-+91-9937148622 |
prerana_bgr@rediffmail.com |
Thursday 5th March 2026 |
R.N.I. Regd No. ODIODI/2010/46693
Breaking News
01-Feb-2021
ସମ୍ବଲପୁର (ପ୍ରେରଣା ଖବର) ଜଣାଶୁଣା ଗୀତିକାର ତଥା ବାଦ୍ୟଶିଳ୍ପୀ କୃପାସିନ୍ଧୁ ଗୁରୁଙ୍କ ପରଲୋକ । ସମ୍ବଲପୁର କଳାପରିଷଦ ସହ ଜଡିତ ଥିଲେ କୃପାସିନ୍ଧୁ । ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ଗୀତିକାର ଥିଲେ । ସେ ଅନେକ ଜଣାଶୁଣା ସମ୍ବଲପୁରୀ ଗୀତ ରଚନା କରିଥିଲେ ।
‘ଅସ୍ତରାଗ’ ଫିଲ୍ମର ‘ରାଧା ନାନୀ ଲହର ମଣି ରେ’ ରଚନା କରିଥିଲେ । ସେ ଅନେକଙ୍କୁ ଗୀତ ଗାଇବା ଏବଂ ଢୋଲ ବଜାଇବା ମଧ୍ୟ ଶିଖାଇଥିଲେ।
କୃପାସିନ୍ଧୁଙ୍କ ପୈତୃକ ଘର ଗୁରୁପରାର ତିମିନିରେ । କିଛି ବର୍ଷ ପୂର୍ବେ ସେ ଅଇଁଠାପାଲୀରେ ରହୁଥିଲେ । ସମ୍ବଲପୁର କମର୍ସିଆଲ ଟ୍ୟାକ୍ସ ଆସିସଷ୍ଟାଣ୍ଟ କମିଶନର ଅଫିସରୁ ମୁଖ୍ୟ କିରାଣୀ ଭାବେ ଅବସର ନେଇଥିଲେ ।