-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
15-Mar-2026
ସୋନପୁର( ମନୋରଞ୍ଜନ ତ୍ରିପାଠୀ )
ସୋନପୁର ଗାନ୍ଧି ଷ୍ଟାଡିୟମ୍ ଠାରେ ଫିଟନେସ ଏମ୍ପାୟାର କ୍ରିକ ଫେଷ୍ଟ୍ ୨୦୨୬ ଶୁଭ ଉଦ୍ଘାଟନ ହୋଇଯାଇଅଛି l ଏହି କ୍ରିକେଟ କୁ ସୋନପୁର ଷ୍ଟେଟ ବ୍ୟାଙ୍କ ଚିଫ ମ୍ୟାନେଜର ଶ୍ରୀ ଲକ୍ଷ୍ମଣ ମାଝୀ ଶୁଭ ଉଦ୍ଘାଟନ କରିଥିଲେ l ସୋନପୁର ମିଡିଆ କ୍ରିକେଟ ଟିମ୍ ଓ ଡିଷ୍ଟିକ କୋର୍ଟ କ୍ରିକେଟ ଟିମ୍ ମଧ୍ୟରେ ଆଜିର ପ୍ରଥମ ମ୍ୟାଚ୍ ଅନୁଷ୍ଟିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଶ୍ରୀ ମାଝୀ ଖେଳାଳି ଙ୍କ ସହିତ ପରିଚୟ ପ୍ରଦାନ କରିଥିଲେ l ପ୍ରଥମ ମ୍ୟାଚ ରେ ଡିଷ୍ଟିକ କୋର୍ଟ ଟିମ ବିଜୟୀ ହୋଇ ଥିବା ବେଳେ ଅନେକ ଟୁର୍ଣା ମେଣ୍ଟ ରେ ଚମ୍ପିୟାନ ହୋଇଥିବା କୋର୍ଟ କ୍ରିକେଟ ଦଳ କୁ ପ୍ରଥମେ ଫିଲ୍ଡିଙ୍ଗ କରି ମିଡିଆ ଟିମ୍ ୫୯ ରନ ରେ ଧରାଶାୟୀ କରି ଦେଇଥିଲା l ଦ୍ଵିତୀୟ ମ୍ୟାଚ୍ କଲେକ୍ଟରେଟ ଓ ଫରେଷ୍ଟ ଟିମ୍ ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ କଲେକ୍ଟ ରେଟ ଦଳ ବିଜୟୀ ହୋଇ ପ୍ରଥମ ସେମି ଫାଇନାଲ ରେ ପ୍ରବେଶ କରିଛି l ତୃତୀୟ ମ୍ୟାଚ୍ ଜିଲ୍ଲା ପୋଲିସ ଦଳ ଓ ଏଗ୍ରି କଲଚର୍ ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଜିଲ୍ଲା ପୋଲିସ କ୍ରିକେଟ ଦଳ ଦ୍ଵିତୀୟ ସେମି ଫାଇନାଲ କୁ ପ୍ରବେଶ କରିଛି l ଚତୁର୍ଥ ମ୍ୟାଚ୍ ସୋନପୁର ଏସ ବି ଆଇ ଓ ଅୟୋଜକ ଦଳ ଫିଟନେସ ଏମ୍ପେୟର୍ ମଧ୍ୟରେ ଅନୁଷ୍ଟିତ ହୋଇ ଥିବା ବେଳେ ଫିଟ୍ ନେସ୍ ଅମ୍ପେୟାର ଦଳ ବିଜୟୀ ହୋଇଛି l ଆଜିର ପଞ୍ଚମ ମ୍ୟାଚ୍ ସୋନପୁର ବ୍ୟାଙ୍କର୍ସ ଓ ଫିଟ୍ ନେସ ଆମ୍ପାୟର ମଧ୍ୟରେ ଅନୁଷ୍ଟିତ ହୋଇଥିବା ବେଳେ ଫିଟ୍ ନେଶ୍ ଦଳ ପୁଣି ବିଜୟୀ ହୋଇ ଦ୍ଵିତୀୟ ସେମି ଫାଇନାଲ କୁ ପ୍ରବେଶ କରିଛି l ବାବୁଲୁ ଓ ଆୟୁଷ ଆଜିର ସମସ୍ତ ମ୍ୟାଚ୍ ପରିଚାଳନା କରିଥିଲେ l ଆସନ୍ତା କାଲି ସକାଳେ ଉଭୟ ସେମି ଫାଇନାଲ ମ୍ୟାଚ ଅନୁଷ୍ଟିତ ହେବାକୁ ଥିବା ବେଳେ ଆୟୋଜକ ଫିଟ୍ ନେସ୍ ଏମ୍ପେୟାର୍ ର ଡାଇରେକ୍ଟର ଦିନେଶ ଦୟାଲ, ବାବୁଲୁ ମେହେର, ଶିବ ଶଙ୍କର ମେହେର, ସୁରଜ୍ ସିଂ, ସୁରେଶ ବେହେରା, ଜଗନ ନାଏକ, ସୌରଭ ବାଗ, ଆଶିଷ ବେହେରା, ଦେବାଶିଷ ପ୍ରମୁଖ ସଦସ୍ୟ ଏହି ଅୟୋଜନ ରେ ସହଯୋଗ କରିଥିଲେ l