-+91-9937148622 |
prerana_bgr@rediffmail.com |
Sunday 8th March 2026 |
R.N.I. Regd No. ODIODI/2010/46693
Breaking News
26-Jul-2025
ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ମ୍ଯୁନିସିପାଲିଟି ଅଧିନସ୍ତ ମୁଖ୍ଯରାସ୍ତା ଯାହା କି କଚେରୀ ପାଖ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତୀ ଠାରୁ ବସଷ୍ଟାଣ୍ଡ କୁ ସଂଯୋଗ କରୁଅଛି l ପରିପାର୍ଶ୍ବରେ ରାଜସ୍ବ ବଙ୍ଗଳା, ଉପକାରାଗାର, ଡାକ୍ତରଖାନା, ସିଭିଲ କୋର୍ଟ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଓ ବସଷ୍ଟାଣ୍ଡ କୁ ସଂଯୋଗ କରୁଅଛି l ଏହି ରାସ୍ତାଟି ଆଜକୁ ଏକମାସ ହେବ ପାଣି, ଗୁଡି ଓ ଆଦି ପଡି ରହୁଅଛି l ରାସ୍ତାଟିରେ କାଦ ପଚପଚ ପାଣିରେ ଯିବାଆସିବା
କରିବାକୁ ପଡୁଛି l ଏ ବର୍ଷର ପ୍ରଚୁର ବର୍ଷା ଜନିତ ଜଳ ଆବଶ୍ଯକ ଡ୍ରେନେଜ ନ ଥିବାରୁ ରିଜର୍ଭ ହୋଇ ରାସ୍ତା ଉପରେ ପ୍ରଭାବିତ ହେଉଛି l ଫଳରେ ବିଶେଷତଃ କଚେରୀ ପାଖରୁ ୟୁନିଫମ ପିନ୍ଧି ଓକିଲବାବୁମାନେ ଜୋତା ମୌଜା ପିନ୍ଧି କୋର୍ଟ ପରିସରକୁ ଆସିପାରୁ ନାହାଁନ୍ତି l ଜନସାଧାରଣ ମଧ୍ଯ ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି l ରାଇରଙ୍ଗପୁର ଓକିଲସଂଘ ସଭାପତି ଅକ୍ଷୟ ମହାନ୍ତିଙ୍କୁ ଏ ସଂପର୍କରେ ମତାମତ ଲୋଡିବାରୁ ସେ ପ୍ରକାଶ କରନ୍ତି ଯେ, ବହୁବାର ମ୍ଯୁନିସିପାଲିଟି ଅଧିକାରୀ, ନଗରପାଳ ଓ ଉପଜିଲ୍ଲାପାଳଙ୍କ ଦୁଷ୍ଟି ଆକର୍ଷଣ କରିବା ପରେ ମଧ୍ଯ କାର୍ଯ୍ଯ ତ୍ବରାନିତ ହୋଇପାରିଲା ନାହିଁ l ଏଣୁ ତାଙ୍କ ପ୍ରଚେଷ୍ଠାକ୍ରମେ ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ରେ ଗତ ତା ୨୨-୦୭-୨୦୨୫ ରିଖ ଅପରାହ୍ନ ୪ ଘଟିକା ସମୟରେ ଏକ ସାଧାରଣ ସଭା ହୋଇଥିଲା ଓ ଏଥିରେ ମ୍ଯୁନିସିପାଲିଟି କାର୍ଯ୍ଯନିର୍ବାହୀ ଅଧିକାରୀ ପ୍ରତିଶୁତି ଦେଇଥିଲେ ମଧ୍ଯ ଜରୁରୀକାଳୀନ କାର୍ଯ୍ଯ ଭାବି କୌଣସି କାର୍ଯ୍ଯ ଏ ପର୍ଯ୍ଯନ୍ତ ନିଆଯାଇନାହିଁ l ନଥୁବା ଶ୍ରୀଯୁକ୍ତ ମହାନ୍ତି ଏଥିପ୍ରତି ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି l ଉକ୍ତ ରାସ୍ତା ଟିକୁ ଯଦି ମ୍ଯୁନିସିପାଲିଟି କରିପାରୁନାହାଁନ୍ତି , ତେବେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଗଲେ କାର୍ଯ୍ଯ ତୁରନ୍ତ ହୋଇପାରନ୍ତା l ସାଧାରଣ ରେ ମଧ୍ଯ ଉକ୍ତ ରାସ୍ତା କୁ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ କରିବା ପାଇଁ ଦୁଢଦାବୀ ହେଉଛି l