-+91-9937148622 |
prerana_bgr@rediffmail.com |
Friday 11th September 2026 |
R.N.I. Regd No. ODIODI/2010/46693
Breaking News
27-Dec-2025
ବିନିକା(ହିମାଂଶୁ ଶେଖର ପୁଟେଲ)୧୦ଦିନ ହେଲା ସ୍ବାମୀ ନିଖୋଜ ଥିବା ବେଳେ ୨ଝିଅ ସହ ସ୍ତ୍ରୀ ନ୍ୟାୟ ପାଇଁ ବିନିକା ଥାନାର ଦ୍ୱାରସ୍ଥ ହୋଇଚ୍ଛନ୍ତି ।ଘଟଣା ଟି ହେଉଛି ବିନିକା ଥାନା ଅନ୍ତର୍ଗତ ଗୁଲାପଡ଼ା ଗ୍ରାମରେ ।ଗ୍ରାମର ପ୍ରକାଶ ମହାନ୍ତି ନାମକ ଜଣେ ଯୁବକ କାମ ସାରି ସନ୍ଧ୍ୟାରେ ଘରକୁ ଫେରିଥିଲେ ।ପୁନର୍ବାର ଚପଳ କିଣିବାକୁ ଘରୁ ବାହାରି ଚାଲି ଯାଇ ଆଉ ସେହିଦିନ ଠାରୁ ଘରକୁ ଆସି ନଥିବା ସ୍ତ୍ରୀ ବନିତା ମହାନ୍ତି ବିନିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।ତାଙ୍କ କହିବା ଅନୁସାରେ ମୋ ସ୍ବାମୀ ୧୦ଦିନ ହେଲା ନିଖୋଜ ଅଛନ୍ତି ତାଙ୍କୁ କେହି ହତ୍ୟା କରିଥିବା ଓ ମାଟିରେ ପୋତି ଦେଇଥିବା ସନ୍ଧେହ କରି ନ୍ୟାୟ ମାଗିଛନ୍ତି ।ତାଙ୍କୁ ଜୀବିତ ହେଉ କି ମୃତ ଖୋଜି ଆଣି ମତେ ଦେବାକୁ ସେ ପୋଲିସ ଆଗରେ ଗୁହାରି କରିଛନ୍ତି ।ତାଙ୍କର ଖୋଜ ଖବର ମିଲୁ ନଥିବାରୁ ଆମ୍ଭେ ପରିବାର ବହୁ ଦୁଃଖ କଷ୍ଟରେ ଚଲୁଛୁଁ।ବେଳେ ଖାଇଲେ ଅନ୍ୟ ବେଲା ଭୋକ ଉପାସରେ ରହିବାକୁ ପଡୁଛି ।ମାଗି ଯାଚି ୨ଝିଅ ସହ ମୋ ପେଟ ପୂରାଇ ଜୀବନ ଯୁଦ୍ଧ ସହ ସଂଗ୍ରାମ କରୁଛୁ ବୋଲି ଆଖିରୁ ଲୁହ ଝରାଇ ଦୁଃଖର ସହିତ କହିଛନ୍ତି।ପୋଲିସ ଘଟଣାକୁ ଗୁରୁତ୍ତ୍ଵ ଦେଇ ସବୁ ଦିଗରୁ ତଦନ୍ତ ପ୍ରକ୍ରିୟାକୁ ଯୋର କରିଥିବା ସୂଚନା ମିଳିଛି।