-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||     

HOME   ଜିଲ୍ଲା

ନାଗରିକ ସମାଜ ସହ ନରସିଂହ ଙ୍କ ମତବିନିମୟ ଜନତା ପ୍ରତିକ୍ରିୟାଶିଳ ନ ହେଲେ ଅଂଚଳର ବିକାଶ ରେ ସ୍ଥାଣୁତା ଆସେ- ନରସିଂହ ଚିନିକଳ, କୃଷିବିଶ୍ୱ ବିଦ୍ୟାଳୟ ବଲାଙ୍ଗିର ପାଇଁ ନିହାତି ଜରୁରି ଲୋୟର ସୁକତେଲ ଓ ମେଡିକାଲ କଲେଜ ନିର୍ମାଣ ଲକ୍ଷ୍ୟ ପୁରଣ ହୋଇ ନାହିଁ କାହିଁକି - ନରସିଂହ

25-Sep-2025



ବଲାଙ୍ଗିର, - ବିଗତ ବର୍ଷମାନଙ୍କରେ ବଲାଙ୍ଗିର ର ବିକାଶ ପାଇଁ ଅନେକ ପ୍ରକଳ୍ପ ର ଅନୁଦାନ ଅଣାଯାଇଥିଲା । ଅନେକ ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇ ଲୋକର୍ପିତ ହେଲା କିଛି ପ୍ରକଳ୍ପ ସରକାରୀ ଶଡଯନ୍ତ୍ର, ପ୍ରଶାସନିକ ଅବହେଳା ଯୋଗୁଁ ମୂଳ ଲକ୍ଷ୍ୟରୁ ଦୂରେଇ ଗଲା । ଯେପରି କି ମହାରାଣୀ ସାଗର ପାଇଁ ୨୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଅନୁଦାନ ବହୁ ବର୍ଷ ପୂର୍ବରୁ ଆସିଥିଲେ ହେଁ ଆଜି ପର୍ଯ୍ୟନ୍ତ ତାହା ସମ୍ପୁର୍ଣ୍ଣ ହୋଇପାରି ନାହିଁ । ପ୍ରଥମେ ନିର୍ମାଣକାରୀ ସଂସ୍ଥା ଏନ୍‌ବିସିସି ସହ ଚୁକ୍ତି ରେ ମହାରାଣୀ ସାଗର ର ପରିକଳ୍ପନା ଏକ ଉଚ୍ଚ କୋଟିର ପର୍ଯ୍ୟଟନ ଭଳି ପ୍ରତିୟମାନ ହେଉଥିଲା କିନ୍ତୁ କାହିଁକି କେଜାଣି ପରବର୍ତ୍ତି ସମୟରେ ଏହି ବହୁ କୋଟି ଟଙ୍କାର ପ୍ରକଳ୍ପକୁ ୧୦୦ ରୁ ଉର୍ଦ୍ଧ ସ୍ୱୟଂ ସହାୟକ ଗୋଷ୍ଠିଙ୍କୁ କାର୍ଯ୍ୟ ପ୍ରଦାନ କରିବା ନାଁ ରେ ଜଣେ ମାତ୍ର ଠିକାଦାରକୁ ନିୟୋଜିତ କରି କୋଟି କୋଟି ଟଙ୍କାର ଦୁର୍ନିତି କରାଗଲା । ଏଠାରେ ଦୁଃଖ ଲାଗେ ଯେ ଐତିହ୍ୟ ସମ୍ପୁର୍ଣ୍ଣ ଏହି ଜଳାଶୟ ବଲାଙ୍ଗିର ର ଏକ ପରିଚୟ ଅଟେ । ତଥାପି ମଧ୍ୟ ପ୍ରକଳ୍ପ ପ୍ରତି ହୋଇଥିବା ଅନ୍ୟାୟ ଓ ଦୁର୍ନିତି ବିରୁଦ୍ଧରେ କେହି ବି ସ୍ୱର ଉତ୍ତୋଳନ କଲେ ନାହିଁ । ଆମେ ଜାଣି ରଖିବା ଦରକାର ଯେତେବେଳେ ସାଧାରଣ ଜନତା କୌଣସି ଘଟଣା ଦୁର୍ଘଟଣାକୁ ନେଇ ପ୍ରତିକ୍ରିୟାଶୀଳ ହୁଅନ୍ତି ନାହିଁ ସେତେବେଳେ ଅଂଚଳର ବିକାଶରେ ସ୍ଥାଣୁତା ଆସିଯାଇଥାଏ ବୋଲି ଏକ

ଘରୋଇ ହୋଟେଲ ରେ ଆୟୋଜିତ ହୋଇଥିବା ଏକ ମତବିନିମୟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ନରସିଂହ ମିଶ୍ର ବଲାଙ୍ଗିରବାସୀଙ୍କୁ ଚେତେଇ ଦେଇଛନ୍ତି ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋୟର ସୁକତେଲ ଓ ଭୀମଭୋଇ ମେଡିକାଲ କଲେଜ କୁ ରାଜନୈତିକ ଉଦ୍ଦେଶ୍ୟ ନ ରଖି କାର୍ଯ୍ୟ ସମ୍ପୁର୍ଣ୍ଣ ହେବା ଆଗରୁ ଉଦ୍‌ଘାଟନ କରାଗଲା । ଦୁଃଖ ଲାଗେ ଦୁଇ ବର୍ଷ ପରେ ମଧ୍ୟ ଏହି ଉଭୟ ପ୍ରକଳ୍ପର ସ୍ଥିତି ଦୁଇ ବର୍ଷ ପୂର୍ବର ସ୍ଥିତି ସହ ସମାନ ଅଛି । ଏଥି ପାଇଁ ଦାୟି କିଏ ? ସରକାର, ନେତା ନା ଜନତା । ଠିକ୍ ସେହିପରି ବଲାଙ୍ଗିରବାସୀଙ୍କ ବହୁ ଦିନର ଦାବି କୃଷି ବିଶ୍ୱ ବିଦ୍ୟାଳୟକୁ ସମ୍ପୁର୍ଣ୍ଣ ଅଣଦେଖା କରାଗଲା । ନୁଆ ସରକାର ଆସିଲା ପରେ ଏହାକୁ ନେଇ ଲୋକଙ୍କର ଆଶା ବଢିଯାଇଥିଲା କାରଣ ଗତ ସରକାରରେ ଏହି ଦାବିକୁ ନେଇ ତତ୍‌କାଳିନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ବେଳେ ବର୍ତ୍ତମାନର କୃଷିମନ୍ତ୍ରୀ ସେ ପ୍ରତିନିଧି ମଣ୍ଡଳିରେ ସାମିଲ ଥିଲେ କିନ୍ତୁ ଦୁଃଖର କଥା ବଲାଙ୍ଗିର କୁ କୃଷି ବିଶ୍ୱ ବିଦ୍ୟାଳୟ ନାଁ ରେ ଏକ କୃଷି ବିଦ୍ୟାଳୟ ଘୋଷଣା କରି ତୁଷ୍ଟିକରଣ କରାଗଲା । ସବୁଠୁ ବେଶି ଦୁଃଖ ଲାଗେ ବଲାଙ୍ଗିର ର ବୁଦ୍ଧିଜିବିି ଏହି ପ୍ରସଙ୍ଗକୁ ନେଇ ସମ୍ପୁର୍ଣ୍ଣ ଚୁପ । ତେବେ ଏପରି ପରିସ୍ଥିତି ରେ ବଲାଙ୍ଗିର ର ବିକାଶ ଆଗକୁ ଯିବ ନା ପଛମୁହାଁ ହେବ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । ଆଲୋଚନା ବେଳେ ଶ୍ରୀ ମିଶ୍ର ବଲାଙ୍ଗିର ପାଇଁ ଚିନିକଳ, ବେରୋଜଗାର ପାଇଁ ନୂତନ ଶିଳ୍ପ, ଆଇନ ଶୃଙ୍ଖଳା ପରିସ୍ଥିତି ରେ

ସୁଧାର, ଆୟୁର୍ବେଦ ମହାବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷକ କର୍ମଚାରୀ ର ଅଭାବ, ଡାକ୍ତରଖାନାମାନଙ୍କରେ ଡାକ୍ତର ଅଭାବ ଏ ସବୁ କୁ ନେଇ ଲୋକଙ୍କ ସହ ଆଲୋଚନା ହୋଇଥିଲା । ଏହାର ପ୍ରତିକାର ପାଇଁ ଏକ ସାମୁହିକ ଲଢେଇ ଆବଶ୍ୟକତା ଏବଂ ଦାବି ସମୁହକୁ ନେଇ ଉପଯୁକ୍ତ ଫୋରମରେ ଆଲୋଚନା ହେଉ ବୋଲି ଉପସ୍ଥିତ ବୁଦ୍ଧିଜିବିମାନେ ମତ ପ୍ରକାଶ କରିଥିଲେ । ସଂଗଠକ ଧର୍ମେନ୍ଦ୍ର ନନ୍ଦଙ୍କ ସଂଯୋଜନାରେ ଆଜିର ଏହି ଆଲୋଚନାରେ ନାଗରିକ ସମାଜ ତରଫରୁ ସମାଜସେବୀ ଶ୍ରୀକର ମିଶ୍ର, ଐତିହାସିକ ଶିବ ନନ୍ଦ, ପ୍ରେମଚାନ୍ଦ ମହାନ୍ତି, ମଧୁସୁଦନ ନାୟକ, ରାମ ଶଙ୍କର ଶତପଥୀ, ଶିକ୍ଷାବିତ୍ ମନୋରଂଜନ ସାହୁ, ଦିଲିପ ଦାଶ, ଆୟୁର୍ବେଦିକ କଲେଜ ଛାତ୍ର ସମୁହ, ରତନ ମହାରଣା, ତରୁଣ ମିଶ୍ର, ସତ୍ୟନାରାୟଣ ଥାଟି, ଛେଲାରାମ ଜେଏସୱାଲ, ଅଙ୍କୁଶ ପାଣ୍ଡିଆ, ଜ୍ୟୋତି ନାଗ, ଡ. ପ୍ରମୋଦ ମିଶ୍ର, ସାମାଜିକ କର୍ମୀ ବିରେନ୍ଦ୍ର ବନଛୋର ପ୍ରମୁଖ ଅଂଚଳର ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ଦେବା ସହ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026

You Might Also Like