-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
26-Apr-2026
ନୂଆପଡା ଜିଲ୍ଲା ବିଜେପି ପକ୍ଷରୁ ଶନିବାର ପୂର୍ବାହ୍ନରେ ପୋଲିସ ପଡିଆରୁ ଏକ ବିଶାଳ ନାରୀ ଶକ୍ତି ଜନ ଆକ୍ରୋଶ ରାଲି ବାହାରି ଏକତା ଛକ ପର୍ଯ୍ୟନ୍ତ ମହିଳା ବିରୋଧୀ ଦଳର ମୁଖ୍ୟମାନଙ୍କର କୁଶପୁତ୍ତଳିକା ଦାହ କରିଥିଲେ। ପରେ ପୋଲିସ ପଡିଆଠାରେ ଜିଲ୍ଲା ବିଜେପି ସଭାପତି କମଲେସ ଦୀକ୍ଷିତଙ୍କ ଆବାହକୃତରେ ଆୟୋଜିତ ସଭାରେ ନୂଆପଡା ବିଧାୟକ ଜୟ ଢୋଲକିଆ, ଦଳର ବରିଷ୍ଠ ନେତା ବସନ୍ତ ପଣ୍ଡା, ଜିଲ୍ଲା ପ୍ରଭାରୀ ଆତ୍ରତ୍ରାଣ ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ପ୍ରସନ୍ନ ପାଢ଼ୀ, ଯଦୁମଣିପାଣିଗ୍ରାହୀ, ସାଂସଦ ପ୍ରତିନିଧ୍ ପ୍ରେମ ଅଗ୍ରୱାଲ, ଖରିଆର ରୋଡ ଏନଏସି ଅଧ୍ଯକ୍ଷା ସୋନିଆ ଜୈନ, ବରିଷ୍ଠ ନେତା ସରୋଜ ସାହୁ, ବ୍ଳକ ଅଧ୍ଯକ୍ଷା ତାରେଶ୍ବରୀ ସାହୁ, ଉପାଧକ୍ଷ ଦିଲୀପ ନିର୍ମଲକର, ଯୁବ ଯୁବ ନେତା ଅଭିନନ୍ଦନ ପଣ୍ଡା, ଚତୁର୍ଭୁଜ ଶର୍ମା, ଧନିରାମ ସାହୁ, ସୁଶାନ୍ତ ପତି, ସାଧାରଣ ସମ୍ପାଦକ ତୁଳସ ପଟେଲ, ସନ୍ଦୀପ ଶର୍ମା, ଏସଡିସି ଉପାଧକ୍ଷା ବେଲମତି ମାଝୀ ଝା ପୁର୍ବତନ ଜିଲ୍ଲା ପରିଷଦ ଅଧକ୍ଷା ପୁଷ୍ପାଞ୍ଜଳୀ ପାଣ୍ଡେ, ଧରମବନ୍ଧା ସରପଞ୍ଚ ଭୁନେଶ୍ବରୀ ଦଣ୍ଡସେନା, ସମିତି ସଭ୍ୟା ଜାଗୃତି ସାହୁ, ମହିଳା ନେତ୍ରୀ ବେବି ନାଜ, ସରିତା ସିଂ ପ୍ରମୁଖ ମଞ୍ଚାସୀନ ଥିଲେ। ପରେ ବିଜେପି ଜିଲ୍ଲାକାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଖରିଆର ରୋଡ ଏନଏସି ଅଧକ୍ଷା ସୋନିଆ ଜୈନ ଗଣମାଧ୍ୟମକୁ ସମ୍ବୋଧୂତ କରିଥିଲେ। ବିଜେପି ସର ସରକାର ମହିଳାଙ୍କ ଆରକ୍ଷଣରେ ବିଲ ପାସ କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ନାରୀ ବିରୋଧୀ ଦଳ ବିଲକୁ ବିରୋଧ କରି ଗୃହରେ ବିଲ ପାସ କରେଇ ନଦେବାରୁ ଆକ୍ରୋଶ ଦେଖାଦେଇଛି। ସମ୍ମିଳନୀରେ ଅନୁସୂଚିତ ଜାତି ଜିଲ୍ଲା ସଭାପତି ରାଧେଶ୍ୟାମ ବାଗ, ଓ ମନମିତ ଗୁରୁଦତ୍ତା, ମାନସ ରଥ, ଅଜୟ ଗହୀର, କାଉନସିଲର ସଂଗୀତା ପାରଖ, ଦେବେନ ସାହୁ, ଗୋବିନ୍ଦ ଦଣ୍ଡସେନା ପ୍ରମୁଖ ସାମିଲ ଥିଲେ।