-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
26-Nov-2025
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବିଶ୍ୱ ଐତିହ୍ୟ ସପ୍ତାହ ଦିବସ ସମାରୋହର ଉଦଯାପିତ। ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ରେ ଛାତ୍ର କଲ୍ୟାଣ ଅଧିକାରୀ ଡ଼ ଗୀତାଶ୍ରୀ ପ୍ରିୟମ୍ବଦା, ଅଧ୍ୟାପିକା ରାଜଲଷ୍ମୀ ରଥ, ଅଧ୍ୟାପିକା ନିବେଦିତା ଆଚାରୀ, ଅଧ୍ୟାପିକା ସଲମା ମେହେରୁନ ଖାନ, ଅଧ୍ୟାପକ ଚିତ୍ତରଞ୍ଜନ ଜେନା,ଅଧ୍ୟାପକ ଖଗେଶ୍ୱର ଭୋଇ ,ଆଦର୍ଶ ଡିଗ୍ରୀ ମହାବିଦ୍ୟାଳୟ ରୁ ଯୋଗ ଦେଇଥିବା ଅଧ୍ୟାପକ କୁନାଲ ବାଗ,ଅଧ୍ୟାପକ ଟିକେଶ୍ୱର ରଣା ,ଅଧ୍ୟାପକ ଯସ୍ମୀନ ନିଆଲ ପ୍ରମୁଖ ଜିଲ୍ଲା, ରାଜ୍ୟ,ଦେଶ ତଥା ବିଶ୍ୱର ଐତିହାସିକ, ସାଂସ୍କୃତିକ ବିଭବ କୁ ଜାଣିବା, ବୁଝିବା ସୁରକ୍ଷିତ ରଖିବା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଯୁକ୍ତ ଦୁଇ ଅଧ୍ୟକ୍ଷ ତଥା ପ୍ରତ୍ନତାତ୍ତ୍ୱିକ ଓ ସଂଗ୍ରହାଳୟ ବିଭାଗ ମୁଖ୍ୟ ଡ଼ ରଣବୀର ସିଂହ ଉକ୍ତ ଦିବସ ପାଳନର ବୈଶିଷ୍ଟ୍ୟ ଆଲୋଚନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ବିଭାଗୀୟ ଛାତ୍ରଛାତ୍ରୀମାନେ ଅନେକ ଉପାଦେୟପୂର୍ଣ୍ଣ ତଥ୍ୟ ସଂଗ୍ରହ ପୂର୍ବକ ପ୍ରଦର୍ଶିତ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ମାଆ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ର କୁଳପତି ଡ଼ ନିବେଦିତା ନାଥ , ଶିକ୍ଷାବିତ ସୁମନ ରଥ, ଶିକ୍ଷାବିତ ଲୋହିତାକ୍ଷ ଯୋଶୀ ମଧ୍ୟ ପରିଦର୍ଶନ କରିଥିଲେ । ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ନୂଆପଡା ଜିଲ୍ଲା ପରମେଶ୍ୱର ମେହେର