-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
10-Jul-2025
ଯାଜପୁର/ବରୀ(ରଞ୍ଜିତ ମହାନ୍ତି): ବରୀ ବ୍ଲକ ଅଧିନ କିମ୍ଭିରିଆପାଳ ପଞ୍ଚାୟତ ର ଭଳିନୂଆଗାଁ ଠାରୁ ଭାୟା ସବରସାହି ଦେଇ ବାଙ୍କସାହି ପର୍ଯ୍ୟନ୍ତ ରାସ୍ତା କୁ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରେ ଅନ୍ତର୍ଭୁକ୍ତ କରାଯାଇଛି । ଏହା ମାତ୍ର ତିନି କିମି ହେବ ବୋଲି ଜଣାପଡିଛି।ଗତ ୧୨/୦୨/୨୦୨୪ ରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ରାସ୍ତା ମରାମତି ଉନ୍ନତିକରଣ କାର୍ଯ୍ୟ ପାଇଁ ୪କୋଟି ରୁ ଉର୍ଦ୍ଧ ଟଙ୍କା ବ୍ୟୟ ଅଟକଳ ରେ ଠିକାଦାର ଜରିଆରେ କାମ ଆରମ୍ଭ ହୋଇଛି। ଏଠାରେ ପ୍ରଶ୍ନ ଉଠିଛି ଜେ ମୁଖ୍ୟମନ୍ତ୍ରୀ ସଡକ ଯୋଜନା ବିଫଳ ହେବାକୁ ଯାଉଛି।ଠିକାଦାର ବୋହୁ ବିଳମ୍ବରେ କାମ ଆରମ୍ଭ କରିଥିଲା ବେଳେ ଧାର୍ଯ୍ଯ ତାରିଖ ସୁଧା କାମ ସମ୍ପୂର୍ଣ୍ଣ କରିପାରିବ ନାହିଁ ବୋଲି ଅଭିଯୋଗ ହୋଇଛି। କୌଣସି ସ୍ଥାନ ରେ ସୂଚନା ଫଳକ ନାହିଁ।ଏନେଇ ସାଧାରଣ ରେ ତୀବ୍ର ନିନ୍ଦା ପ୍ରକାଶ ପାଇଛି। ଏହି ରାସ୍ତା ଟି ଆରଡି ବିଭାଗ ଅଧିନରେ ରହିଛି।କୌଣସି ଦିନ ବିଭାଗୀୟ ଯନ୍ତ୍ରୀ କାମ ଦେଖିବାକୁ ଆସୁନାହାଁନ୍ତି। ଠିକାଦାର ମନମୂଖୀ କାର୍ଯ୍ୟ କରୁଛି। କାମ ଅତି ନିମ୍ନମାନର ହେଉଥିବା ବେଳେ ସକାଳେ ନିର୍ମାଣ ରାସ୍ତା ସନ୍ଧ୍ୟାରେ ଭାଙ୍ଗି ଯାଉଛି। ଯନ୍ତ୍ରୀ ଠିକାଦାର ମିଳିମିଶି ସରକାରୀ ଅର୍ଥ କୁ ଲୁଟ କରିବା ଆରମ୍ଭ କରିଛନ୍ତି ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି। ବରୀ ବରୁହାଁ ଏମଡି ଆର 14 ରାସ୍ତା କୁ ସଂଯୋଗ କରୁଥିବା ରାସ୍ତା ରେ ଏକ ପୋଲ ନିର୍ମାଣ ହେବ।ଏହି ସ୍ଥାନ ରେ ଠିକାଦାର ରାସ୍ତା କୁ ଖୋଲି ଦେଇ ନୀରବ ରେ ବସି ରହିଛି।ଏବେ ବର୍ଷା ଦିନ ଆସିଛି। ଲୋକେ ନାହିଁ ନଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏନେଇ ବିଭାଗୀୟ କତୃପକ୍ଷଙ୍କ ନିକଟରେ ଅଭିଯୋଗ ହୋଇଛି କିଛି ଫଳ ମିଳିନାହିଁ ବୋଲି ଅଭିଯୋଗ ହୋଇଛି। ଇତି ମଧ୍ୟରେ ରାଜ୍ଯ ରେ ସରକାର ବଦଳି ଯାଇଛି।କୌଣସି ନୂତନ ପଦକ୍ଷେପମାନ ନିଆ ଯାଉନାହିଁ। ଲୋକଙ୍କ ସରକାର ବୋଲି ଦାବି କରୁଥିବା ନୂତନ ସରକାର ଏହି ରାସ୍ତା ପ୍ରତି ଧ୍ୟାନ ଦେବାକୁ ଦାବି ଉଠିଛି।