-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଲୋକଉତ୍ସବର ତୃତୀୟ ସନ୍ଧ୍ୟା

21-Jan-2026



ବଲାଙ୍ଗିର(ପ୍ରେରଣା ଖବର): ଆଜି ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିନର ସକାଳେ ଜୟଦେବ କଳାସଂସଦ, ବଲାଙ୍ଗିର ଦ୍ଵାରା ନୂତନ ମଞ୍ଚଠାରେ ଭକ୍ତିସଂଗୀତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପୁରୁଣା ମଞ୍ଚରେ ଜିଲ୍ଲାସ୍ତରୀୟ ଲୋକବାଦ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ବିଚାରକ ଭାବେ ଦେବେନ୍ଦ୍ର କୁମ୍ଭାର, ମହେଶ୍ଵର ଜାଲ, ରଞ୍ଜନ ପଟ୍ଟନାୟକ, ଗୌରହରୀ ମହାପାତ୍ର ପ୍ରମୁଖ ଯୋଗଦାନ କରିଥିଲେ । ଜିଲ୍ଲାସ୍ତରୀୟ ଲୋକ ବାଦ୍ୟ ଏକକ ପ୍ରତିଯୋଗିତାରେ ଭୀମ ସୁନା, ଜଗଦିଶ ମହାକୁର, ଶଙ୍କର ଭଣ୍ଡା, ଚନ୍ଦନ କୁମ୍ଭାର, ବେଦ ଷାଣ୍ଡ, ଜଗମୋହନ ବାଗ, ଜକସନ କୁମ୍ଭାର, ରାଜୀବ ତାଣ୍ଡି ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ସେହିଭଳି ଭାବେ ଜିଲ୍ଲାସ୍ତରୀୟ ଲୋକ ବାଦ୍ୟ ଦଳୀୟ ପ୍ରତିଯୋଗିତାରେ ଭୀମ ସୁନା ଓ ଦଳ, ଭବାନୀ ଶଙ୍କର କଳା ପରିଷଦ, ପୁଇଁନ୍ତଲା, କାର୍ତ୍ତିକ ନନ୍ଦ ଓ ଦଳ, ରଞ୍ଜନ ନାଗ ଓ ସାଥୀ, ଭଇଁଷା, କଳାକୃଷ୍ଣ ମହାନନ୍ଦ ଓ ସାଥୀ, ଲଡ଼ଙ୍ଗାଭଟା, କାଳିଆ ସୁନା ଓ ସାଥି, ଗଞ୍ଜାଭଡ଼ାର, ବରଭାଇ ଲନ୍ଥବୁଡ଼ା ଦୁଲଦୁଲି, ଗମ୍ଭାରୀ ଖୋଲ, ଫୁଲ ମାହେଶ୍ୱରୀ ଦଳ, ଟିକ୍ରାପଡ଼ା ପ୍ରମୁଖ ଦଳ ଭାଗ ନେଇଥିଲେ । 

ସନ୍ଧ୍ୟା କାର୍ଯ୍ୟକ୍ରମରେ ଲୋକଉତ୍ସବ ସାଂସ୍କୃତିକ କମିଟି ଆନୁକୂଲ୍ୟରେ ଆକାଶବାଣୀ କଳାକାରଙ୍କ ଦ୍ଵାରା ଲୋକ ସଂଗୀତ ବିଚିତ୍ରା ନୂତନ ମଞ୍ଚରେ ଅନୁଷ୍ଠିତ ହୋଇଥିଲା ।

  ତ୍ରୟୋବିଂଶତମ ବଲାଙ୍ଗିର ଲୋକ ଉତ୍ସବର ତୃତୀୟ ଦିବସର କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲାପାଳ, ବଲାଙ୍ଗିର, ଡକ୍ଟର ବିଜୟାନନ୍ଦ ସେଠୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଥିଲା l ଗୋଟିଏ ଅଂଚଳର ସ୍ଥିତି ଓ ପ୍ରଗତି ସେ ଅଞ୍ଚଳର ସଂସ୍କୃତି ଉପରେ ନିର୍ଭର କରେ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ ମତ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସମ୍ପାଦକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ବଲାଙ୍ଗିର, ପବିତ୍ରାନନ୍ଦ ପ୍ରଧାନ, ରେଜିଷ୍ଟାର, ସିଭିଲ କୋର୍ଟ, ବଲାଙ୍ଗିର, ସୁଦୀପ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ଗୁଣନିଧି ମଲ୍ଲିକ, କୁଳସଚିବ, ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ, ବଲାଙ୍ଗିର, ହରପ୍ରସାଦ ଭୋଇ,  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,  ତରଣି ସୁନା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାପାତ୍ର ଯୋଗ ଦେଇ ନିଜ ଅଭିଭାଷଣରେ ଆମ ଐତିହ ଏବଂ ଏକତାର ପ୍ରତୀକ ଏହି ଲୋକ ଉତ୍ସବ  ମଞ୍ଚ କଳାକାର ଏବଂ କଳାକୁ ଭଲ ପାଉଥିବା ବ୍ୟକ୍ତି ବିଶେଷଙ୍କର ବୋଲି କହିଥିଲେ। ଏହି ଲୋକ ଉତ୍ସବ ଆମ ସମସ୍ତଙ୍କର, ତେଣୁ ପ୍ରତି ବର୍ଷ ଏହା କିପରି ଆହୁରି ସୁନ୍ଦର ଭାବେ ଆୟୋଜିତ ହୋଇପାରିବ ସେଥିପ୍ରତି ଆମେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ବୋଲି ମଞ୍ଚାସୀନ ଅତିଥିବୃନ୍ଦ ମତ ଦେଇଥିଲେ।

ଅତିଥି କଳାକାର ବିପିନ ବିହାରୀ ଭୋଇ, ଆଠଗାଁ, ସହ ଅଧ୍ୟକ୍ଷ ଖାଦ୍ୟ ଓ ଆବାସ କମିଟି ସୁଶ୍ରୀ ମିଲି ବାରିକ, ସହ ଅଧ୍ୟକ୍ଷ, ପଡିଆ କମିଟି ଗୋବିନ୍ଦ ଶତପଥୀ ଓ ସୁମନ ନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ  ।  
ଅତିଥିମାନଙ୍କ ଦ୍ବାରା ଦୀପ ପ୍ରଜ୍ବଳନ ପୂର୍ବକ ତୃତୀୟ ଦିବସର ଶୁଭ ଉଦଘାଟନ ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମି ରଞ୍ଜନ ମିଶ୍ରଙ୍କ ଦ୍ଵାରା ମଞ୍ଚାସୀନ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବରିଷ୍ଠ କଳାକାର ଆର୍ତ୍ତତ୍ରାଣ ସୁନାନିଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।
ଆଜିର ସଭାକାର୍ଯ୍ୟକୁ ମଞ୍ଚ ସଂଯୋଜନା କରିଥିଲେ  ସନ୍ଦୀପ

କୁମାର କୁଆଁର ଓ  ଧନ୍ୟବାଦ ଅର୍ପଣ ଗୋବିନ୍ଦ ଶତପଥୀ କରିଥିଲେ ।  
ଆଜିର ସନ୍ଧ୍ୟା ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ଝାରଖଣ୍ଡ ରାଜ୍ୟର ସରାଇକେଲା ଛଉ, ମହାରାଷ୍ଟ୍ରର ଲାବଣି , କାଶ୍ମୀରର ରୌଫ ଏବଂ ପଞ୍ଜାବର ଭାଙ୍ଗଡା ନୃତ୍ୟ ପରିବେଷିତ ହୋଇଥିଲା । ସେହିପରି ବଲାଙ୍ଗିରର କୋଶଳ ଫୋକ ଏକାଡେମି, ଅନ୍ନେଷଣ, ଏକତା ଡ୍ୟାନ୍ସ ଗ୍ରୁପ, ପୌରାଞ୍ଚଳ ଯାଦବ ମହାସଭା, ଦୁଲଦୁଲି କଳା ପରିଷଦ, ଜୟ ଦୂର୍ଗା କଳା ପରିଷଦ, ବରଗଡର ଡ଼ାଲଖାଇ, ପାଟଣାଗଡର ଝଙ୍କାର ମ୍ୟୁଜିକ, ଟିଟିଲାଗଡର ସାଇନିଙ୍ଗ ଷ୍ଟାର ପ୍ରମୁଖ ସାଂସ୍କୃତିକ ଦଳ ଲୋକ ଉତ୍ସବର ତୃତୀୟ ରଜନୀରେ ଅଂଶଗ୍ରହଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ


News Comment




Photo in News

Advertisment
Lastest News
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026

You Might Also Like