-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
21-May-2025
ବଲାଙ୍ଗୀର(ପ୍ରେରଣା ଖବର): : ଯୁକ୍ତ ୨ ବିଜ୍ଞାନ ଓ କଳା ବିଭାଗର ଛାତ୍ରଛାତ୍ରୀ ମାନଙ୍କୁ କୋଚିଂ ପ୍ରଦାନ କରୁଥିବା ବଲାଙ୍ଗୀରର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ DNA Institute ଚଳିତ ସି ଏଚ୍ ଏସ୍ ଇ ପରୀକ୍ଷାରେ ତାର ସଫଳତାକୁ ପୁଣି ଦୋହରାଇଛି l ବଲାଙ୍ଗୀରରେ ବହୁ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ ନିର୍ମାଣ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଏହି ଶିକ୍ଷାନୁଷ୍ଠାନର ସି ଏଚ୍ ଏସ୍ ଇ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ଛାତ୍ରଛାତ୍ରୀ ଓ ଅଭିଭାବକ ମଧ୍ୟରେ ଉତ୍ସାହ ଖେଳିଯାଇଛି l ଏହି ଶିକ୍ଷାନୁଷ୍ଠାନର ଛାତ୍ର ଅନୁରାଗ ପାଣିଗ୍ରାହୀ ଯୁକ୍ତ ୨ବିଜ୍ଞାନ ମୋଟ୍ ୬୦୦ ମାର୍କ ରୁ ୫୬୧ ମାର୍କ ରଖି ରାଜେନ୍ଦ୍ର କଲେଜ ଟପ୍ପର ହୋଇଛନ୍ତି l ଅନୁରାଗ ତାଙ୍କ ସଫଳତାର ଶ୍ରେୟ ତାଙ୍କ ପିତାମାତା ଓ ଏନ୍ ଏ ଇନଷ୍ଟିଚ୍ୟୁଟ ର ନିର୍ଦ୍ଦେଶକ ସି.ଏ ସୁମିତ ଅଗ୍ରୱାଲ ଙ୍କୁ ଦେବା ପାଇଁ ଚାହିଁବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି l ଅନୁରାଗ ଙ୍କ ଏହି ସଫଳତା ପାଇଁ ଡି ଏନ୍ ଏ ଇନଷ୍ଟିଚ୍ୟୁଟ ର ନିର୍ଦ୍ଦେଶକ ସି.ଏ ସୁମିତ ଅଗ୍ରୱାଲ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି l