-+91-9937148622 |
prerana_bgr@rediffmail.com |
Tuesday 22nd September 2026 |
R.N.I. Regd No. ODIODI/2010/46693
Breaking News
30-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବାତ୍ୟା ମୋନ୍ଥା ଦୁର୍ବଳ ହୋଇ ସମୁଦ୍ର ଉପକୂଳରୁ ଦୂରେଇ ଯାଇଛି ସତ ହେଲେ ତାର ପ୍ରଭାବରେ ବିଭିନ୍ନ ସ୍ଥାନରେ ପବନ ସହ ଲଘୁଚାପ ଜନିତ ଝିପଝିପି ବର୍ଷା ଲାଗି ରହିଛି।ବାତ୍ୟାର ପ୍ରଭାବ ବିନିକା ଅଞ୍ଚଳରେ କିଛି କାଂଶରେ ଦେଖିବାକୁ ମିଳିଛି । ବିଶେଷ କରି ଏହି ବ୍ଲକ ବାବୁପାଳି ପଞ୍ଚାୟତ ଅଧିନସ୍ତ ପଲସାପାଲି ଗ୍ରାମର ବିଭିନ୍ନ ଚାଷ ଜମିର ଧାନ କେଣ୍ଡା ଝରି ମାଟିରେ ମିଶିଥିବା ଦେଖିବାକୁ ମିଳିଛି।ସୁନାର ଫସଲ ପାଇଁ ଚାଷୀ କଠିନ ପରିଶ୍ରମ କରି ଏଥର ଭଲ ଅମଳ ଆଶା ରଖିଥିଲା ହେଲେ ବାତ୍ୟା ମୋନ୍ଥା ସବୁ ଓଲଟ ପାଲଟ କରିଦେଲା ଯାହା ଫଳରେ ଚାଷୀ ଚିନ୍ତିତ ରହିଛି ।ତେବେ ସେ ଯାହା ବି କଷ୍ଟକୁ ଭୁଲି ଯାଇ ମାଟିରେ ଝରି ପଡିଥିବା ଅମଳ ଧାନକୁ ଉଠାଇ ବିଡା ବିଡା ଆକାରରେ ବାନ୍ଧି ରଖୁଛି ।ସେହିପରି ବାତ୍ୟାର ପ୍ରଭାବରେ ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନର ଚାଷ ଜମିରେ ଧାନ କେଣ୍ଡା ଗୁଡ଼ିକ ପବନରେ ଶୋଇ ପଡିଥିବା ଦେଖିବାକୁ ମିଳିଛି।ତେଣୁ କୃଷି ବିଭାଗ ଅଧିକାରୀ ମାନେ ତୁରନ୍ତ କ୍ଷେତ୍ର ପରିଦର୍ଶନ କରି ବିହୀତ ପଦକ୍ଷେପ ନେବାକୁ ଦାବୀ ହେଉଛି।