-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
29-May-2025
ବରୀ (ରଞ୍ଜିତ ମହାନ୍ତି): କର୍ପୂରରୁ କିଛି ସାମଗ୍ରୀ କଣି ଫେରିବା ପରେ ଜନୈକା ମହିଳା ସେ ପିନ୍ଧିଥିବା ସୁନା ହାରଟି ନମ୍ବାର ଦେଖୁଥିଲେ । ଦୋକାନକୁ ଯାଇଥିବା ସ୍ୱାମୀ-ସ୍ତ୍ରୀ ହାରକୁ ଖୋଜି ନିରାଶ ହେବା ପରେ ଲେଡ଼ିଜ କର୍ଡରରେ ଯାଇ ପହଁଚି ଚିଥିଲେ । ମାଲିକଙ୍କୁ ସୁନା ହାର ସଂପର୍କରେ ଜଣା ଗାଇବା ପରେ ମାଲିକ ଧନେଶ୍ଵର ପୋଥାଳ ପାଇଥିବା କଥା ଜଣାଇଥିଲେ। ମାଲିକଙ୍କ ଠାରୁ ଏତକ ଶୁଣିବାପରେ ମହିଳା ଜଣଙ୍କ ଆସ୍ବସ୍ଥ ହୋଇଥିଲେ । ବରୀ ବ୍ଲକର ବାଲିଆପାଳ ଛକରେ ଥିବା ଗାୟତ୍ରୀ ଲେଡ଼ିଜ କର୍ପୂର ମାଲିକ ମହିଳାଙ୍କୁ ହାର ପାଇ ଫେରାଇଥିଲେ । ହାର ପାଇବା ପରେ ମହିଳା ଜଣଙ୍କ ଦୋକାନୀଙ୍କ ନିକଟରେ ନିଜର କୃତଜ୍ଞତା ଜଣାଇଥିଲେ । ଗତକିଛି ଦିନ ପୂର୍ବରୁ ଲେଜିଜ କର୍ପୂର ମାଲିକ ଧନେଶ୍ଵର ମନିପର୍ସ ଥୁବା ୨୦ ହଜାର ଟଙ୍କା ହଜାଇଥିବା ଲୋକକୁ ଫେରାଇଥିଲେ ।