-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
28-Dec-2025
ଲୋଇସିଂହା, (ପ୍ରେରଣା ଖବର) ଲୋଇସିଂହା ଗ୍ରାମ ପଂଚାୟତ କାର୍ଯ୍ୟାଳୟ ରେ ସରପଞ୍ଚ ନବକିଶୋର ନାଏକ ଙ୍କ ଅଧ୍ୟକ୍ଷତାରେ ବିକଶିତ ଭାରତ ଗ୍ୟାରେଣ୍ଟି ରୋଜଗାର ଓ ଆଜୀବନ ମିଶନ ଆଇନ 2025 ସଚେତନତା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା l ଗ୍ରାମ ସଭାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିକଶିତ ଭାରତ - ରୋଜଗାର ଓ ଆଜୀବିକା ନିଶ୍ଚିତ ମିଶନ (ଗ୍ରାମୀଣ) ଆଇନ 2025 ସମ୍ପର୍କ ରେ ଉପସ୍ଥିତ ଗ୍ରାମବାସୀ ଙ୍କୁ ଅବଗତ କରାଇବା ଏବଂ ଆଲୋଚନା କରିବା l ଉକ୍ତ ନୂତନ ଆଇନ ମାଧ୍ୟମରେ ଗ୍ରାମୀଣ ପରିବାର ଙ୍କ ପାଇଁ ନିଶ୍ଚିତ ରୋଜଗାର ଓ ଆଜୀବନ ସୁନିଶ୍ଚିତ l ବାର୍ଷିକ ରୋଜଗାର 100 ଦିନରୁ ବୃଦ୍ଧି ହୋଇ 125 ଦିନ ହେବାସହ ମନରେଗା ପ୍ରକାରେ ମଜୁରୀ ମିଳିବ l କାମ ଦାବୀ କରିବା ପରେ କାମ ନ ମିଳିଲେ ବେକାର ଭତ୍ତl ସ୍ୱତଃଭାବେ ଦ୍ୱୟ ହେବ ଯାହା ରୋଜଗାର କୁ ଏକ ବୈଧ ଅଧିକାର କରିଛି l ମଜୁରୀ ଦେୟରେ ବିଳମ୍ବ ହେଲେ ବିଲମ୍ବ ଦିନ ପାଇଁ କ୍ଷତିପୂରଣ ସହିତ ମଜୁରୀ ପ୍ରଦାନ କରାଯିବ ବୋଲି ଓଡିଶା ସରକାର ଙ୍କ ପକ୍ଷରୁ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ପାଇଁ ପ୍ରୟାସ ଜାରି ରହିଛି l ଲୋଇସିଂହା ପଂଚାୟତ ରେ ଉକ୍ତ କାର୍ଯ୍ୟକ୍ରମ ରେ ଉପସ୍ଥିତ ପିଇଓ ଶ୍ରୀ ପ୍ରେମାନନ୍ଦ ମହାଳିଙ୍ଗ, ଯୋଗାଣ ସହାୟକ ଶ୍ରୀ ମାଧବ ଭୋଇ, ଗାଁସାଥୀ ତନୁଜ ସାହୁ ସମେତ ପଂଚାୟତ ର ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ l ଉକ୍ତ କାର୍ଯ୍ୟକ୍ରମ ଟି ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ ରେ ମଧ୍ୟ ହୋଇଥିବା ଜାଣିବାକୁ ମିଳିଛି l