-+91-9937148622 |
prerana_bgr@rediffmail.com |
Thursday 27th August 2026 |
R.N.I. Regd No. ODIODI/2010/46693
Breaking News
12-Feb-2026
ଭୁବନେଶ୍ୱର (ପ୍ରେରଣା ଖବର): ଆମେ ଦେଖିଛନ୍ତି ସବୁବେଳେ ସତ୍ୟର ଜୟ । କଣ୍ଟକିତ ପଥରେ ସାମ୍ବାଦିକତା ବୃତ୍ତିରେ ଥିବା ସାମ୍ବାଦିକ ଜୀବନକୁ ବିପନ୍ନ ଖବର ପରିବେଷଣ କରୁଥିଲେ ମଧ୍ୟ ଉପଯୁକ୍ତ ମର୍ଯ୍ୟାଦା ନ ମିଳିବା ପରିତାପର ବିଷୟ। ଗଣମାଧ୍ୟମ ବିପନ୍ନ ହେଲେ ଗଣତନ୍ତ୍ର ଦୁର୍ବଳ ହୁଏ।।୪ର୍ଥ ସ୍ତମ୍ବ ଦୋଷ ଦୁର୍ବଳତା ପଦାକୁ ଆଣିଲେ ଅନ୍ୟ ୩ ଟି ସ୍ତମ୍ବ ସୁଦୃଢ ହୋଇଥାଏ। ସାମ୍ବାଦିକ ମାନଙ୍କ ସର୍ବ ନିମ୍ନ ଦାବି କୁ ସରକାର ପୁରଣ କରିବା ସହିତ ସେମାନଙ୍କ ସୁରକ୍ଷା ଓ ଜୀବନ ଜୀବିକା ପ୍ରତି ସଚେତନ ରହିଲେ ସାମ୍ବାଦିକ ମାନେ ଅଧିକ ଉତ୍ସାହିତ ହେବା ସହିତ ସତ୍ୟ ଖବର ପରିବେଷଣ କରିବେ ବୋଲି ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶାର ଷଷ୍ଠ ବାର୍ଷିକ ଉତ୍ସବ ରେ ମୁଖ୍ୟ ଅତିଥି ସୁରେଶ ପୂଜାରୀ ମତବ୍ୟକ୍ତ କରିଛନ୍ତି। ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତା କ୍ରମେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମବାୟ, ବୟନ ଶିଳ୍ପ
ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ସତବର ଟିଏ ଏକ ଅଂଚଳ ସମେତ ରାଜ୍ୟ ଓ ରାଷ୍ଟ୍ରର ପ୍ରଗତି ରେ ସହାୟ ହୋଇଥାଏ ଓ ଭୁଲ ଖବର ଟିଏ ସମାଜ ପାଇଁ ବିପଦ ପହଞ୍ଚାଏ ବୋଲି କହି ଥିଲେ।
ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ରାଜ୍ୟ ସରକାର ସାମ୍ବାଦିକଙ୍କ ବିଭିନ୍ନ ଦାବୀ ରହିଛି ସେଥିନେଇ ସରକାର ଅବଗତ ଅଛନ୍ତି।ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ।
ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ମୁଖ୍ୟ ମାତୃ ପ୍ରାସାଦ ମିଶ୍ର, ବିଶିଷ୍ଟ ଚିକିତ୍ସକ ମାଧବ ନାୟକ, ଏସ ୟୁଜେ ଉପ ସଭାପତି ବାସୁଦେବ ତ୍ରିପାଠୀ, ଏନୟୁଜେର ରାଷ୍ଟ୍ରୀୟ ସଂଗଠନ ସମ୍ପାଦକ ଡ଼. ଚିନ୍ତାମଣି ପାଢ଼ୀ, ଜାତୀୟ ସମ୍ପାଦକ ବବୁଲ ସିଂ, ମୁଖ୍ୟ ବକ୍ତା ଭାବେ ଧୂରିଣ ସାମ୍ବାଦିକ ନନ୍ଦିଘୋଷ ଟିଭି ସମ୍ପାଦକ ଶିଶିର ଭଟ୍ଟମିଶ୍ର ଯୋଗ ଦେଇ ସାମ୍ବାଦିକଙ୍କ କଣ୍ଟକିତ ପଥ, ଓ ସାଧାରଣ ଲୋକଙ୍କ ସ୍ୱର ହେଉ ସାମ୍ବାଦିକତା। ସାମାନ୍ୟ ରାଜ୍ୟ କାର୍ଯ୍ୟକାରୀ ସଭାପତି କୀର୍ତ୍ତି ଚନ୍ଦ୍ର ସାହୁ ପ୍ରାରମ୍ଭିକ ଅଭିଭାଷଣ ପ୍ରଦାନ କରିଥିଲେ। ଉପସଭାପତି ବାସୁଦେବ ତ୍ରିପାଠୀ ସ୍ୱାଗତ ଭାଷଣ ରଖିଥିଲେ। ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାଢୀ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସଂଗଠନର ମୁଖପତ୍ର 'ସଙ୍କଳ୍ପ'କୁ ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି
କାର୍ଯ୍ୟକ୍ରମ ମୁଖ୍ୟ ସମ୍ପାଦକ ବାସୁଦେବ ତ୍ରିପାଠୀ, ଉପସଭାପତି ରାଧାଶ୍ୟାମ ପ୍ରଧାନ ପ୍ରମୁଖ ସଂଚାଳନ କରିଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ସାଂଗଠନିକ ଜିଲ୍ଲା ଭାବେ ଅନୁଗୋଳ, ଯାଜପୁର, କଟକ,କେନ୍ଦ୍ରାପଡା, ଖୋର୍ଦ୍ଦା, ବଲାଙ୍ଗୀର, ଜଗତସିଂପୂର, ମାଲକାନଗିରି, ରାୟଗଡା, ଓ କୋରାପୁଟ, ନୟାଗଡ ଜିଲ୍ଲା ଶାଖାକୁ ସମ୍ମାନୀତ କରାଯାଇ ଥିଲା। ଜାତୀୟ କାର୍ଯ୍ୟକାରିଣୀ ସଭ୍ୟ ପ୍ରୟାଗରାଜ କର, ଦିଲିପ କୁମାର ମିଶ୍ର, ରାଜ୍ୟ କର୍ମକର୍ତ୍ତା ଶଶାଙ୍କ ଶେଖର ଝାଙ୍କର, ସନ୍ତୋଷ ସ୍ଵାଇଁ, ରମେଶ ପ୍ରଧାନ, ଶିଶିର କୁମାର ଦାଶ, ନିବେଦିତା ସିଂ, ନଚିକେତା ସାହୁ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ବରିଷ୍ଠ ଉପ ସଭାପତି ସମରେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।