-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||     

HOME   ଜିଲ୍ଲା

କୋତାମାଟେରୁ ର ହିଂସାତ୍ମକ ଆକ୍ରମଣ ଘଟଣାକୁ ନେଇ ମହାମହିମ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ

02-Jul-2025



ମାଲକାନଗିରି(କେଶବ ଚନ୍ଦ୍ର ନାୟକ): ଗତ ଜୁନ୍ ୨୧ ତାରିଖ ୨୦୨୫ ରେ ଘଟିଥିବା ମାଲକାନଗିରି ଜିଲ୍ଲାର ମାଟାପାକା ପଞ୍ଚାୟତର କତାମାଟେରୁ ଗାଁରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ହୋଇଥିବା ହିଂସାତ୍ମକ ଆକ୍ରମଣ ସମ୍ପର୍କରେ ଅତ୍ୟନ୍ତ ଜରୁରୀ ଏବଂ ଗମ୍ଭୀର ଚିନ୍ତା ସହିତ ମାଲକାନଗିରି ଜିଲ୍ଲାପାଳଙ୍କ ମାଧ୍ୟମରେ ମହାମହିମ  ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ମଞ୍ଚ ତରଫରୁ ପ୍ରଦାନ କରାଯାଉଛି l ମାଲକାନଗିରି ବସଷ୍ଟାଣ୍ଡ ଥିବା ଆମ୍ବେଦକର ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇ ଡି. ଏନ. କେ. ଖେଳପଡ଼ିଆ ପର୍ଯ୍ୟନ୍ତ ହଜାର ହଜାର ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଲୋକେ  ଏକ ଶାନ୍ତି ଶୋଭାଯାତ୍ରା ବାହାର କରିଥିଲେ l ଏହି ଶୋଭାଯାତ୍ରାରେ

ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଖ୍ରୀଷ୍ଟ ସମ୍ପ୍ରଦାୟର ଲୋକମାନେ ଯୋଗ ଦେଇଥିଲେ l କତାମାଟେରୁ ଠାରେ ହୋଇ ଥିଲା ହିଂସାକାଣ୍ଡରେ ୩୦ ରୁ ଅଧିକ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଲୋକ ଆହତ ହୋଇଥିଲେ । ଏବଂ ୧୦ ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ଥିଲେ l ଗତ ଜୁନ ୨୨ ତାରିଖ ୨୦୨୫ ରେ ୧୬ ଜଣ ଅଭିଯୁକ୍ତଙ୍କ ନାମରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା  ମାଲକାନଗିରି ଜିଲ୍ଲା ଖ୍ରୀଷ୍ଟିଆନ ମଞ୍ଚ ତରଫରୁ ଦିଆଯାଇଥିଲା l
ପୋଲିସ ମାଲକାନଗିରି ଥାନା କେଶ ନଂ. ୩୧୫/୨୦୨୫ ରେ ଏକ ମାମଲା ରୁଜୁ କରିଥିଲା। ଆଜି ପର୍ଯ୍ୟନ୍ତ ମାଲକାନଗିରି ପୋଲିସ ହିଂସାକାଣ୍ଡ ଘଟଣାରେ ସଂପୃକ୍ତଥିବା କୌଣସି ଅପରାଧୀମାନଙ୍କୁ ଗିରଫ କରିନାହାନ୍ତି କି କୌଣସି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି l ମାଲକାନଗିରି ପୋଲିସ କର୍ତ୍ତବ୍ୟରେ ଏକ ଚରମ ଅବହେଳା ଏବଂ ଆଇନର ଶାସନକୁ ଦୁର୍ବଳ କରୁଛି ବୋଲି ସ୍ମାରକପତ୍ରରେ ଉଲ୍ଲଖ କରାଯାଇଛି l ଆକ୍ରମଣର ଶିକାର ହୋଇଥିବା ଲୋକମାନେ କେବଳ ସେମାନଙ୍କର ଶାରୀରିକ ଆଘାତ ହେବା ସହ ଅତ୍ୟନ୍ତ ଭୟ ଏବଂ ଅସୁରକ୍ଷିତ ଭାବରେ ଦିନ ଅତିବାହିତ କରୁଅଛନ୍ତି। ସେମାନେ ନିଜ ଘର ଏବଂ ଗ୍ରାମକୁ ଫେରିବା ପାଇଁ ଭୟଭୀତ ମନେ କରୁଥିଲାସବେଳେ ଅଭିଯୁକ୍ତମାନଙ୍କଠାରୁ ଅଧିକ ପ୍ରତିଶୋଧ ଏବଂ ଆସନ୍ନ ହିଂସା କାଣ୍ଡ ଆଶଙ୍କାରେ କିଛି ଲୋକେ ପଳାୟନ କରିଛି । ଏହି ଭଳି ସ୍ପର୍ଶକାତର ଘଟଣାରେ  ତୁରନ୍ତ ମାଲକାନଗିରି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମାନ୍ୟବର ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବି ପ୍ରଦାନ କରାଯାଇଛି l ଦାବି ଗୁଡିକ ହେଲା ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ତୁରନ୍ତ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେବା, ନିରପେକ୍ଷ ଭାବେ ତଦନ୍ତ କରିବା, ଆକ୍ରମଣ କରିଥିବା ସମସ୍ତ ଲୋକଙ୍କ ବିରୁଦ୍ଧରେ ଉପଯୁକ୍ତ ଆଇନଗତ ଅଭିଯୋଗ ଗ୍ରହଣ କରିବା,କୋତାମାଟେରୁ ଏବଂ ଆଖପାଖ ଅଞ୍ଚଳର ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଲୋକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପ୍ରଦାନ କରିବା,ଆହତ ପୀଡିତଙ୍କୁ ରିଲିଫ୍ ପ୍ରଦାନ କରିବା । ଏହି ଗୁରୁତର ଅନ୍ୟାୟକୁ ସମାଧାନ କରିବା ଏବଂ କୋତାମାଟେରୁ ଗ୍ରାମରେ ଶାନ୍ତି ଏବଂ ସୁରକ୍ଷା ଫେରାଇ ଆଣିବା ପାଇଁ ମହାମହିମ ରାଜ୍ୟପାଳଙ୍କ ତୁରନ୍ତ ଏବଂ ନିର୍ଣ୍ଣାୟକ ପଦକ୍ଷେପ ପାଇଁ ଜିଲ୍ଲା ଖ୍ରୀଷ୍ଟିଆନ ମୋର୍ଚ୍ଚା ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଶାନ୍ତି ଶୋଭା ଯାତ୍ରାରେ ରାଷ୍ଟ୍ରୀୟ ଖ୍ରୀଷ୍ଟିଆନ ମୋର୍ଚ୍ଚା ସଭାପତି ପଲ୍ଲବ ଲିମା, ମାନସ ଚୌଧୁରୀ,ସାବତ ସୁନା,ଦୟାନିଧି ଖୋସଲା, ଜିତେନ୍ଦ୍ର ପାତ୍ର, ଯାକୁବ ଘଣ୍ଟ, ଇଶ୍ମାଏଲ ପାତ୍ର, ବ୍ରଜ ନାଗ, ମାଲକାନଗିରି ଖ୍ରୀଷ୍ଟିଆନ ମଞ୍ଚର ସଭାପତି ବିଜୟ ପୁସୁରୁ, ସଂପାଦକ ସମୁଏଲ ଗରଡ଼ା, ସର୍ବ କୁମାର ବିଶୋଇ ସହ ହଜାର ହଜାର ଲୋକେ ଉପସ୍ଥିତ ରହିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026

You Might Also Like