-+91-9937148622 |
prerana_bgr@rediffmail.com |
Monday 14th September 2026 |
R.N.I. Regd No. ODIODI/2010/46693
Breaking News
29-Dec-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଆଜି ମଧ୍ୟାହ୍ନ ସମୟରେ ବିନିକା ପାପକ୍ଷୟ ରାସ୍ତା ପାର୍ଶ୍ବରେ ଥିବା ବିଦ୍ୟୁତ ବିଭାଗ ଉପଖଣ୍ଡ କାର୍ଯ୍ୟାଳୟକୁ ତାଲା ମାରି କଂଗ୍ରେସ କର୍ମୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ବ୍ଲକ କଂଗ୍ରେସ ସଭାପତି ରବୀନ୍ଦ୍ର ହୋତାଙ୍କ ନେତୃତ୍ୱରେ ବରିଷ୍ଟ କଂଗ୍ରେସ ନେତା ତଥା ରାଜ୍ୟ କିଷାନ ସେଲ ସାଧାରଣ ସମ୍ପାଦକ ସପନେଶ୍ୱର ପୃଷ୍ଟି,ଯୁବ ନେତା ବିଜୟ ଭୋଇ,ଶ୍ରୀନିବାସ ଖମାରୀ,ସୁରଥ ପ୍ରଧାନ,ନରସିଂ ମିଶ୍ର,ବିଶ୍ଵାମିତ୍ର ପଣ୍ଡା,ରବୀନ୍ଦ୍ର ଭୁଇଁଆ,ପାଣ୍ଡବ ଭୋଇ ପ୍ରମୁଖ ଉପସ୍ଥିତ ରହି ଟାଟା ପାୱାର ବିରୋଧରେ ଗର୍ଜି ଥିଲେ ।ସେମାନେ ଦାବୀ କରିଥିଲେ ଯେ ଗ୍ରାହକ ଶୋଷଣ ବନ୍ଦ କର, ଘରୋଇ ଉପଭୋକ୍ତାଙ୍କୁ ୩୦୦ୟୁନିଟ ମାଗଣା ବିଜୁଳି ପ୍ରଦାନ,କୃଷି ପାଇଁ ସମ୍ପୂର୍ଣ୍ଣ ଭାବେ ବିଜୁଳି ଛାଡ କରାଯାଉ,ସ୍ମାର୍ଟ ମିଟର ବିଶ୍ଵସନୀୟତା ପ୍ରମାଣିତ ନହେବା ଯାଏ କାର୍ଯ୍ୟକାରୀ କରାନଯାଉ,ଅତିରିକ୍ତ ସ୍ୱିକ୍ୟୁରିଟି ଡିପୋଜିଟ କୁ ତୁରନ୍ତ ପ୍ରତ୍ୟାହାର କରାଯାଉ ଆଦି ସ୍ଲୋଗାନ ଦେଇ କଂଗ୍ରେସ କର୍ମୀ ମାନେ କାର୍ଯ୍ୟାଳୟକୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।