-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
25-Mar-2026
ନୂଆପଡ଼ା (ରାମନାଥ ପଣ୍ଡା )
ନୂଆପଡ଼ା ଜିଲ୍ଲା ବୋଡେନ ପିଏମଶ୍ରୀ ଏସ ଏସ ଡି ହାଇସ୍କୁଲ ଠାରେ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ଯାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ପରିଷଦ ଅଧ୍ୟକ୍ଷା ଡଲି ମାଝୀ ମୁଖ୍ଯ ଅତିଥି, ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରାଧ୍ୟାପକ ସାମୁଏଲ ଦାନୀ ମୁଖ୍ୟ ବକ୍ତା, କଲାହାଣ୍ଡି,ଓ ନୂଆପଡା ଜିଲ୍ଲା ନିରିକ୍ଷକ ଉଦୟ ସିଂ ମାଝୀ, ଡବ୍ଲୁ ଇ ଓ କ୍ଷଣ ପ୍ରଭା ପାଣିଗ୍ରାହୀ,ଶିକ୍ଷାବିତ୍ ଚମରୁ ମାଝୀ, ଅଧାମୁଣ୍ଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ଶତ୍ରୁଜିତ ପତି, ଦର୍ଲିପଡା ହାଇସ୍କୁଲ ପ୍ରଧାନ ଶିକ୍ଷକ ବିଭୁତି ପାଢୀ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଶିକ୍ଷକ କୌଶିକ ସା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ । ବିଦ୍ଯାଳୟ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲିଙ୍ଗରାଜ ସା ବାର୍ଷିକ ବିବରଣୀ ପଠନ କରିଥିଲେ । ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗିତ ଗାନ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ ପରେ ସାସ୍କୃତିକ କାର୍ଯ୍ଯକ୍ରମ ପରିବେଷଣ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ ସର୍ବଜ୍ଞ ଯୋଷୀ,ଜୟନ୍ତ ଶିଆଲ, ଦିଲୀପ ପଣ୍ଡା, ଶ୍ରୀ ନିବାସ ଯୋଷୀ, ଜଗନ୍ନାଥ ବାଗ, ଶିକ୍ଷୟତ୍ରୀ ରୁକ୍ମଣୀ ବନ୍ଧିଛୋର, ପ୍ରିୟଂଶା ରାନି ସିଂ ସମେତ ବିଦ୍ଯାଳୟ କର୍ମଚାରୀ ସହଯୋଗ କରିଥିଲେ । ପିତାମ୍ବର ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।