-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
12-Jan-2026
ବାଲିଗୁଡା(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ ୧୫୦ ତମ ବନ୍ଦେ ମାତରଂ ସଂଗୀତ ସମୂହ ଭାବେ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ ତଥା ସମସ୍ତ ଛାତ୍ର ଛାତ୍ରୀ ଗାନ କରିବା ସହ ସ୍ୱଦେଶୀ ଭାବନା ସମ୍ୱଳିତ ଶପଥ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଉପଲକ୍ଷେ ଏକ ସଭାର ଆୟୋଜିତ କରାଯାଇଥିଲା l ଅଧ୍ୟକ୍ଷ ଲକ୍ଷ୍ମଣ ପାଳ, ମାଷ୍ଟର ଟ୍ରେନର ଡ. ବିଭୂତି ଭୂଷଣ ଆଚାର୍ଯ୍ଯଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଭାରେ ବନ୍ଦେ ମାତରଂ ସଂଗୀତ ର ଲକ୍ଷ୍ୟ ଓ ଉଧେଶ୍ୟ କୁ ପ୍ରାଞ୍ଜଳ ଭାବରେ ବୁଝାଇବା ସଂଗେ ସଂଗେ ଏହି ଜାତୀୟ ସଂଗୀତକୁ ପାଥେୟ କରି ଆଜିର ଯୁବକ ବନ୍ଧୁ ମନେ ଭାରତ କୁ ଏକ ବିକଶିତ ଓ ଶ୍ରେଷ୍ଠ ଭାରତ କରି ପାରିବେ ବୋଲି ନିଜର ବକ୍ତବ୍ୟ ରଖିଥିଲେ l ଶେଷରେ ଶ୍ରୀ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l