-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ସମ୍ବଲପୁର ରେଳ ମଣ୍ଡଳରେ ଶାନ୍ତିପୂର୍ଣ୍ଣ ଧାରଣା:  ଦାବି ପୁରଣ ନ ହେଲେ ଏକମାସ ପରେ ରେଳରୋକୋ 

29-Apr-2026



ସମ୍ବଲପୁର/ବରଗଡ଼/ବଲାଙ୍ଗୀର(ପ୍ରେରଣା ଖବର): ବରଗଡ଼ ଓ ବଲାଙ୍ଗୀରକୁ ରେଳ ବିଭାଗର କ୍ରମାଗତ ଅବହେଳା ତଥା ବିଭିନ୍ନ ଦାବିକୁ ନେଇ ଆଜି ଏପ୍ରିଲ ୨୯ ତାରିଖରେ ସମ୍ବଲପୁର ରେଳମଣ୍ଡଳ କାର୍ଯ୍ୟାଳୟ ସମ୍ମୁଖରେ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ରେଳ ଉପଭୋକ୍ତା ସଂଘର ମିଳିତ କ୍ରିୟାନୁଷ୍ଠାନ କମିଟି ତରଫରୁ ନୀରବ ଧାରଣା ପ୍ରଦର୍ଶନ କରାଯାଇଥିଲା। ସଦସ୍ୟ ମାନେ ମୁହଁରେ କଳାମାସ୍କ ପିନ୍ଧି ବିଭିନ୍ନ ଦାବି ଲେଖା ଥିବା ପ୍ଲାକାର୍ଡ ଧରି ଶାନ୍ତିପୂର୍ଣ୍ଣ ଭାବେ ଧାରଣା ପ୍ରଦର୍ଶନ କରିଥିଲେ। ପରେ ସମ୍ବଲପୁର DRM ଶ୍ରୀ ସୁବାସ ଚୌଧୁରୀ ସମସ୍ତ ସଦସ୍ୟଙ୍କୁ ତାଙ୍କ କେବିନ୍ କୁ ଡାକି ଆଲୋଚନା କରିଥିଲେ। ସେଠାରେ ମୁଖ୍ୟତଃ ତିନୋଟି ଦାବି ଉପରେ ଆଲୋଚନା ହୋଇଥିଲା। ବଲାଙ୍ଗିର ଓ ବରଗଡ଼ରୁ ଭୁବନେଶ୍ୱରକୁ ସକାଳୁଆ ଇଣ୍ଟରସିଟି, ଏହି ଲାଇନ୍ ଦେଇ ଦିଲ୍ଲୀ ଓ ପ୍ରୟାଗରାଜକୁ ଟ୍ରେନ ତଥା ବଲାଙ୍ଗିରରେ ପିଟ-ଲାଇନ୍ ନିର୍ମାଣ। DRM ଶ୍ରୀ ଚୌଧୁରୀ ବିଭିନ୍ନ କାରଣ ଦେଖାଇ ଏହି ଦାବିଗୁଡିକୁ ଅଗ୍ରାହ୍ୟ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ, ସଦସ୍ୟମାନେ ଏହି ଦାବିଗୁଡିକ ଲୋକଙ୍କ ପାଇଁ କେତେ ଆବଶ୍ୟକ ତାହା ବୁଝାଇବାକୁ ଚେଷ୍ଟା କରିଥିଲେ। ଶେଷରେ ସଦସ୍ୟମାନେ ତାଙ୍କର ଅସହଯୋଗ ମନୋବୃତ୍ତିକୁ ଲକ୍ଷ୍ୟ କରି ତାଙ୍କୁ ଚରମବାଣୀ ଶୁଣାଇ କହିଛନ୍ତି ଯେ, ଆଗାମୀ ଏକ ମାସ ମଧ୍ୟରେ ଯଦି ଆମର ଦାବି ପୂରଣ ନ ହୁଏ, ତେବେ ବରଗଡ଼ ଓ ବଲାଙ୍ଗୀରରେ ସମସ୍ତ ରାଜନୈତିକ ଦଳ, ଅନୁଷ୍ଠାନଗୁଡିକ ତଥା ବ୍ୟକ୍ତି ବିଶେଷଙ୍କ ସମର୍ଥନରେ ବିରାଟ ରେଳ-ରୋକୋ ଜନଆନ୍ଦୋଳନ ଆରମ୍ଭ କରାଯିବ। 
ଅଧିକାରୀମାନଙ୍କ ଏଭଳି ନକାରାତ୍ମକ ଚିନ୍ତାଧାରା ପାଇଁ ଆଜି ପର୍ଯ୍ୟନ୍ତ ବରଗଡ଼ ଓ ବଲାଙ୍ଗୀରର ରେଳ ଉପଭୋକ୍ତାମାନେ ନ୍ୟାଯ୍ୟ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ସମ୍ୱଲପୁର-ଟିଟିଲାଗଡ ସେକ୍ସନକୁ ସର୍ବଦା ବୈମାତୃକ ମନୋଭାବ ପ୍ରଦର୍ଶନ କରାଯାଉଛି। ପ୍ରତ୍ୟହ, ଦେଶର ସବୁଆଡ଼େ ନୂତନ ଟ୍ରେନ ଚଳାଚଳ ସମ୍ପର୍କରେ ଖବର ସମ୍ବାଦପତ୍ରର ଶିରୋନାମା ମଣ୍ଡିତ ହେଉଥିବା ବେଳେ ଏ ଅଞ୍ଚଳର ସାମାନ୍ୟ କେତୋଟି ଦାବି ପାଇଁ ୧୫ ବର୍ଷ ହେଲା ଶାନ୍ତିପୂର୍ଣ୍ଣ ସଂଗ୍ରାମ ଚାଲିଆସିଛି। କିନ୍ତୁ, ଏଥର ମିଳିତ କ୍ରିୟାନୁଷ୍ଠାନ କମିଟି ଏହାକୁ ସ୍ୱାଭିମାନର ପ୍ରଶ୍ନ ବୋଲି ବିବେଚିତ କରି ଏବେ ଗାନ୍ଧିଜୀଙ୍କ ପଥ ଛାଡ଼ି ନେତାଜୀଙ୍କ ପଥରେ ଯିବା ପାଇଁ ନିଷ୍ପତ୍ତି ନେଇସାରିଛି। ଉଭୟ ଜିଲ୍ଲାର ଜନସାଧାରଣ ଏଥିପାଇଁ ଆବଶ୍ୟକ ପଡ଼ିଲେ ଆନ୍ଦୋଳନ ଦ୍ୱାରା ଏହାର ସମାଧାନ କରାଯିବ ଏବଂ ଏଥିପାଇଁ କୌଣସି କ୍ଷତି ହେଲେ ଡି.ଆର.ଏମ୍. ଶ୍ରୀ ଚୌଧୁରୀ ଦାୟିହେବେ । ଏ ଅଞ୍ଚଳର ଜନସାଧାରଣ ଦାବି ପୂରଣ ନହେଲେ ରେଳରୋକୋ ପାଇଁ ଉତ୍ସାହିତ ଅଛନ୍ତି।

ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନରେ ବରଗଡ଼ ରେଳ ଉପଭୋକ୍ତା ସଂଘର ସଭାପତି ପ୍ରଦୀପ ଦେବତା, କାର୍ଯ୍ୟକାରୀ ସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା, ଉପ-ସଭାପତି ପ୍ରିତମ ସିଂହ ଓ ନିର୍ମଳ କିଶୋର କର, ସମ୍ପାଦକ କମଳ ଯୋଶୀ, ଯୁଗ୍ମ ସମ୍ପାଦକ ମନୋରଞ୍ଜନ ପୂଜାରୀ, କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ଦାଶ ତଥା ଅନ୍ୟାନ୍ୟ ବରିଷ୍ଠ ସଦସ୍ୟ କିଶୋର କୁମାର ରଥ, ଅଚ୍ୟୁତାନନ୍ଦ ବାରିକ, ଗୋବିନ୍ଦ ଦାଶ, ଅଭୟ କୁମାର ଭୋଇ, ତୁଳସୀ ଚରଣ ଦାଶ, ସତ୍ୟନାରାୟଣ ପଣ୍ଡା, ଲକି ମିରୱାନି, ହରଦୀପ ସିଂହ, ଉଦ୍ଧବ ଚରଣ ବେହେରା, ସି.ଏମ୍.ରାଓ, ବିଷ୍ଣୁ ଧାନୁକା, ଦୀପକ ରେଖାନୀ, ପ୍ରତାପ ନାୟକ ଓ ବିନୟ କୁମାର ଲାଠ ଯୋଗଦେଇଥିବା ବେଳେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ସଭାପତି ତରୁଣ କୁମାର ମିଶ୍ର, ସମ୍ପାଦକ ବିମଳ ଚକ୍ରବର୍ତ୍ତୀ ତଥା ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇଥିଲେ। ଶେଷରେ ସଂପାଦକ କମଳ ଯୋଶୀ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
       


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like