-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
05-Aug-2025
ରିପୋର୍ଟ: ଅନୀଲ କୁମାର ତ୍ରିପାଠୀ
ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଯୋଗିନୀ ପୀଠ ରାଣୀପୁର ଝରିଆଲ ରେ ଶ୍ରାବଣର ଶେଷ ସୋମବାର ଉପଲକ୍ଷେ ବାବା ସୋମେଶ୍ୱର ମହାଦେବ ଙ୍କୁ ଜଳାଭିଷେକ ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ କାଉଡ଼ିଆ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ଧାଡ଼ି ବ୍ୟବସ୍ଥା କରାଯାଇଥିଲା । ବିସ୍ତିର୍ଣ୍ଣ ପଥର ଚଟ୍ଟାଣ ଉପରେ ସ୍ଥିତ ଗୋଟିଏ ହିଁ ପିଠରେ ଉଭୟ ଶକ୍ତି ଏବଂ ଶିବଙ୍କ ଦର୍ଶନ କଲେ ସମସ୍ତ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ବାସ ରହିଆସିଛି। ଏହି ପିଠ କୁ ସରକାର ନେସନାଲ ଏନସିଏଣ୍ଟ ମନୁମେଣ୍ଟ ଭାବରେ ଘୋଷଣା କରିଛନ୍ତି। ଆଗକୁ ଏହି ପିଠ ଓ୍ବାର୍ଲ୍ଡ ହେରିଟେଜ ରେ ସାମିଲ ହେବ ବୋଲି ଶୁଣାଯାଉଛି। ହେଲେ ଏଠାକୁ ଆସୁଥିବା ଦେଶ ଓ ବିଦେଶର ପର୍ଯ୍ୟଟକ, କାଉଡ଼ିଆ, ମାନସିକଧାରୀ, ଭକ୍ତ ଓ ଶ୍ରଦ୍ଧାଳୁ,କବି, ଗବେଷକ ଙ୍କ ସମାଗମ ହେଉଥିଲେ ହେଁ ଅଦ୍ୟାବଧି ପର୍ଯ୍ୟନ୍ତ କୌଣସି ପ୍ରକାର ମୌଳିକ ସୁବିଧା ଟିକକ ମଧ୍ୟ ନାହିଁ । ତେବେ ଆସ୍ଥା ଓ ବିଶ୍ବାସ ହିଁ ଏହିପିଠକୁ ବଞ୍ଚାଇ ରଖିଥିବା ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଥିଲା। ଲୋକେ ଘଣ୍ଟା ଘଣ୍ଟା ଧରି ଧାଡ଼ି ରେ ରହି ବେଶ ଆରାମରେ ଦର୍ଶନ କରୁଥିବା ଦେଖାଯାଇଥିଲା। ମନ୍ଦିର ଟ୍ରଷ୍ଟ କମିଟି ଏବଂ ସିନ୍ଧେକେଲା ପୋଲିସ ତରଫରୁ ଶାନ୍ତିଶୃଙ୍ଖଳା
ରକ୍ଷା କରିବାକୁ ବ୍ୟାପକ ବ୍ୟବସ୍ଥା ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ଟ୍ରଷ୍ଟ କମିଟିର ସଭାପତି ମାଣିକ ଚନ୍ଦ ଜୈନ, ସମ୍ପାଦକ ଖିରସିନ୍ଧୁ ଭୋଇ, ଆବାହକ ଅନିଲ କୁମାର ତ୍ରିପାଠୀ, ମଞ୍ଜେସ ମେହେର, ଜ୍ୟୋତି ସାହୁ, ଯୁବରାଜ ବାଗ ନବଘନ ଭରାସଗ୍ରିଆ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ଦିର ପୂଜକ ଜଗମୋହନ ତ୍ରିପାଠୀ ଓ ତାଙ୍କ ସହଯୋଗୀ ପଣ୍ଡିତ ମାନେ ପୂଜାକାର୍ଯ୍ୟ ତୁଲାଇଥିଲେ