-+91-9937148622 |

prerana_bgr@rediffmail.com |

  Saturday 12th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||      ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   (11-Sep-2026)       ||      ୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   (11-Sep-2026)       ||      ଏକାଦଶ ଜିଲ୍ଲାପରିଷଦ ବୈଠକ   (11-Sep-2026)       ||      ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   (11-Sep-2026)       ||      Hjk   (11-Sep-2026)       ||      ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   (11-Sep-2026)       ||      ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା    (11-Sep-2026)       ||      ସପ୍ତାହକୁ ୫ ଦିନିଆ କାର୍ଯ୍ୟଦିବସ ଲାଗୁ କରିବା ଦାବିରେ ଆଜି ବ୍ୟାଙ୍କ କର୍ମଚାରୀ ମାନଙ୍କ ଦିନିକିଆ ଧର୍ମଘଟ, ବାଲାଙ୍ଗୀକେନ୍ଦ୍ର ସମବାୟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଲେ ବ୍ୟାଙ୍କ କର୍ମଚାରୀ ସଂଘ    (11-Sep-2026)       ||      ଯାତ୍ରୀମାନଙ୍କୁ ସୁରକ୍ଷିତ, ନିର୍ଭରଯୋଗ୍ୟ ଓ ନିର୍ଭୟ ଯାତ୍ରା ସୁବିଧା ଯୋଗାଇଦେବା ପାଇଁ ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରତିବଦ୍ଧ   (11-Sep-2026)       ||      ଭୀମଟାଙ୍ଗି ବରିଷ୍ଠ ନାଗରିକ ମଞ୍ଚର ବାର୍ଷିକୋତ୍ସବ   (10-Sep-2026)       ||      ଝାରମୁଣ୍ଡା ଓଏଭି ର ସୌମ୍ୟାଶ୍ରୀଙ୍କ ବାଜିମାତ୍‌   (10-Sep-2026)       ||      ଶିଶୁଙ୍କ ପେଟରୁ କାଟି ଲୁଣ୍ଠନ : ଧର୍ମ ସହିବନି ! କାରଣ ଅଜଣା : ଅଧିକାରୀଙ୍କ ମୁହଁ ବନ୍ଦ    (10-Sep-2026)       ||      *ବିଜ୍ଞାନ କୁ ଅସ୍ତ୍ର ରୁପେ ଗ୍ରହଣ କରି ସମାଜ ର ଅନ୍ଧ ବିଶ୍ୱାସ ଓ କୁସଂସ୍କାର ବିରୁଦ୍ଧରେ ଯୁଦ୍ଧ ଘୋଷଣା କରନ୍ତୁ*- *ଅତିଥି* -   (10-Sep-2026)       ||      ସିଦ୍ଧାର୍ଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମାଁ ପାଇଁ ଗଛଟିଏ କାର୍ଯ୍ୟକ୍ରମ   (10-Sep-2026)       ||      ବିଶ୍ୱାତ୍ମ ବିଦ୍ୟାମନ୍ଦିରରେ ପରମହଂସ ଶ୍ରୀ ସ୍ୱାମୀଜୀ ମହାରାଜଙ୍କ ୭୧ତମ ଜନ୍ମୋତ୍ସବ ଓ ୩୧ତମ ପ୍ରତିଷ୍ଠା ଦିବସ ପାଳିତ   (10-Sep-2026)       ||     

HOME   ଜିଲ୍ଲା

ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ନିନ୍ଦନୀୟ, ଦୋଷୀ କୁ ତୁରନ୍ତ ଗିରଫ ସହ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ଦାବି I

27-May-2025



ସମ୍ବଲପୁର (ସଂଜୀବ ପାଣିଗ୍ରାହୀ)
▪️ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆରକ୍ଷୀ ମହାନିର୍ଦେଶକ ଙ୍କ ଜରିଆରେ ୧୧ ଦଫା ଦାବି ପତ୍ର ପ୍ରଦାନ I
▪️ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଆଇନ ପ୍ରଣୟ ହେଉ I
▪️ସାମ୍ବାଦିକଙ୍କ ସୁରକ୍ଷା ସୂନିଶ୍ଚିତ କରନ୍ତୁ ସରକାର I
▪️ବଲାଙ୍ଗୀର ଘଟଣା ସାମ୍ବାଦିକତା କୁ ଲଜ୍ଜିତ କରିଛି I
▪️ଦୀର୍ଘ ୧ ବର୍ଷ ପୁରିଥିଲେ ସୁଦ୍ଧା ନୂଆ ସରକାର ସାମ୍ବାଦିକ ଙ୍କ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି I
▪️ସାମ୍ବାଦିକ ଙ୍କୁ ଆକ୍ରମଣ ଘଟଣା ଦିନକୁ ଦିନ ଘଟୁଛି ବୃଦ୍ଧି I
▪️ସାମ୍ବାଦିକ ଙ୍କ ଉପରେ ଆକ୍ରମଣ ନିନ୍ଦନୀୟ I
▪️ଏହି ଘଟଣା ରେ କାହାକୁ ଛଡା ଯିବ ନାହିଁ,ପୋଲିସ ମହାନିର୍ଦେଶକ,,,

ରାଜ୍ୟରେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ, ଜୀବନ ରେ ମାରିଦେବାକୁ ଧମକ ଦେବା ଆଦି ଘଟଣା ଦିନ କୁ ବୃଦ୍ଧି ଘଟୁଥିବା ପରିଲକ୍ଷିତ ହେଉଛି I ଗଣତନ୍ତ୍ର ରାଷ୍ଟ୍ରରେ ଏହା ନିନ୍ଦନୀୟ ଘଟଣା I ଗତ କିଛିଦିନ ତଳେ ବରଗଡ ଜିଲ୍ଲା ର ଖୋଦ୍ ୨ ଜଣ ବିଧାୟକ ଜଣେ କାର୍ଯରତ ସାମ୍ବାଦିକଙ୍କୁ ଦୁର୍ବ୍ଯବହାର କରିଥିଲେ । ସେହିଭଳି  ଚଳିତ ମାସ ରେ କେନ୍ଦୁଝର ଜ଼ିଲ୍ଲା ସୁକିନ୍ଦା ର ଜଣେ କାର୍ଯରତ ସାମ୍ବାଦିକ ଙ୍କୁ ଅପହରଣ କରି ମାଡ ମାରି ଅଚେତ ଅବସ୍ଥା ରେ ଛାଡି ଚାଲିଗଲେ I ଏହାର ଅଳ୍ପ ଦିନ ପରେ ଗତ ୨୪ ତାରିଖ ଦିନ ବଲାଙ୍ଗୀର ରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ଜଣେ ଠିକାଦାର ମାଡ ମାରି କଙ୍ଗାରୁ କୋର୍ଟ ଦଣ୍ଡ ଦେବା ଘଟଣା ଚତୁର୍ଥ ସ୍ତମ୍ଭ ପ୍ରତି ଘୋର ଅପମାନ ସଦୃଶ ହୋଇଛି I ଏହି ଘଟଣାରେ ଜଣେ ସାମ୍ବାଦିକ କେବଳ ନୁହନ୍ତି ବ୍ୟକ୍ତି ଙ୍କ ମାନବୀୟ ଅଧିକାର ମଧ୍ୟ ଉଲଘଂନ ହୋଇଛି I ଏଭଳି ହୀନ କାର୍ଯ୍ଯକୁ ସବୁ ମହଲରୁ ସମାଲୋଚନା ଏବଂ ନିନ୍ଦା କରାଯାଉଛି I ଏହାକୁ ସମ୍ବଲପୁର ଜିଲ୍ଲା ରେ କାର୍ଯ୍ୟରତ ସାମ୍ବାଦିକ ମାନେ ଘୋରନିନ୍ଦା ନିନ୍ଦା କରିବା ସହ ସମ୍ପୁକ୍ତ ଦୋଷୀ ଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଉଦେଶ୍ୟରେ ଆରକ୍ଷୀ ମହାନିରୀକ୍ଷକ (ଉତ୍ତର ପ୍ରଭା)  ହିମାଂଶୁ ଲାଲ ଙ୍କ ଜରିଆରେ ୧୧ ଦଫା ଦାବି ପତ୍ର ପ୍ରଦାନ କରାଯାଇଛି I  ଏ ସମ୍ପର୍କ ରେ ପ୍ରତିକ୍ରିୟା ପ୍ରକାଶ କରି ବରିଷ୍ଠ ସାମ୍ବାଦିକ ସୁବାଷ ପାଣିଗ୍ରାହୀ କହିଛନ୍ତି, ‘‘ବଲାଙ୍ଗୀର ରେ ଜଣେ ସାମ୍ବାଦିକଙ୍କ ଉପରେ ଯେଉଁ ଆକ୍ରମଣ ହୋଇଛି ତାକୁ ନେଇ ସାରା ରାଜ୍ୟରେ ସାମ୍ବାଦିକ ମହଲରେ ତୀବ୍ର ଅସନ୍ତୋଷ ଘନୀଭୂତ ହୋଇଛି I ସାମ୍ବାଦିକ ଜଣକ ତାଙ୍କ କର୍ତ୍ତବ୍ୟ କରିବାକୁ ଯାଇଥିଲେ I ତୁରନ୍ତ ସାମ୍ବାଦିକଙ୍କୁ ନ୍ୟାୟ ଦିଆଯାଉ ଓ ଅଭିଯୁକ୍ତ ଙ୍କୁ ଗିରଫ କରାଯାଉ I ତେବେ ଘଟଣା ର ୪ ଦିନ ପରେ ମଧ୍ୟ ମୁଖ୍ୟ ଆସାମୀ ଠିକାଦାର ଗଜେନ୍ଦ୍ର ଦଳେଇ ଗିରଫ କରି ନାହିଁ ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି ହୋଇଛି I  ଏ ସମ୍ପର୍କ ରେ ବରିଷ୍ଠ ସାମ୍ବାଦିକ ରମାକାନ୍ତ ବିଶ୍ୱାଳ ସାମ୍ବାଦିକ ସମାଜ ପ୍ରତି ଗୁରୁତ୍ପୁର୍ଣ ଭୂମିକା ରହିଥିବା ବେଳେ ସରକାର ସେମାନଂକୁ ଗୌଣ ଦୃଷ୍ଟି ରେ ନ ଦେଖି ସାମାଜିକ ସୁରକ୍ଷା ଆଇନ ତୁରନ୍ତ କାର୍ଯ୍ୟକାରୀ କରନ୍ତୁ ବୋଲି କହିଛନ୍ତି I ଆଜିକାର ଏହି ୧୧ ଦଫା ପତ୍ର ପ୍ରଦାନ ସମୟରେ
ସାମ୍ବାଦିକ ଶିବ ଶଙ୍କର ନନ୍ଦ,ରମାକାନ୍ତ ବିଶ୍ଵାଳ, ହିମାଂଶୁ ଶେଖର ମିଶ୍ର, ସୁକାନ୍ତ କର, ସରୋଜ ସାହୁ, ଡ଼ ରାଜାରାମ ଷଡ଼ଙ୍ଗୀ, ସୁଧାଂଶୁ ଶେଖର ମହାରଣା, ସୁଶାନ୍ତ ମହାପାତ୍ର, ଗୁଣମଣୀ ବିଶ୍ୱାଳ, ପ୍ରମୋଦ ବହିଦାର, ତୁଷା ବନ୍ତ ଯୋଶୀ, ପ୍ରଦୀପ ନାୟକ, ରାଜେଶ ବିଭାର, ଅନିଲ ଶ୍ରୀରାମକା, ଜିତୁ ନନ୍ଦ, ମଳୟ ଭୋଇ, ଦୁଲାଲ ରାୟ, ଗୌତମ ମିଶ୍ର, ସରୋଜ ସେଠ୍,ସଂଜୀବ ପାଣିଗ୍ରାହୀ  ପ୍ରମୁଖ ଉପସ୍ଥିତ ଥିଲେ I ସମ୍ବଲପୁର ଜ଼ିଲ୍ଲା ରେ କର୍ତ୍ତବ୍ୟରତ ସାମ୍ବାଦିକ ଙ୍କ ପକ୍ଷରୁ ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବା, ସାମ୍ବାଦିକଙ୍କ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଚଳିତ ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ବୀମା ରାଶି ଅନ୍ୟୁନ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା, ମୃତକ ସାମ୍ବାଦିକ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ପ୍ରଦାନ ରାଶିକୁ ବୃଦ୍ଧି କରି ଅନ୍ୟୁନ ୧୫ ଲକ୍ଷ ଟଙ୍କା ପ୍ରଦାନର ବ୍ୟବସ୍ଥା କରିବା, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟରେ ପ୍ରକାଶ କରିବା, ୬୦ ବର୍ଷରୁ ଉର୍ଦ୍ଧ ସାମ୍ବାଦିକଙ୍କୁ ରାଜ୍ୟ ସରକାର ପେନସନ୍ ବୀମା ଭୁକ୍ତ କରିବା, ସମ୍ବେଦନଶୀଳ ଘଟଣା ଅନୁସନ୍ଧାନ (ମାଓପ୍ରବଣ, ବନ୍ୟା, ବାତ୍ୟା, ଦଙ୍ଗା) ଆଦି ଘଟଣା ସମ୍ପର୍କିତ ଖବର ସଂଗ୍ରହବେଳେ ସାମ୍ବାଦିକମାନଙ୍କ ଭୂମିକା ନେଇ ଏକ ଆଦର୍ଶ ମାର୍ଗଦର୍ଶିକା କାର୍ଯ୍ୟାବଳୀ (ଏସ.ଓ.ପି) ଜାରି କରିବା ଏବଂ ଏନେଇ ସାମ୍ବାଦିକମାନଙ୍କୁ ପର୍ଯ୍ୟାୟକ୍ରମେ ପ୍ରଶିକ୍ଷଣ ପ୍ରଦାନ କରିବା, ଏକ୍ରିଡ଼ିଏସନ୍ ନିୟମ ପରିବର୍ତ୍ତନ କରିବା, କର୍ତ୍ତବ୍ୟରତ ସାମ୍ବାଦିକ ମାନେ ଯାତାୟତ ସମୟରେ ରିହାତି ଦେବା ସହ ଟୋଲଟେସ୍କ ଛାଡ଼ କରିବା, ରାଜ୍ୟରେ ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ ପ୍ରଭୂତି ଆଦି ଉପରୋକ୍ତ ଦାବି ଗୁଡିକ ପ୍ରତି ରାଜ୍ୟ ସରକାର ସହୃଦୟତାର ସହିତ ବିଚାର କରି ପଦକ୍ଷେପ ନେବାକୁ ସମ୍ବଲପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସାମ୍ବାଦିକ ମାନେ ଦାବି କରିଛନ୍ତି I ଦାବି ପତ୍ର ଗ୍ରହଣ ସମୟରେ ଉତ୍ତର ପ୍ରଭାଗ ମହା ନିର୍ଦେଶକ ହିମାଂଶୁ କୁମାର ଲାଲ ବଲାଙ୍ଗୀର ଘଟଣା ରେ କାହାକୁ ଛଡା ଯିବ ନାହିଁ, ମୁଖ୍ୟ ଆସାମୀ ଫେରାର ଥିବା ବେଳେ ତାକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ଓ ମୁଁ ବ୍ୟକ୍ତିଗତ ଭାବେ ଏହି ଘଟଣା ର ତତ୍ୱାବଧାନ କରୁଛି ବୋଲି ପ୍ରକାଶ କରିଥିଲେ I


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   11-Sep-2026
  ଜିଲ୍ଲା  
ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   11-Sep-2026
  ଜିଲ୍ଲା  
ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ   11-Sep-2026
  ଜିଲ୍ଲା  
ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   11-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ସଂପର୍କିତ ସମସ୍ୟାକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କଲା ବଲାଙ୍ଗୀର ଜିଲ୍ଲା ସିଭିଲ୍ ସୋସାଇଟି   11-Sep-2026
  ଜିଲ୍ଲା  
୮ ଜଣ ଭିକ୍ଷାବୃତ୍ତି କରୁଥିବା ଓ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କଲା ଜିଲ୍ଲା ପ୍ରଶାସନ   11-Sep-2026
  ଜିଲ୍ଲା  
ଏକାଦଶ ଜିଲ୍ଲାପରିଷଦ ବୈଠକ   11-Sep-2026
  ଜିଲ୍ଲା  
ମଦ ବନ୍ଦ ଦାବିରେ ମହିଳା ମାନେ ଥାନାର ଦ୍ୱାରସ୍ତ   11-Sep-2026
  ଜିଲ୍ଲା  
Hjk   11-Sep-2026
  ଜିଲ୍ଲା  
ଆଗଲପୁର ସମିତିସଭ୍ୟଙ୍କୁ ଗୁଳିକରି ହତ୍ୟା : କାର ଭିତରୁ ରକ୍ତାକ୍ତ ମୃତ ଦେହ ଉଦ୍ଧାର   11-Sep-2026
  ଜିଲ୍ଲା  
ଚିନାଜୁରୀ କେବାଡ଼ କେନାଲ ରାସ୍ତାରେ ଆଗଲପୁ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା   11-Sep-2026

You Might Also Like

                                   
  ଜିଲ୍ଲା  

Hjk