-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
16-Aug-2025
ବରୀ (ରଞ୍ଜିତ ମହାନ୍ତି): ସ୍ବାଧୀନତା ସଂଗ୍ରାମୀ ଇତିହାସରେ ବରୀର ରଘୁନାଥ ନାୟକ। ମହାତ୍ମାଗାନ୍ଧୀଙ୍କ ଆହ୍ୱାନରେ ଇଂରେଜ ବିରୋଧୀ ଆନ୍ଦୋଳନ ସମୟରେ ପରାଧୀନ ଭାରତକୁ ସ୍ୱାଧୀନ କରିବା ପାଇଁ ଯାଜପୁର ବରୀ ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ନାୟକ ଥିଲେ ଅନ୍ୟତମ।ରଘୁନାଥ ବାବୁ ରେଭେନ୍ସା କଲେଜରେ ଏ ଗ୍ରେଡ଼୍ ବୃତ୍ତାଧାରୀ କୃତୀ ଛାତ୍ରଭାବରେ ବି.ଏ. ପଢୁଥିବାବେଳେ “ଭାରତ ଛାଡ଼’’ ଆନ୍ଦୋଳନରେ ଯୋଗ ଦେଇ କଟକ ଓ ବ୍ରହ୍ମପୁର ଜେଲରେ ସେ ୧୪ମାସ କଟାଇଥିଲେ, ଯେଉଁ ସମୟରେ ସେହି ଦୂଇ ଜେଲରେ ନବକୃଷ୍ଣ ଚୌଧୁରୀ, ସାରଙ୍ଗଧର ଦାସ, ବୈଦନାଥ ରଥ, ବୀରେନ ମିତ୍ର ଆଦି ଅଟକବନ୍ଦୀ ରୂପେ ଥିଲେ।ଜେଲରୁ ଫେରିଲା ପରେ ଉଚ୍ଚତମ ଡିଗ୍ରୀ ପାଇବାର ଇଚ୍ଛା-ତାଙ୍କର ଏତେ ପ୍ରବଳ ଥିଲା ଯେ ସେ ପ୍ରାୟ ୨୦ ବର୍ଷ ପରେ ରେଭେନ୍ସା କଲେଜରେ ଏମ୍.ଏ. କ୍ଲାସରେ ପଢ଼ି ଇଂରାଜୀ ବିଷୟରେ ଏମ୍.ଏ. ପାସ୍ କରି ରାମଚନ୍ଦ୍ରପୁର ଉତ୍ତର ମୌଳିକ ସ୍କୁଲରେ ଶିକ୍ଷକ ହୋଇଥିଲେ। ସେ ତା. ୨୭-୨-୨୦୦୪ରିଖରେ ଇହଧାମ ତ୍ୟାଗ କଲେ ।ଯାହା କେବଳ ଯାଜପୁର ନୁହେଁ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା