-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
11-Feb-2026
ସିନାପାଲି ( ଚିନ୍ତାମଣି ନେତାମ):ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଗୋର୍ଲା ପଂଚାୟତ ପତିଆଲପଡା ସରକାରୀ ଉ :ପ୍ରା ବିଦ୍ୟାଳୟରେ ପତିଆଲପଡା କ୍ଲଷ୍ଟରସ୍ତରୀୟ ଶିକ୍ଷଣ
ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଶ୍ରୀଯୁକ୍ତ ଖଗେଶ୍ୱର ବାଗଙ୍କ ସଭାପତିତ୍ୱରେ
ମୁଖ୍ୟଅତିଥି ଭାବରେ ସିନାପାଲି ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଏବିଇଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ପଣ୍ଡା,ସମ୍ମାନିତ ଅତିଥିଭାବରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧନେଶ୍ୱର ବଞ୍ଜରା,ଉ:ପ୍ରା ବିଦ୍ୟାଳୟ ପତିଆଲପଡା, ଶ୍ରୀଯୁକ୍ତ
ରୁଦ୍ରମାଧବ ସା, ପ୍ରଧାନ ଶିକ୍ଷକ ବୈଜଳଗର୍ଡ ହାଇସ୍କୁଲ ଗୋର୍ଲା, ସିଆରସିସି କଇଟ ପଦର ଶ୍ରୀଯୁକ୍ତ ପ୍ରଦୀପ କୁମାର ନାଏକ, ସିଆରସିସି କେନ୍ଦୁମୁଣ୍ଡା ଶ୍ରୀଯୁକ୍ତ ମହେନ୍ଦ୍ର ବାଗ, ସିଆରସିସି ଭରୁଆମୁଣ୍ଡା ଶ୍ରୀଯୁକ୍ତ ରାଧେଶ୍ୟାମ ସୁନାନୀ, ଶିକ୍ଷକ ଅଶୋକ କୁମାର ରାଏ, ପ୍ରଧାନ ଶିକ୍ଷକ ରେବିଡି ପ୍ରାଥମିକ ବିଦ୍ୟାଳୟ ଶ୍ରୀଯୁକ୍ତ ଡମ୍ବରୁ ଧର ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକ ଖିପ୍ରିମାଲ ଶ୍ରୀଯୁକ୍ତ ଶୋଭାରାମ ଜଗତ ମଞ୍ଚ ପରିଚାଲନା କରିଥିବା ବେଳେ
କାର୍ଯ୍ୟକ୍ରମରେ ଶିକ୍ଷକ ଭୀଷ୍ମରାଜ ମେହେର, ଲକ୍ଷ୍ମଣ ବାଗ, କୋଦଣ୍ଡ ମାଝୀ, ହିତେଶ ମାଝୀ, ଶିକ୍ଷୟିତ୍ରୀ ଶ୍ରୀମତୀ ଲକ୍ଷ୍ମୀକାନ୍ତି ମହାନନ୍ଦ, ରୁକ୍ମିଣୀ ମାଝୀ, ତମସ୍ୱିନୀ କୁଅର ଓ କ୍ଲଷ୍ଟରସ୍ତରୀୟସମସ୍ତ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦାନ କରି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି ଓ ପ୍ରଦର୍ଶନ ମେଳା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ I ସେମାନଙ୍କ ମଧ୍ୟରୁ ପ୍ରଥମ ସ୍ଥାନ ମାଲପଡା ଉ :ପ୍ରା ବିଦ୍ୟାଳୟ, ଦ୍ଵିତୀୟ ସ୍ଥାନ ଖିପ୍ରିମାଳ ଉ:ପ୍ରା ବିଦ୍ୟାଳୟ,ତୃତୀୟ ସ୍ଥାନ ପତିଆଳପଡା ଉ:ପ୍ରା ବିଦ୍ୟାଳୟପୁରସ୍କୃତ ହୋଇଥିଲେ | ସମସ୍ତ ଙ୍କୁ ଅଂଶ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଶେଷରେ ସହ ଶିକ୍ଷକ କୋଦଣ୍ଡ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।