର୍ଗ କିପରି ନିଜ ଜାତିର ଭାଷା, ପ୍ରଥା ଓ ପରମ୍ପରାକୁ ସୁରକ୍ଷା ଦେଇ ଗତିଶୀଳ କରାଇବେ ଏବଂ ନିଜକୁ ଶିକ୍ଷା, ବ୍ୟବସାୟ, ଚାକିରି କ୍ଷେତ୍ରରେ ଅଗ୍ରଣୀ କରି ଏକ ଶୈକ୍ଷିକ ଆର୍ଥିକ ସୁଦୃଢ ସମାଜ ଗଠନରେ ଭାଗିଦାରୀ ହେବେ, ସେ ଦିଗରେ ଯୁବଗୋଷ୍ଠୀକୁ ଅଭିପ୍ରେରିତ କରିବା ହେଉଛି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ଯ ବୋଲି ବରିଷ୍ଠ ଯାଦବ ନେତୃ ମଣ୍ଡଳୀ ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା ବ୍ଲକ ସଂପାଦକ ଅରକ୍ଷିତ ଭଇଁସାଲ, ବଡ଼ଘୁମେର ଆଞ୍ଚଳିକ ସଭାପତି ନିରାକାର ଗୋପାଳ ମଞ୍ଚ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସାମୁହିକ ପତାକା ଉତ୍ତୋଳନ ଓ ମିଳିତ ପ୍ୟାରେଡର ଅଭିବାଦନ ଗ୍ରହଣ କଲେ ଅଧ୍ୟକ୍ଷା ପ୍ରେମ ଶିଳା ନାଗ   16-Aug-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଜିଲ୍ଲା ସ୍ତରୀୟ ସ୍ବାଧୀନତା ଦିବସ ପାଳନ*-   16-Aug-2026
  ଜିଲ୍ଲା  
ବନ୍ଦେ ବିଶ୍ୱ ଭାରତ ବୀର ପୁରସ୍କାରରେ ସମ୍ବର୍ଦ୍ଧିତ ହେଲେ ବିନିକାର "ଶାଶ୍ୱତ"   16-Aug-2026
  ଜିଲ୍ଲା  
ବଲାଙ୍ଗୀରରେ ୮୦ତମ ସ୍ୱାଧୀନତା ଦିବସ ପାଳିତ   16-Aug-2026
  ଜିଲ୍ଲା  
ରାଉରକେଲାରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ   16-Aug-2026
  ଜିଲ୍ଲା  
ସ୍ୱାଧୀନତା ଦିବସ ଅବସରରେ ଫୁଟବଲ ଟୁର୍ନାମେଣ୍ଟ - 2026 କାର୍ଯ୍ୟକ୍ରମ ଅନୁଷ୍ଠିତ   16-Aug-2026
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like