-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2026
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର କଲେଜ ଠାରେ କଲେଜର ବାର୍ଷିକ ଉତ୍ସବ୨୦୨୬ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୂଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗ ଦେଇ ସୋନପୁର କଲେଜ ଠାରେ ପିଜି ବିଭାଗ ଖୋଲିବା ପାଇଁ ରାଜ୍ୟ ସରକାର ଙ୍କ ପାଖରେ ଦୃଢ଼ ଦାବି ଉପସ୍ଥାପନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ ଓ କଲେଜର ପୁରୁଣା କୋଠା ଗୁଡିକର ଯତ୍ନ ନେବା ସହ ଏହାର ଆଧୁନିକ କରଣ ପାଇଁ ଅନୁଦାନ ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେବା ସହ କଲେଜ ର ସଭା ମଞ୍ଚ ଆଗରେ ଫେବରବ୍ଲଗ୍ ପକାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ସମ୍ମାନିତ ଅତିଥି ଭାବେ ସୋନପୁର କଲେଜ ର ଅଧ୍ୟକ୍ଷ ରାଧାକାନ୍ତ ନାଏକ, ଛାତ୍ର ସଂସଦ ଉପଦେଷ୍ଟା ତଥା ଅଧ୍ୟାପକ ହରିଶଙ୍କର ମିଶ୍ର,ଓ ଅଧ୍ୟାପକ ସୌରଭ ରଞ୍ଜନ ଖମାରୀ, ସାଂସ୍କୃତିକ ସଂସଦ ର ଉପ ସଭାନେତ୍ରୀ ଚନ୍ଦ୍ରକାନ୍ତି ବିଶ୍ବାଳ ଯୋଗଦେଇ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତି ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କରିଥିଲେ। +୨ବିଭାଗର ଓଡ଼ିଶା ଟପ୍ପର ଛାତ୍ର ଙ୍କୁ ସ୍ଵର୍ଗତ ଶ୍ୟାମସୁନ୍ଦର ମିଶ୍ର ମେମୋରିଆଲ ଟ୍ରଫି ପ୍ରଦାନ କରାଯାଇଥିଲ। ଏହି ଉତ୍ସବରେ +୨ ଓ +୩ବିଭାଗର ୨୦୦୦ହଜାର ଉର୍ଦ୍ଧ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକା, କଲେଜ ର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ l