-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
04-Aug-2025
ଧର୍ମଗଡ଼ (ଜ୍ୟୋତିରଞ୍ଜନ ବେମାଲ )
କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ଛଞ୍ଚାଣବାହାଲି ଗ୍ରାମପଞ୍ଚାୟତ ବେହେରାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ଦୁଇ ସମାଜସେବୀଗୋଟାଏ ଦିନ ରେ ୨ଜଣ ଙ୍କ ମୃତ୍ୟୁ
ଶୋକାକୁଳ ମଧ୍ୟରେ ଶେଷ କୃତ।ଏକା ଦିନେ ଦୁଇଙ୍କ ଗାଁ ମଶାଣି ରେ ଲାଗିଛି ଜୁଇ। ଭାଗିରଥି ପୋଡ଼ ଙ୍କ (୮୦)ବର୍ଷ ରେ ମୃତ୍ୟୁ ହୋଇଥିବା ବେଳେ ବାଞ୍ଛାନିଧି ଦାସ ଙ୍କ (୬୭)ବର୍ଷୀୟ ରେ ମୃତ୍ୟୁ ହୋଇଛି।ଦୁଇଙ୍କ ମୃତ୍ୟୁ ପରେ ଗାଁ ରେ ଶୋକାକୁଲ ଖେଳି ଯାଇଛି।ଭାଗିରଥି ପୋଡ ଙ୍କ ମୃତ୍ୟୁ ବେଳକୁ ପାଖରେ ବଡ ପୁଅ ବୈକୁଣ୍ଠ ପୋଡ଼, ମଝିଆ ପୁଅ ସୁରୁଧନ ପୋଡ଼ ଏବଂ ସାନ ପୁଅ କ୍ଷମା ପୋଡ଼ ରହିଥିବା ବେଳେ ବାଞ୍ଛାନିଧି ଦାସ ମୃତ୍ୟୁ ବେଳକୁ ବଡ ପୁଅ ଧବଳେ ଶ୍ୱର୍ ଦାସ ଏବଂ ସାନପୁଅ ଧନେଶ୍ଵର ଦାସ ଏବଂ ବହୂ ନାତି ନାତୁଣୀ ରହିଥିଲେ। ଦୁହିଁଙ୍କ ବନ୍ଧୁ ବାନ୍ଧବ ପରିଜନ ଓ ଗ୍ରାମ ବାସୀ ଗାଁ ମଶାଣି ରେ ଶେଷ କୃତ ସଂପନ୍ନ ହୋଇ ଯାଇଛି । ଦୁହିଙ୍କ ମୃତ୍ୟୁ ରେ ବେହେରାଗୁଡା ରେ ଅପୂରଣୀୟ କ୍ଷତି ହୋଇଥିବାବେଳେ ସ୍ଥାନୀୟ ଆଇନଜୀବି ଦିଗାମ୍ବର ଦୁରିଆ, ସରପଞ୍ଚ ପ୍ରତିନିଧି ଗଗନେସ୍ୱର ବେମାଲ ,ଗୌନ୍ତିଆ ରାଜେନ୍ଦ୍ର ପ୍ରସାଦ ପୋଡ଼ ଏବଂ ଗ୍ରମର ବିଶିଷ୍ଟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଦୁଃଖ ବ୍ୟକ୍ତ କରିଛନ୍ତି।