-+91-9937148622 |
prerana_bgr@rediffmail.com |
Friday 28th August 2026 |
R.N.I. Regd No. ODIODI/2010/46693
Breaking News
10-Feb-2026
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
ଚଳିତ ମାସ ୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ ସମୟରେ ରାମେଶ୍ବର ଷ୍ଟାଡିୟମରେ ଆୟୋଜିତ ସୁଭଦ୍ରା ମେଳାରେ ସୋନପୁର ସହରର ସଂସ୍କୃତି ଭବନଠାରେ ୧୧ କୋଟି ୨୩ ଲକ୍ଷ ଟଙ୍କାରେ ଏକ ଓପନ ଏୟାର ଥିଏଟର ନିର୍ମାଣ ପାଇଁ , ଗାନ୍ଧୀ ଷ୍ଟାଡିୟମ୍ ର ଆଧୁନିକୀକରଣ ପାଇଁ ୨୫ କୋଟି ଓ ବଲାଙ୍ଗିର ସମ୍ବଲପୁର ଭୁବନେଶ୍ୱର କୁ ସଂଯୋଗ କରୁଥିବା ସହର ର ପ୍ରମୁଖ ବ୍ଲକ ଛକ ର ଆଧୁନିକୀକରଣ ପାଇଁ ୪ କୋଟି ୨୩ ଲକ୍ଷ ଟଙ୍କା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ଏହି ଖବର ଶୁଣିବା ପରେ ଜିଲ୍ଲାର କଳାକାର , ସଂସ୍କୃତି ପ୍ରେମୀ ଓ କ୍ରୀଡ଼ା ପ୍ରେମୀ ମହଲରେ ଖୁସିର ଲହରୀ ଖେଳିଯାଇଛି । ପୁରୁଣା ଟାଉନ ହଲ ପରିସରରେ ଥିବା କଳାକାରଙ୍କ ଲାଗି ଭୀମଭୋଇ କଳା ମଣ୍ଡପ କୁ ନୂତନ ବସଷ୍ଟାଣ୍ଡ ନିର୍ମାଣ ପାଇଁ ପୂର୍ବରୁ ଭାଙ୍ଗି ଦିଆଯାଇଥିଲା ବେଳେ କଳାକାର ମାନେ କଳା ପ୍ରଦର୍ଶନ ପାଇଁ ସୋନପୁରରେ ବର୍ତ୍ତମାନ ସ୍ଥାୟୀ ମଞ୍ଚ ନାହିଁ। ଏ ନେଇ ଜିଲ୍ଲାପାଳ ଡ. ନୃପରାଜ ସାହୁ ଙ୍କୁ ବିଭିନ୍ନ କଳାକାର ତଥା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଆପତ୍ତି ଓ ଅଭିଯୋଗ ହୋଇ ଆସୁଥିଲା । ଜିଲ୍ଲାପାଳ ମଧ୍ୟ ଏହି ଅସୁବିଧା କୁ ଉପଲବ୍ଧି କରିବା ସହ ତାଙ୍କ ଦ୍ବାରା ଯେତିକି ସମ୍ଭବ ରାଜ୍ୟ ସରକାର ଙ୍କୁ ଜଣାଇବା ପାଇଁ ପ୍ରତିଶୃତି ଦେବା ସହ ଉଦ୍ୟମ ଜାରି ରଖିଥିଲେ। ଶେଷରେ ଜିଲ୍ଲାବାସୀଙ୍କ ପାଇଁ ଫେବୃୟାରୀ ୧ ତାରିଖ ଦିନ ଖୁସି ଖବର ନେଇ ଆସିଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଏବଂ ମୁକ୍ତ ମଞ୍ଚ ପାଇଁ ୧୧ କୋଟି ୨୩ ଲକ୍ଷ ଟଙ୍କା, ବ୍ଲକ ଛକ ଆଧୁନିକ କରଣ ପାଇଁ ଓ ଗାନ୍ଧୀ ଷ୍ଟାଡିୟମ୍ ଆଧୁନିକୀକରଣ ପାଇଁ ୨୫ କୋଟି ଟଙ୍କା ଘୋଷଣା କଲେ। ଏଥି ପାଇଁ ଜିଲ୍ଲା କ୍ରିକେଟ୍ ସଂଘ (ଲାଲ୍ମନି କ୍ରିକେଟ୍) , ଜିଲ୍ଲା କ୍ରୀଡା ସଂଘ , ଭୀମଭୋଇ କଳା ପରିଷଦ, ପଏଁରୀ ନାଟ ଅନୁଷ୍ଠାନ ସମେତ ବିଭିନ୍ନ କ୍ରୀଡା ସଂଘ ଓ ସହର ର ବୁଦ୍ଧିଜୀବି ସଚେତନ ନାଗରିକ ଙ୍କ ପକ୍ଷରୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ କୁ ଶୁଭେଚ୍ଛା ର ସୁଅ ଛୁଟିଛି ।