-+91-9937148622 |
prerana_bgr@rediffmail.com |
Sunday 9th August 2026 |
R.N.I. Regd No. ODIODI/2010/46693
Breaking News
13-Mar-2026
ନବରଙ୍ଗପୁର(ପ୍ରିୟଦର୍ଶିନୀ ପାତ୍ର) ପାପଡ଼ା ହାଣ୍ଡି ବ୍ଲକ ଅନ୍ତର୍ଗତ ସେମଳା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗର ସରକାରୀ ପ୍ରାଥମିକ ବିଦ୍ୟାଳୟ ପକନାଗୁଡ଼ା, ଡୁମୁରି ପଦର ରେ ପ୍ରଧାନ ଶିକ୍ଷକ ଓ ଅଙ୍ଗନ ୱାର୍ଡି କର୍ମୀ ସହ ଯୋଗାଯୋଗରେ ଆସନ୍ତା ଖଡ଼ିଛୁଆଁ ଅବସରକୁ ଦୃଷ୍ଟିରେ ରଖି ବାଲ ବାଟିକାରେ ପିଲାଙ୍କ ଭର୍ତ୍ତି ଓ ନାମ ନିଶ୍ଚିତ ପାଇଁ ସିଆରସିସିଙ୍କ ପ୍ରୟାସ ଜୋରଦାର ହୋଇଛି। ଏହି ପରିପ୍ରେକ୍ଷିତରେ ସିଆରସିସି ଅଞ୍ଚଳର ବିଭିନ୍ନ ଅଙ୍ଗନୱାର୍ଡି କେନ୍ଦ୍ର ସହ ସମ୍ପର୍କ ସ୍ଥାପନ କରି ଅଙ୍ଗନୱାର୍ଡି ଦିଦିମାନଙ୍କ ସହ ଆଲୋଚନା କରିଥିଲେ।ଏହା ସହିତ ସମ୍ବନ୍ଧିତ ବିଦ୍ୟାଳୟମାନଙ୍କ ପ୍ରଧାନ ଶିକ୍ଷକଙ୍କ ସହ ଯୋଗସୂତ୍ର ସୃଷ୍ଟି କରି ବାଲ ବାଟିକା ପାଇଁ ଯୋଗ୍ୟ ପିଲାଙ୍କ ତାଲିକା ପ୍ରସ୍ତୁତ ଓ ନାମ ନିଶ୍ଚିତ କରାଯାଇଛି। ପିଲାମାନେ ଖଡ଼ିଛୁଆଁ ଦିନରେ ସୁବିଧାରେ ବିଦ୍ୟାଳୟରେ ଭର୍ତ୍ତି ହୋଇପାରନ୍ତି,ପ୍ରାଥମିକ ଶିକ୍ଷାର ଭିତିକୁ ମଜବୁତ କରିବା ପାଇଁ ସିଆରସିସିଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ଶିକ୍ଷା ମହଳରେ ସ୍ୱାଗତ କରାଯାଇଛି।ସମନ୍ୱିତ ପ୍ରୟାସ ଫଳରେ ବାଲ ବାଟିକା ଭର୍ତ୍ତି କାର୍ଯ୍ୟକ୍ରମ ଏବେ ଅଧିକ ସୁସଂଗଠିତ ଓ ସଫଳ ହେବ ବୋଲି ଆଶା କରାଯାଉଛି। ପ୍ରଧାନ ଶିକ୍ଷୟିତ୍ରୀ ସୁରେଖା ବାଘ, ନଳିନୀ ପ୍ରଭା ଓ ଅଙ୍ଗନୱାର୍ଡ଼ି କର୍ମୀ ସିଆରସିସି ର ସହଯୋଗ ଭାବନାକୁ ପ୍ରଶଂସା କରିଥିଲେ।