-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
24-Jan-2021
ବଲାଙ୍ଗିର, (ସନ୍ତୋଷ କୁମାର ଠାକୁର)- ବଲାଙ୍ଗିର ସ୍ଥିତ ସାମ୍ବାଦିକ ଭବନଠାରେ ବିଂଶତମ ଓଡିଶା ସର୍ଜନ ଜାତୀୟ ଡାକ ପୋଷ୍ଟମ୍ୟାନ୍ ଏବଂ ଏମ୍ଟିଏସ୍ ସଂଘର ସମ୍ମିଲନୀ ସର୍କଲ ଉପ-ସଭାପତି ସଂଗ୍ରାମ କିଶୋର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ବଲାଙ୍ଗିର ଡାକ ମଣ୍ଡଳ ଅଧିକ୍ଷକ ସର୍ବେଶ୍ୱର ବଲିଆର ସିଂହ ଯୋଗଦେଇ ଡାକ ବିଭାଗର ଅତ୍ୟାଧୁନିକ କାର୍ଯ୍ୟ କଳାପ ଉପରେ ସୁପରାମର୍ଶ ଦେବା ସହିତ ବଲାଙ୍ଗିର ଡାକ ମଣ୍ଡଳକୁ ଏକ ସୁଙ୍ଗଠିତ ପରିବାର ହିସାବରେ ଗଢ଼ିବା ପାଇଁ ଅଭିଭାଷଣରେ କହିଥିଲେ । ଏଥିରେ ମୁଖ୍ୟ ବକ୍ତା ପୂରାତନ ଓଡିଶା ସର୍କଳ ସଂଘର ସମ୍ପାଦକ ଦାମୋଦର ମିଶ୍ର, ସମ୍ମାନିତ ଅତିଥି ଓଡିଶା ସର୍କଳର ସହ-ସମ୍ପାଦକ ଅନଳ କୁମାର ଚୌଧୁରୀ, ବଲାଙ୍ଗିର ମଣ୍ଡଳର ସମ୍ପାଦକ ବୃଷଭ ସା, ଓଡିଶା ସର୍କଳ ସଂଘର ସମ୍ପାଦକ ଲମ୍ବୋଦର ରାଉତ ମଧ୍ୟ ସଂଘର ସୃୁଦୃଢ଼ତା ଏବଂ ଉପକାରିତା ଉପରେ ଅଭିଭାଷଣ ଦେଇଥିଲେ । ସମସ୍ତ କର୍ମି ମାନଙ୍କର ସହମତି କ୍ରମେ ସଭାପତି ଭାବେ ସଂଗ୍ରାମ କିଶୋର ବିଶ୍ୱାଳ ଓ ସମ୍ପାଦକ ଭାବେ ଚନ୍ଦ୍ରମଣୀ ମେହେର ଚୟନ ହୋଇଥିଲେ । ମଞ୍ଚକୁ ପଦ୍ମନାଭ ବାରିକ ଏବଂ ଅଶୋକ କୁମାର ବାଗ ଅତି ସୁନ୍ଦର ଭାବରେ ସଂଚାଳନ ଓ ପରିଚାଲନା କରିଥିଲେ । ଶେଷରେ ଜ୍ୟୋତି ରଞ୍ଜନ ଗୁରୁଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଲନୀରେ ଓଡିଶା ରାଜ୍ୟର ବିଭିନ୍ନ ଡାକ ମଣ୍ଡଳର କର୍ମକର୍ତ୍ତାମାନଙ୍କ ସହିତ ସଭ୍ୟମାନେ ଯୋଗଦାନ କରି ସମ୍ମଲନୀକୁ ସାଫଳ ମଣ୍ଡିତ କରିଥିଲେ । ସମ୍ମଳନୀକୁ ପରିଚାଳନା କରିବାରେ ସଂଜିବ କୁମାର ତ୍ରିପାଠୀ, ବିଶ୍ୱଜିତ ତ୍ରିପାଠୀ ଏବଂ ଦେବରାଜ ବୁଡେକଙ୍କ ପୂର୍ଣ୍ଣ ସହଯୋଗ କରିଥିଲେ ।