-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ସମାଧାନ ହେଉନାହିଁ ଚାଷୀଙ୍କ ସମସ୍ୟା, ହର୍ଡାଟାଲରେ ନରସିଂହଙ୍କୁ ଭେଟି ଲୋକେ କଲେ ଅଭିଯୋଗ

14-Jan-2026



ବଲାଙ୍ଗିର(ପ୍ରେରଣା ଖବର): ଚାଷୀଙ୍କ ସରକାର ବୋଲି କହୁଥିବା ଚାରି ଆଡେ ଡିମ୍‌ଡିମ୍ ପିଟୁଥିବା ମୋହନ ମାଝିଙ୍କ ରାଜ୍ୟ ସରକାର ଧିରେ ଧିରେ ଚାଷୀ ବିରୋଧି ହୋଇ ବସିଲାଣି । ଧାନର ଗନ୍ତାଘର କୁହାଯାଉଥିବା ପଶ୍ଚିମ ଓଡିଶାର ଚାଷୀଙ୍କ ସମସ୍ୟା ଯେପରି ଭାବେ ବଢି ଚାଲିଛି ଆଗାମୀ ଦିନରେ ଏକ ବଡ କୃଷକ ଆନ୍ଦୋଳନ ପାଇଁ ବାଟ ଫିଟାଉଛି । ମଣ୍ଡିରୁ ଧାନ ଉଠୁ ନାହିଁ । ଚାଷୀଙ୍କୁ ତାଙ୍କର ଉତ୍ପାଦିତ ଧାନ ହିସାବରେ ଟୋକନ ମିଳୁ ନାହିଁ । ଏହି ସମସ୍ୟା ଧାନକିଣା ଦିନ ଧାର୍ଯ୍ୟ ହେବା ଦିନ ଠାରୁ ଜାରି ରହିଛି । ପୁଣି ସରକାର ଚାଷୀଙ୍କ ସ୍ୱାର୍ଥ ରକ୍ଷା ପରିବର୍ତ୍ତେ ସ୍ୱାର୍ଥ ହାନି ହେଲା ଭଳିଆ ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ନେଉଛନ୍ତି । ଏଣୁ ବଲାଙ୍ଗିର ସଦର ବ୍ଲକ ଅଂଚଳର ହର୍ଡାଟାଲ ଠାରେ ଚାଷୀ ଓ ସାଧାରଣ ଜନତା ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ରଙ୍କୁ ଭେଟି ତାଙ୍କ ସମସ୍ୟା ଉପରେ ଅଭିଯୋଗ ରଖିଛନ୍ତି । ବର୍ତ୍ତମାନ ସରକାର ଘୋଷଣା କରିଛନ୍ତି ଯେ ୧୫୦ କ୍ୱିଣ୍ଟାଲ ଉପରେ ଯଦି କୌଣସି ଚାଷୀ ଧାନ ଅମଳ କରୁଛି ତେବେ ୧୫୦ କ୍ୱିଣ୍ଟାଲ ରୁ ଅଧିକ ଯେତେ ଧାନ ବିନା ବୋନସରେ କିଣାଯିବ । ତେଣୁ ଏହାକୁ ନେଇ ଚାଷୀମାନଙ୍କ ମନରେ ଘୋର ଅସନ୍ତୋଷ ସୃଷ୍ଟି ହୋଇଛି । ଗୋଟିଏ ପଟରେ ସରକାରଙ୍କ କୃଷି ବିଭାଗ ଅଧିକ ଅମଳ ହେଉଥିବା ଧାନ ଚାଷ ପାଇଁ ପ୍ରତ୍ସୋହିତ କରୁଥିବା ବେଳେ ଏପଟେ ଅଧିକ ଧାନ ଅମଳ କଲେ ବିନା ବୋନସ ରେ କିଣିବା ନିଷ୍ପତ୍ତି କାହିଁକି ନେଉଛନ୍ତି ଚାଷୀ ଏହାକୁ ନେଇ ପ୍ରଶ୍ନ କରୁଛନ୍ତି । ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମଧ୍ୟ ଏଭଳି ନିଷ୍ପତ୍ତି ଚାଷୀ ସ୍ୱାର୍ଥ ବିରୋଧି ବୋଲି କହିଛନ୍ତି । ଆଲୋଚନା ବେଳେ ମଣ୍ଡିରୁ ଧାନ ନ ଉଠିବା, ଦ୍ୱିତୀୟ ପର୍ଯ୍ୟାୟ ଟୋକନ ଚାଷୀକୁ ପ୍ରଦାନ ଏ ପର୍ଯ୍ୟନ୍ତ ପ୍ରଦାନ ନ କରିବା କୁ ନେଇ ମଧ୍ୟ ଆଲୋଚନା ହୋଇଥିଲା । ଅମଳ ଋତୁରେ ଯଦି ସରକାର ଏପରି ଚାଷୀ ମାରଣ ନୀତି ଅବଲମ୍ବନ କରିବେ ଏବଂ ଚାଷୀଙ୍କୁ ତାର ଧାନ ବିକ୍ରି ସମୟରେ ବିଭିନ୍ନ ପ୍ରକାର ନକରାତ୍ମକ ପରିସ୍ଥିତି ସୃଷ୍ଟି କରିବେ ତେବେ ଆଗାମୀ ଦିନରେ ଚାଷୀମାନେ ନିଶ୍ଚିତ ଭାବରେ ଏହାର ସଠିକ ଜବାବ ଦେବେ ବୋଲି

ସାଧାରଣ ଲୋକ କହିଛନ୍ତି । କିଛି ଚାଷୀ ଚାଷ ପାଇଁ ହେଉଥିବା ବିଜୁଳି ସମସ୍ୟା ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ ମଧ୍ୟ ଶୁଣୁ ନାହାନ୍ତି ବୋଲି ଅଭିଯୋଗ କରିଥିଲେ । ଏହାକୁ ନେଇ ଶ୍ରୀ ମିଶ୍ର ଉପରସ୍ତ ଅଧିକାରୀଙ୍କ ସହ ଆଲୋଚନା କରି ତାର ସମାଧାନର ବାଟ ବାହାର କରିବେ ବୋଲି ଉପସ୍ଥିତ ଲୋକଙ୍କୁ କହିଥିଲେ । ଆଜିର ଏହି ଆଲୋଚନା ବେଳେ ମାଗୁରବେଡା ସରପଂଚ ସଂଜୟ ଗଡତ୍ୟା, ବେଲାରସିଂ ଭୋଇ, ରାଧାକାନ୍ତ ଭୋଇ, ଭରତ ସାହୁ, ଅଜୟରାଜ ଗଡତ୍ୟା, ମଧୁସୁଦନ ଭୋଇ, ଦୁର୍ଗା ପ୍ରସାଦ ଭୋଇ, ସୁଦାମ ପ୍ରଧାନ ଙ୍କ ସହ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like