-+91-9937148622 |
prerana_bgr@rediffmail.com |
Friday 7th August 2026 |
R.N.I. Regd No. ODIODI/2010/46693
Breaking News
14-Mar-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ )
ଆଞ୍ଚଳିକ ପରିବହନ ବିଭାଗ ଅଧିକାରୀ ଶ୍ରୀ ପ୍ରିୟବ୍ରତ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟ ପରିସରରେ ଅବସ୍ଥିତ ଥିବା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସୁବର୍ଣ୍ଣପୁର ଙ୍କ କାର୍ଯ୍ୟାଳୟ ରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସୁବର୍ଣ୍ଣପୁର ର କର୍ମଚାରୀଙ୍କ ଦ୍ୱାରା ସଡକ ସୁରକ୍ଷା ର ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ୨୦୦ ନୋଟିସ୍ ବିତରଣ କରଯାଇଥିଲା ଓ ସେଥିମଧ୍ୟରୁ ୧୧୯ ଟି ମାମଲା ର ସମାଧାନ କରାଯାଇ ଉଲ୍ଲଂଘନକାରୀଙ୍କଠାରୁ ୨,୨୯,୦୦୦/- ଟଙ୍କା ଫାଇନ ଆଦାୟ କରାଯାଇଛି।
ଏହି ପରିପେକ୍ଷୀ ରେ ପରିବହନ ବିଭାଗ ର ମୋଟର ଯାନ ନିରୀକ୍ଷକ ଶ୍ରୀ ଅଜିତ କୁମାର ନାୟକ, କନିଷ୍ଠ ମୋଟର ଯାନ ନିରୀକ୍ଷକ ଶ୍ରୀ ଦେବବ୍ରତ ପଟ୍ଟା, ଟ୍ରାଫିକ ସବ ଇନ୍ସପେକ୍ଟର ମିସ ପୂଜା ଭେଙ୍ଗରା, ଶ୍ରୀମତୀ ପୁନମ ପଣ୍ଡା, ଅବିନାଶ ଭୁଏ, ହିମାଂଶୁ ରଞ୍ଜନ ସାହୁ, ଚିତ୍ତ ରଞ୍ଜନ ଭୋଇ, ଜ୍ୟୋତି ପ୍ରସାଦ ସାହୁ, ମଳୟ ପ୍ରତାପ ପାଣିଗ୍ରାହୀ, ପଞ୍ଚାନନ ଦଲାଇ ଓ କାର୍ଯ୍ୟାଳୟ ର ସମସ୍ତ କର୍ମଚାରୀ ଙ୍କ ସହଯୋଗ ରେ ଲୋକ ଅଦାଲତ ସୁଚାରୁ ରୁପେ ସମାପନ ହୋଇଥିଲା।