-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
08-May-2026
ବଲାଙ୍ଗିର,- ସ୍ଥାନୀୟ ବଲାଙ୍ଗିର ମାଲପଡା ସ୍ଥିତ ମଣ୍ଟେସୋରୀ ପବ୍ଲିକ ସ୍କୁଲ ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ରେଡ୍ କ୍ରସ ଦିବସ ପାଳିତ ହୋଇଯାଇଛି । ସ୍କୁଲର ଚେୟାରମେନ ବୀରେନ୍ଦ୍ର କୁମାର ଉଦ୍ଗାତା ଙ୍କ ମାର୍ଗଦର୍ଶନ ରେ ଆୟୋଜିତ ହୋଇଥିବା ସଭାରେ ପ୍ରିନସିପାଲ ରବିଚନ୍ଦ୍ର ଉଦ୍ଗାତା ଅଧ୍ୟକ୍ଷତା କରି ରେଡ୍ କ୍ରସ ପ୍ରତିଷ୍ଠାତା ଜିନ୍ ହେନେରୀ ଡୁନାଣ୍ଟଙ୍କ ନୀତି ଆଦର୍ଶରେ ଉଦବୁଦ୍ଧ ହୋଇ ଛାତ୍ର ଛାତ୍ରୀ ତଥା ଯୁବ ରେଡକ୍ରସ ସ୍ୱେଚ୍ଛାସେବୀମାନେ ମାନବୀୟ ସେବା କାର୍ଯ୍ୟ ଯୋଗାଇବାକୁ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମକୁ ନର୍ସରୀ ସେକ୍ସନ ପ୍ରିନ୍ସିପାଲ ଅଭିଶ୍ମିତା ଦାସ ପରିଚାଳନା କରିଥିଲେ । ସ୍କୁଲର ଏକାଡେମିକ ହେଡ୍ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ରେଡକ୍ରସ ପରାମର୍ଶଦାତା ଡ.ରବିଚନ୍ଦ୍ର ପଶାୟତ କାର୍ଯ୍ୟକ୍ରମକୁ ସଂଯୋଜନା କରି ସ୍ୱେଚ୍ଛାସେବୀମାନଙ୍କୁ ରେଡ୍କ୍ରସ ପ୍ଲେଜ କରାଇବା ସହିତ ଓ ଏ ବର୍ଷର ରେଡ କ୍ରସ ଥିମ ‘ମାନବିକତା ରେ ଏକତା’ ବିଷୟରେ ବୁଝାଇଥିଲେ ।
ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ଆକୁଳ ବେହେରା ଯୋଗ ଦେଇ ନିଜସ୍ୱ ମତବ୍ୟକ୍ତ କରିଥିଲେ । ପ୍ରାରମ୍ଭରେ ଆରତି ଓ ଜସ୍ମିନ ମ୍ୟାଡମ୍ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଯୁବ ରେଡ୍ କ୍ରସ ଓ ଜୁନିୟର ରେଡକ୍ରସ ର ସ୍ୱେଚ୍ଛାସେବୀମାନେ ଦିବସର ଗୁରୁତ୍ୱ ବିଷୟରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ଆଗାମୀ ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ଉଭୟ ଯୁବ ରେଡ୍ କ୍ରସ ଓ ଜୁନିୟର ରେଡକ୍ରସ ର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ ଯୋଜନା କରାଯାଇଥିଲା । ଶେଷରେ ଛାତ୍ର ସାରାଂସ ମେହେତା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଓ ଶିକ୍ଷାକର୍ମୀ ଉପସ୍ଥିତ ରହି ସହଯୋଗ କରିଥିଲେ ।