-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
29-Jan-2021
ପାଟଣାଗଡ଼ (ଗୋରେଖନାଥ ବରିହା) ଆଜି ବିଜେପି ପକ୍ଷରୁ ମଣ୍ଡିରୁ ତୁରନ୍ତ ଧାନ ଉଠାଇବା ଦାବିରେ ବିଶାଳ ଚାଷୀ ବିକ୍ଷୋଭ ପ୍ରଦର୍ଶନ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଙ୍କ ନେତୃତ୍ବରେ ରାଜଖମାରୁ ରେଲି ରେ ବାହାରି ଉପଜିଲ୍ଲାପାଳ କାର୍ଯ୍ୟଳୟକୁ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀ ମାନଙ୍କ ଧାନ ମଣ୍ଡିରେ ପଡ଼ି ରହିଛି । ମଣ୍ଡି ମାନଙ୍କରେ କଟିଛଟିନ ଚାଲିଛି । ଅଖା ଓ ସୁତୁଲି ଟଙ୍କା ରାଜ୍ୟ ସରକାର ଖାଇଛି ବୋଲି ନାରାବାଜି ଦେବାସହ ରାଜ୍ୟ ସରକାର ଙ୍କୁ ସମାଲୋଚନା କରିଥିଲେ । ଚାଷୀ ମାନଙ୍କୁ ମିଳିଥିବା ଟୋକନ ମଧ୍ୟ ଲେମ୍ସ ହୋଇ ଯିବା ଫଳରେ ଚାଷୀମାନେ ଧାନ ବିକ୍ରି କରି ପାରୁନଥିବାରୁ ଅସୁବିଧା ସମୁଖୀନ ହେବାକୁ ପଡୁଛି । ୭ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ସୋମନାଥ ପ୍ରଧାନ ଙ୍କୁ ପ୍ରଦାନ କରାଯାଇଥିଲା । ଏହି ବିକ୍ଷୋଭ ପ୍ରଦର୍ଶନ ରେ ବ୍ଳକ ଅଧ୍ୟକ୍ଷ ଭକ୍ତବନ୍ଧୁ ନାଏକ ,କରମସରାଫ ଜିଲ୍ଲା ପରିଷଦ ସଦସ୍ୟା ଜ୍ୟୋତ୍ସ୍ନାମୟୀ ସାହୁ ,ବିପ୍ର ବିଶି ,ଙ୍କ ସମେତ ହଜାର ରେ ଉର୍ଦ୍ଧ୍ବ ଚାଷୀ ବିକ୍ଷୋଭ ପ୍ରଦର୍ଶନ ରେ ଭାଗନେଇ ଥିଲେ । ଏଥିରେ ପାଟଣାଗଡ଼ ବେଲପଡା ଖପ୍ରାଖୋଲ ବ୍ଳକ ର ବିଜେପି କର୍ମୀ ଚାଷୀ ଯୋଗଦେଇ ଥିଲେ ।