-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ସାହିତ୍ୟିକ ଓ ବାନ୍ଧ ଗବେଷକ ଭାବେ ଚିର ସ୍ମରଣୀୟ ହୋଇ ରହିବେ କେଶବ ବାବୁ

17-Nov-2025



ବରଗଡ଼(ଆକାଶ ମିଶ୍ର): ପ୍ରତିଭାଦୀପ୍ତ ସାହିତ୍ୟିକ ଭାବେ ତଥା ପ୍ରଖ୍ୟାତ ବାନ୍ଧ ଗବେଷକ ଭାବେ ଡ଼ଃ କେଶବ ଚନ୍ଦ୍ର ମେହେର ଚିର ସ୍ମରଣୀୟ ହୋଇ ରହିବେ ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି। ରବିବାର କେଶବ ମେହେର ସ୍ମୃତି ସମିତି ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଭବନରେ ଡଃ କେଶବ ଚନ୍ଦ୍ର ମେହେରଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହରେ ପାଳିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଛତିଶଗଡ଼ ମେହେର (ଭୁଲିଆ) ସମାଜର ଯୁବ ସଭାପତି ଅରୁଣ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି କହିଲେ ଯେ ଡ଼ଃ କେଶବ ଚନ୍ଦ୍ର ମେହେରଙ୍କ ସୃଷ୍ଟି ଥିଲା ଉଚ୍ଚକୋଟୀର। ବାନ୍ଧ କଳା ପ୍ରତି ଡ଼ଃ ମେହେରଙ୍କ ଅତୁଳନୀୟ ଅବଦାନ ଯୋଗୁଁଁ ବାନ୍ଧ କଳା ଶିଳ୍ପୀମାନଙ୍କ ମଧ୍ୟରେ ସେ ଚିର ସ୍ମରଣୀୟ ହୋଇ ରହିବେ। ଡ଼ଃ ମେହେରଙ୍କ ଓଡ଼ିଆ ସାହିତ୍ୟ ଓ ମେହେର ସମାଜ ପ୍ରତି ଅବଦାନ ଉପରେ ଆଲୋକପାତ କରିବା ସହ ଛତିଶଗଡ଼ରେ ମଧ୍ୟ ସ୍ୱଭାବ କବି

ଗଙ୍ଗାଧର ମେହେର ଓ କେଶବ ମେହେରଙ୍କ ଉପରେ ପ୍ରତିଭାର ପ୍ରସାର ପ୍ରସାର ସକାଶେ ସଭା କରାଯିବ ବୋଲି ମତବ୍ୟକ୍ତ କରିଥିଲେ। 
ମୁଖ୍ୟବକ୍ତା ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ପୁଷ୍ପ କୁମାର ମେହେର ଡ଼ଃ ମେହେରଙ୍କ ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରି ପଶ୍ଚିମଓଡ଼ିଶାର ପ୍ରତିଭାମାନଙ୍କ ଗୌରବ ବୃଦ୍ଧି ସକାଶେ କିପରି ଆନ୍ତରିକ ଉଦ୍ୟମ କରିଥିଲେ ଉଦାହରଣ ଦେଇ ଦର୍ଶାଇ ଥିଲେ। ପଶ୍ଚିମଓଡ଼ିଶାର ବାନ୍ଧକଳା ଯେ ପୃଥିବୀର ଅନ୍ୟତମ ଶ୍ରେଷ୍ଠ କଳା ଏହା କେଶବ ବାବୁ ତୁଳନାତ୍ମକ ଅଧ୍ୟୟନ କରି ଦର୍ଶାଇଛନ୍ତି। 
ସମ୍ମାନିତ ଅତିଥି କବି ଦିବ୍ୟକିଶୋର ଦେବତା ଡ଼ଃ ମେହେରଙ୍କ ସହ ବ୍ୟକ୍ତିଗତ ଅନୁଭୂତିରୁ ତାଙ୍କର ସାହିତ୍ୟ ସାଧନା କେତେ ବଳିଷ୍ଠ ଥିଲା ପ୍ରକାଶ କରିଥିଲେ। 
ପୂର୍ବ ଓ ପଶ୍ଚିମ ଓଡ଼ିଶାର ସାହିତ୍ୟିକମାନଙ୍କ ମଧ୍ୟରେ ଯୋଗସୂତ୍ର ସମ୍ପର୍କରେ ସେତୁ ଥିଲେ ବୋଲି କହିଥିଲେ ସମ୍ବଲପୁରୀ ସାହିତ୍ୟିକ ଉତ୍ପନ୍ନ କୁମାର ଭୋଇ।
ସଭାରେ ସଭାପତିତ୍ୱ କରି ସାହିତ୍ୟିକ ଡ଼ଃ ସୁବାସ ମେହେର ଗଙ୍ଗାଧର ସାହିତ୍ୟର ପ୍ରଥମ ସମାଲୋଚକ ଡ଼ଃ କେଶବ ମେହେର ଥିଲେ ବୋଲି କହିଥିଲେ। ବାନ୍ଧ କଳା ଉପରେ ତାଙ୍କ ଲିଖିତ ପୁସ୍ତକ ଓଡ଼ିଶାର ବାନ୍ଧ କଳା ଉପରେ ଲିଖିତ ପ୍ରଥମ ପ୍ରାମାଣିକ ପୁସ୍ତକ ବୋଲି ସେ ଦର୍ଶାଇଥିଲେ।

‘କେଶବ କ୍ରାନ୍ତି’ ସ୍ମରଣିକା ଅତିଥିମାନେ ଉନ୍ମୋଚନ କରିଥିଲେ। 
ଏହି ଅବସରରେ ବିଶିଷ୍ଟ ବାନ୍ଧଶିଳ୍ପୀ କୌସ୍ତୁଭ ମେହେର, ବୟନ କଳା ପାଇଁ ବୌଦ୍ଧ ଜିଲା ବାଉଁଶୁଣୀର ସୁରୁବାବୁ ମେହେର, ହବସପୁରୀ ଶାଢ଼ିର ପ୍ରଶିକ୍ଷକ କଳାହାଣ୍ଡି ଜିଲା ଚେଚୈଗୁଡ଼ାର ଜଳନ୍ଧର ମେହେର, ସମ୍ବଲପୁରୀ ବାନ୍ଧ କଳା ଡ଼ିଜାଇନର ବରଗଡ଼ ଜିଲା କପାବାରିର ମୀନକେତନ ମେହେର ଓ ଉତ୍ତମ ସମ୍ବଲପୁରୀ ହାତବୁଣା ଲୁଗା ଉତ୍ପାଦିକା ଭାବେ ସମ୍ବଲପୁର ଜିଲା ଅନ୍ତର୍ଗତ କର୍ଡ଼ୋଲାର ସୀମା ମେହେରଙ୍କୁ ମାନପତ୍ର, ଉପକୌକନ, ସ୍ମାରକୀ ଦେଇ ସମ୍ମାନିତ କରାଯାଇଥିଲା। 

ବ୍ୟଙ୍ଗ କବି ମନୋରଞ୍ଜନ ସାହୁ, ଶିଶୁ ସାହିତ୍ୟିକ ରବିନାରାୟଣ ସାହୁ, ବରିଷ୍ଠ ସାମ୍ବାଦିକ ସୁଜିତ ମିଶ୍ର, ଗାଳ୍ପିକ ଆନନ୍ଦ ମେହେର ପ୍ରମୁଖ ତାଙ୍କର ପ୍ରତିଭାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ସଭାକୁ ସଂଯୋଜନା କରିଥିଲେ ଔପନ୍ୟାସିକ ତେଜରୁ ବାରିକ। 
ଡ଼ଃ ମେହେରଙ୍କ କବିତା କଲ୍ୟାଣୀ ତୁମେ ଆସ... କବିତା ଆବୃତ୍ତି କରିଥିଲେ ସୁମନା ମେହେର, ନନ୍ଦିନୀ ମେହେର, ଶେଫାଳି ମେହେର। ସ୍ୱାଗତ ସଙ୍ଗୀତ ତାରା ପ୍ରସାଦ ମେହେର

ଗାନ କରିଥିବାବେଳେ ଉଦ୍‌‌ଯାପନ ସଙ୍ଗୀତ ଗାନ କରିଥିଲେ ମୀନକେତନ ମେହେର। ରୋହିତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ। ଧନପତି ମହାପାତ୍ର, ଶେଷନ ବିଶି, ଗଜରାଜ ମେହେର, ତେଜରାଜ ମେହେର, ଅଶୋକ ମେହେର, ବିଚିତ୍ର ମେହେର, ଚୂଳସୁନ୍ଦର ମେହେର ପ୍ରମୁଖ ଉପସ୍ଥିତ ଥିଲେ।
ତରଣୀସେନ ଗୁରୁ, ନରେନ୍ଦ୍ର ମହାନ୍ତି, ଆକାଶ ମିଶ୍ର, ରାଜେନ୍ଦ୍ର ଚଇନି ପ୍ରମୁଖ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like