-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
07-Nov-2025
ଗଣିଆ(ବିଜୟ ଲକ୍ଷ୍ମୀ ରାଉତ): ଗଣିଆ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠ ଖେଳପଡିଆ ପରିସରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳାରେ ଭାରପ୍ରାପ୍ତ ବିଡ଼ିଓ ଅଙ୍କୁର ଅଭିଳାଶଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ସମ୍ମାନିତ ଅତିଥି ଭାବେ ସାଂସଦଙ୍କ ପ୍ରତିନିଧି ଶରତ କୁମାର କର, ଅତିରିକ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀସମ୍ପଦ ଅଧିକାରୀ ଡା ରମେଶ କୁମାର ବେହେରା, ଅତିରିକ୍ତ ମତ୍ସ୍ୟ ଅଧିକାରୀ ସଚିତାରାଣୀ କର, ବୈଜ୍ଞାନିକ ଡ଼ ଅନିଲ କୁମାର ସ୍ବାଇଁ,ଡା ଅମିୟ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ମେଳାରେ ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ସ୍ତୁତିତନୟା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ୮ ଜଣ ଚାଷୀଙ୍କୁ ଏକ ହଜାର ଟଙ୍କା ସହିତ ଉପହାର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ବିଭିନ୍ନ ବିଭାଗର ୧୨ଟି ପ୍ରଦର୍ଶନୀ ଷ୍ଟଲ ପଡିଥିଲା । କାମଧେନୁ ଯୋଜନା ଏବଂ ମତ୍ସ୍ୟ ଯୋଜନାରେ ୩ ଜଣଙ୍କୁ କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ବ୍ଳକ କଳା ସଂସ୍କୃତି ତରଫରୁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଭିଡିଓ ମାଧ୍ୟମରେ ସଫଳ ଚାଷୀ ମାନଙ୍କର କାହାଣୀ ଉପସ୍ଥାପନ କରାଯାଇଥିଲା । ଚାଷୀ ମାନେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ । ୨ ଶହରୁ ଅଧିକ ଜନସାଧାରଣ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ମତ୍ସ୍ୟ ଏବଂ ପ୍ରାଣୀସମ୍ପଦ ବିଭାଗର ସମସ୍ତ ଅଧିକାରୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।