-+91-9937148622 |
prerana_bgr@rediffmail.com |
Saturday 14th March 2026 |
R.N.I. Regd No. ODIODI/2010/46693
Breaking News
24-Jul-2025
ବେଲପଡ଼ା(ତ୍ରିନାଥ ବାଗ): ବଲାଙ୍ଗୀର -ଖରିଆର ରାସ୍ତା ଚଟୁଅନକା ତାରିଣୀ ମନ୍ଦିର ନିକଟରେ ବୁଧବାର ଦିନ ପ୍ରାୟ ୮ ଟାରେ ପିକଅପ ଧକ୍କାରେ ବେଲପଡ଼ା ଥାନା ଅନ୍ତର୍ଗତ ବିଛୁବାହାଲି ଗାଁର ଦୁର୍ଜନ ବାଗଙ୍କ ପୁଅ ଆକାଶ ବାଗ (୨୫)ଙ୍କ ଗୁରୁତର ହୋଇଥିଲେ I କଣ୍ଟାବାଞ୍ଜି ପୁଲିସ ଆକାଶକୁ ଡାକ୍ତରଖାନାରେ ଭର୍ତି କରିଥିଲା I ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗୀର ଭୀମ ଭୋଇ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା I ସୂଚନାରୁ ପ୍ରକାଶ ଯେ, ଆକାଶ ବେଲପଡ଼ାରୁ ନିଜ ଘର ବିଛୁବାହାଲି ଯିବା ପାଇଁ ଚଟୁଅନକା ଛକରେ ଓହ୍ଲାଇଥିଲେ I ଅଟୋ ଚାଳକଙ୍କୁ ଭଡ଼ା ଟଙ୍କା ଦେଇ ରାସ୍ତା ପାର ହେଉଥିବା ସମୟରେ କଣ୍ଟାବାଞ୍ଜି ପଟୁ ଦ୍ରୁତ ଗତିରେ ଆସୁଥିବା ପିକଅପ୍ ଧକ୍କା ଦେଇ ଫେରାର ହୋଇଯାଇଥିଲା I ପୁଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି I