-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
20-Jul-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ବନ ବିଭାଗ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅର୍ଜୁନପୁର ଜଙ୍ଗଲରୁ ଚୋରି ଶାଳ କାଠ ସହ ବ୍ୟବହୃତ ଟାଟା ମ୍ୟାଜିକ ଗାଡି ଓ ବାଇକ ଜବତ କରିବା ସହ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିଛି ବନ ବିଭାଗ l ରେଞ୍ଜର ସୁବାସ ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟ ଭକ୍ତବନ୍ଧୁ ମିଶ୍ର, ଫରେଷ୍ଟ ଗାର୍ଡ ସୁଜ୍ଞାନି ମିଶ୍ର ଙ୍କ ସହ ପ୍ରୋଟେକ୍ସନ୍ ସ୍କ୍ୱାର୍ଡ ସୋନପୁର ରେଞ୍ଜ ଅର୍ଜୁନପୁର ଜଙ୍ଗଲକୁ ଯାଇ ସେଠାରୁ ଶାଳ କାଠ ସହ ବ୍ୟବହୃତ ଗାଡି ଓ ବାଇକକୁ ଜବତ କରିଛନ୍ତି । ଏବଂ ଏଥିରେ ସଂମ୍ପୃକ୍ତ ଥିବା ଦୁଇ ଜଣ ପେଶାଦାର ଜଙ୍ଗଲ ମାଫିଆକୁ ବନ ବିଭାଗ ଗିରଫ କରିବାରେ ସଫଳ ହୋଇଛି । ଏହି ଜବତ ହୋଇଥିବା କାଠ ପରିବହନରେ ବ୍ୟବହୃତ ଟାଟା ମ୍ୟାଜିକ ଗାଡ଼ି ନମ୍ବର OD07D-5224 କୁ ଜବତ କରାଯାଇଥିବା ବେଳେ ଗାଡ଼ିର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲା । ଉକ୍ତ ଗାଡ଼ି ବିଷୟ ରେ ଅଧିକ ତଦନ୍ତ ପାଇଁ ସ୍ଥାନୀୟ ପରିବହନ ଅଧିକାରୀ ଙ୍କୁ ଏ ବିଷୟରେ ଅବଗତ କରାଯାଇଥିବା ନେଇ ରେଞ୍ଜର ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି। ଅଭିଯୁକ୍ତ ମାଫିଆ ଦ୍ବୟ ସୋନପୁର ଥାନା ଜାମପାଲି ଗ୍ରାମ ର ଲିଙ୍ଗରାଜ ବାଘ ଓ ବାଙ୍କବିଜା ଗ୍ରାମର କାହ୍ନୁ ବାଘ ବୋଲି ଜଣାପଡିଛି । ଉଭୟ ଅର୍ଜୁନପୁର ସଂରକ୍ଷିତ ଜଙ୍ଗଲରୁ ବ୍ୟାପକ ଶାଳ ଗଛ ଚୋରା ଚାଲାଣ ରେ ଲିପ୍ତ ଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି । ଏହି କାଠ ଚାଲାଣରେ ବ୍ୟବହୃତ ଏକ ବାଇକକୁ ମଧ୍ୟ ବନ ବିଭାଗ ଜବତ୍ କରିଥିବା ସୂଚନା ମିଳିଛି ।