-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
11-Jan-2026
ସୋନପୁର (ମନୋରଞ୍ଜନ ତ୍ରିପାଠୀ)
ସୋନପୁର ବ୍ଲକ ଅନ୍ତର୍ଗତ ପି ଏମ୍ ଶ୍ରୀ କୋଶଳେଶ୍ୱର
ଉଚ୍ଚ ବିଦ୍ୟାଳୟ,ଡୁଙ୍ଗୁରିପାଲି ରେ ପି ଏମ୍ ଶ୍ରୀ ଉତ୍ସବ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଅଛି। ଉଦ୍ଘାଟନୀ ଉତ୍ସବରେ ସାଂସଦ ପ୍ରତିନିଧି ଶ୍ରୀ ସାନନ୍ଦ କୁମାର ମେହେର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ପଦ୍ମନାଭ କର୍ଣ୍ଣ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ସମାଜ ସେବୀ ଶ୍ରୀ ଛତ୍ରଧାରି ଅଗ୍ରୱାଲ ,ସରପଞ୍ଚ ପ୍ରତିନିଧି ଶ୍ରୀ ଗଜପତି ସୁନା,ବରିଷ୍ଠ ଶିକ୍ଷକ ଶ୍ରୀ ବାବୁଲାଲ ସାହୁ ଏବଂ ସଞ୍ଜୟ ଗୁପ୍ତା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଏଥିରେ ତିନୋଟି ପେଭିଲିଅନ ଆକାଂକ୍ଷି ମେଳା , ଆକାଂକ୍ଷି ଛାତ୍ର ପରିଷଦ ଏବଂ ଷ୍ଟଲ୍ ପ୍ରଦର୍ଶନୀ ଯାତ୍ରା ରେ ୬୫ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ।ଏହାର ଉଦଯାପନୀ ସମାରୋହରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେର ମୁଖ୍ୟ ଅତିଥି ତଥା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ମଧୁସୂଦନ ଓତା , ବିଶିଷ୍ଟ ଶିକ୍ଷାବିତ୍ ତଥା କବି ଶ୍ରୀ ଅକ୍ଷୟ କୁମାର ବାଘ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ।ସୃଜନ ସିଳତା ଏବଂ ଉପସ୍ଥାପନା ଭିତ୍ତିରେ ୩୦ ଜଣ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଏବଂ ଟ୍ରଫି ସହ ପୁରସ୍କୃତ କରାଗଲା। ବରିଷ୍ଠ ଶିକ୍ଷକ ବାବୁଲାଲ ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲାବେଳେ ବିଜ୍ଞାନ ଶିକ୍ଷକ ଶ୍ରୀ ଚକାନୟନ ମେହେର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଛାତ୍ରୀଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ,ନୃତ୍ୟ ଏବଂ ନାଟକ ପରିବେଷଣ କରାଯାଇଥିଲା।ଏହି ଉତ୍ସବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଈଶ୍ୱର ଚନ୍ଦ୍ର ପାଳିଆ ତଥା ସଭ୍ୟବୃନ୍ଦ ଏବଂ ପଞ୍ଚସଖା ସିକ୍ଷାସେତୁ ର ସମସ୍ତ ସଭ୍ୟ ସକ୍ରିୟ ଅଂଶଗ୍ରହଣ କରିଥିଲେ।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ନନ୍ଦିନୀ ମାହାନା,ସ୍ନେହଲତା ଖେତି,ସଞ୍ଜୟ ପଢ଼ାନ,ଏକାଦଶ ବର୍ଗେଇ ,ବସନ୍ତ ଭୁଏ, ଚୌଧୁରୀ ବିଭାର,ଜୟନାରାୟଣ ମିଶ୍ର,ଆଦିତ୍ୟ କିଶୋର ପାଢ଼ୀ, ନର୍ମଦାପାତ୍ର, ପୁଷ୍ପାଞ୍ଜଳି ନାୟକ,ନିବେଦିତା ମିଶ୍ର, ବାଳମୁକୁନ୍ଦ ସେଠି,ନିହାରିକା ମିଶ୍ର,ସୁଚରିତସାହୁ,ଲଳିତା ସାହୁ,ଲିନକ୍ଷି ଦାସ,ମାନସୀ ରାଣୀ,ଚମାର ବାଘ୍ ,ଅଭିଭାବକ ଏବଂ ଗ୍ରାମବାସୀ ଏଥିରେ ସହଯୋଗ କରିଥିଲେ।