-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
02-Mar-2026
ବିନିକା(ହିମାଂଶୁ ଶେଖର ପୁଟେଲ)ଗାଁ ଭିତର ମୁଖ୍ୟ ରାସ୍ତାର ଏକ ପାର୍ଶ୍ବରେ ରହିଛି ବିପଦ ପୂର୍ଣ୍ଣ ବିଦ୍ୟୁତ ଖୁଣ୍ଟ।କେତେବେଳେ ଯେ ଅଘଟଣ ଘଟିବ ତାହା କହି ହେଉ ନାହିଁ।ଭାଗ୍ୟ ଖରାପ ଥିଲେ ବିପଦ ଆସିବ।ବୋଧେ ସେତେବେଳେ ଯାଇ ବିଦ୍ୟୁତ ବିଭାଗ କର୍ତ୍ତୃପକ୍ଷଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କି ବୋଲି ଗ୍ରାମବାସୀ ମହଲରେ ଆଲୋଚନା ହେଉଛି। ବିନିକା ବ୍ଲକ ଅନ୍ତର୍ଗତ ଫୁଲମୁଠି ଗ୍ରାମ୍ୟ ଭିତର ରାସ୍ତାରେ ରହିଛି କଳଙ୍କି ଲାଗି ଅଧାଛିଣ୍ଡା ବିଦ୍ୟୁତ ଖୁଣ୍ଟ।ଖୁଣ୍ଟରେ ତାର ଲମ୍ବିଛି ।ହାତରେ ହଲେଇ ଦେଲେ ହଲୁଛି ।ପବନ ହେଲେ ମଧ୍ୟ ଖୁଣ୍ଟଟି ହଳୁଛି।କଳଙ୍କି ଯୋଗୁଁ ଖୁଣ୍ଟ ଟି ଛିଣ୍ଡି ଯିବାର ଆଶଂକା ରହିଛି ।ତେଣୁ ବିପଦ ମାଡ଼ି ବସିବା ଆଗରୁ ବିଭାଗୀୟ କର୍ତ୍ତୃପକ୍ଷ ଧ୍ୟାନ ଦେଇ ତୁରନ୍ତ ଉକ୍ତ ବିଦ୍ୟୁତ ଖୁଣ୍ଟକୁ ସେହି ସ୍ଥାନରୁ କାଡ଼ି ନୂତନ ବିଦ୍ୟୁତ ଖୁଣ୍ଟ ପୋତିବା ଦିଗରେ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।