-+91-9937148622 |

prerana_bgr@rediffmail.com |

  Friday 6th March 2026 |

| | | |

R.N.I. Regd No. ODIODI/2010/46693

Breaking News

ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   (05-Mar-2026)       ||      *ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   (05-Mar-2026)       ||      ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||      ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ  ସଚିବସ୍ତରୀୟ  ସମୀକ୍ଷା ବୈଠକ   (05-Mar-2026)       ||      ଆଗଲପୁରରେ ଦୋଳ ମହୋତ୍ସବ ୨୦୨୬ ପାଳନ   (05-Mar-2026)       ||      ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାରରେ ହୋଲି ଉତ୍ସବ ପାଳିତ   (05-Mar-2026)       ||      ଲିଟିଲ୍ ବଡ୍ଡି ଇଣ୍ଟରନେସନାଲ ପ୍ଲେ ସ୍କୁଲ ଉଦଘାଟିତ   (05-Mar-2026)       ||      *ସ୍ୱଚ୍ଛ ଭାରତ ସଙ୍ଗଠନ ପକ୍ଷରୁ ହୋଲି ଉତ୍ସବ ଛିନା ଛକା ପାଳନ*- - *ଜିଲ୍ଲାପାଳ ଓ ପୋଲିସ ଅଫିସର ଗୀତ ଗାଇ ଲୋକ ଙ୍କ ମନ ଜିଣିଲେ*-   (05-Mar-2026)       ||      ଶନିଶ୍ଚରମହାଗ୍ରହ ମନ୍ଦିରର ପ୍ରତିଷ୍ଠା ପାଇଁ ଉତ୍ସବମୁଖର ତରଭା ଅଞ୍ଚଳ    (05-Mar-2026)       ||      ବଲାଙ୍ଗୀର : କିଛି ଔଷଧ ବିତରକ ସଂସ୍ଥାରେ ନିମ୍ନମାନର ଏବଂ ସ୍ୱଳ୍ପ ଅବଧି ଥିବା ଔଷଧ ମହଜୁଦ    (04-Mar-2026)       ||      ରାଜାରାଜୁଡା ଅମଳର ଜଳାଶୟ ରାଣୀ ବନ୍ଧର ସୁରକ୍ଷା ଓ ପୁନଃରୁଦ୍ଧାର ପାଇଁ ବ୍ୟାପକ ଅଭିଯାନ, ସରକାରୀ ଅନୁଦାନର ସଠିକ ବିନିଯୋଗ ନହଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଲା ରାଣୀ ବନ୍ଧ ସୁରକ୍ଷା କମିଟି   (04-Mar-2026)       ||     

HOME   ଜିଲ୍ଲା

ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ସଫଳତାର ସହିତ ଅନୁଷ୍ଠିତ : ଜିଲ୍ଳାର ବିକାଶ ନିମନ୍ତେ ସମନ୍ୱିତ ପ୍ରୟାସ ପାଇଁ ଆହ୍ୱାନ -

21-May-2025



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟକୁ ନଜରରେ ରଖି ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ବୈଠକ ଆଜି ଜିଲ୍ଲା କିଲିଟାରୀ ସଭାକକ୍ଷରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ବୈଠକରେ ମାନ୍ୟବର ବିଧାୟକ ବୀରମହାରାଜପୁର ଇଂ ରଘୁନାଥ ଜଗଦଲା, ଜିଲ୍ଲାପାଳ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଜିଲ୍ଲାପରିଷଦ ଶ୍ରୀମତୀ ଅନ୍ୟା ଦାସ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର ,ଜିଲ୍ଲା ପରିଷଦ ଉପାଧକ୍ଷ୍ୟ ଶ୍ରୀ ଝସକେତନ ବଘାର, ମାନ୍ୟବର ସାଂସଦ ବଲାଙ୍ଗୀରଙ୍କ ପ୍ରତିନିଧି ଶରତ ଶତପଥି, ମାନ୍ୟବର ବିଧାୟକ ସୋନପୁରଙ୍କ ପ୍ରତିନିଧି ଅଶୋକ ନନ୍ଦ ତଥା ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ /ସଦସ୍ୟା,ସମସ୍ତ ବ୍ଲକ୍‌ର ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୁଖ  ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। 
ବୈଠକ ଆରମ୍ଭରେ ଜିଲ୍ଲାପାଳ ଶ୍ରୀମତୀ ଦାସ  ସ୍ୱାଗତ ଉଦବୋଧନ ରଖି ବୈଠକର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ। ତାଙ୍କ ବକ୍ତବ୍ୟରେ ସେ ସମସ୍ତ ସଦସ୍ୟଙ୍କୁ ନିଜ ମତ ଓ ମତାମତ ଦେଇ ବୈଠକକୁ ସଫଳ କରିବା ପାଇଁ ଆହ୍ୱାନ କରିଥିଲେ।  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ  ସୁବର୍ଣ୍ଣପୁର ଶ୍ରୀ ମେହେର ବୈଠକରେ ଉପସ୍ଥିତ ପରିଷଦର ସମସ୍ତ ସଦସ୍ୟ ସଦସ୍ୟା, ବ୍ଲକ ଅଧ୍ୟକ୍ଷ ଅଧ୍ୟକ୍ଷା, ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖଙ୍କୁ ବୈଠକରେ ସ୍ବାଗତ କରିଥିଲେ l ପରେ ପରେ ଅଧ୍ୟକ୍ଷାଙ୍କ ଅନୁମତିରେ ଗତ ଅନୁଷ୍ଠିତ ବୈଠକରେ ସଦସ୍ୟ ସଦସ୍ୟା ଙ୍କ ଦ୍ୱାରା ଆଗତ ବିଭିନ୍ନ ବିଭାଗୀୟ ନିଷ୍ପତ୍ତି ଗୁଡିକର ଦୃଢ଼ୀକରଣ ନିମନ୍ତେ ବିବରଣୀ ଉପସ୍ଥାପନା କରିଥିଲେ। ଜିଲ୍ଲାପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସୁପାର ଠେଲା ବୈଠକରେ ଉପସ୍ଥିତ ସମସ୍ତ ଜନପ୍ରତିନିଧି ତଥା ଅଧିକାରୀଙ୍କୁ  ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ଦିଗରେ ଉପଯୁକ୍ତ ସମନ୍ଵୟ ରଖି ଯୋଜନା କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ମାନ୍ୟବର ବିଧାୟକ ବୀରମହାରାଜପୁର ନିଜ ବକ୍ତବ୍ୟରେ ସରକାରଙ୍କ ପ୍ରତିଟି ଜନମଙ୍ଗଳ କାର୍ଯ୍ୟକ୍ରମର ସଫଳତାକୁ ତୃଣମୂଳ ସ୍ତରରେ କାର୍ଯ୍ୟନ୍ୱୟନ ପାଇଁ ସମସ୍ତ ଅଧିକାରୀଙ୍କୁ ନିଷ୍ଠାପୂର୍ଣ୍ଣ କାର୍ଯ୍ୟକରିବା ପାଇଁ ଆହ୍ୱାନ କରିଥିଲେ। ସେ ଯୋଜନାର ଗୁଣବତ୍ତା, ପାରଦର୍ଶିତା ଓ ତ୍ରୁଟିରହିତ ନିଷ୍ପାଦନ ଉପରେ ଗୁରୁତ୍ୱ ଦେଇଥିଲେ। ଆଜିର ବୈଠକରେ  ଗତ ଅନୁଷ୍ଠିତ ଜିଲ୍ଲା ପରିଷଦ ବୈଠକର ବିବରଣୀକୁ ଅନୁମୋଦନ ନିମନ୍ତେ ଗୃହରେ ଆଗତ କରାଯାଇ ଥିବା ବେଳେ ୨୦୨୪-୨୫ ଆର୍ଥିକ ବର୍ଷ ନିମନ୍ତେ  ପଞ୍ଚଦଶ କେଦ୍ରୀୟ ଅର୍ଥ କମିଶନ ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ  ଦ୍ୱାରା ଜିଲ୍ଲା ପଞ୍ଚାୟତ ଉନ୍ନୟନ ଯୋଜନା ପାଇଁ ପ୍ରସ୍ତାବିତ ପ୍ରକଳ୍ପ ଗୁଡିକୁ ଅନୁମୋଦନ ନିମନ୍ତେ ଗୃହରେ ଉପସ୍ଥାପନ କରାଯାଇଛି l ଏହି ଅବସରରେ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଦ୍ୱାରା କାର୍ଯ୍ୟକାରୀ ମେଘା ପାଇପ ଲାଇନ ପ୍ରକଳ୍ପର କାର୍ଯ୍ୟକାରିତା ତଥା ଗ୍ରାମ୍ୟଞ୍ଚଳ ପାନୀୟ ଜଳ ଯୋଗାଣ ସ୍ଥିତି ଓ କାର୍ଯ୍ୟକାରୀତା ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ ଉପରେ ଗୁରୁତ୍ୱାରୋପ କରାଯାଇଥିଲା।  ବୈଠକରେ ବିଦ୍ୟୁତ ବିଭାଗର କାର୍ଯ୍ୟକାରିତାର ଆଲୋଚନା କରାଯାଇଥିବା ବେଳେ ପି.ଡବ୍ଲୁ.ଡି. ବିଭାଗ, ଆର.ଡି.ବିଭାଗ ଦ୍ୱାରା ନିର୍ମାଣଧୀନ କୋଠା ବାଡ଼ି ସହ ରାସ୍ତା ଓ ପୋଲ ନିର୍ମାଣର ସ୍ଥିତି ଓ ଅଗ୍ରଗତି ତଥା ନୂତନ ପ୍ରସ୍ତାବିତ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଥିବା ବେଳେ କାର୍ଯ୍ୟ ପ୍ରକଳ୍ପର ସଠିକତା, ସ୍ୱଚ୍ଛତା ତଥା ଗୁଣବତ୍ତାକୁ ଯାଞ୍ଚ କରାଯିବା ପାଇଁ  ଗୃହରେ ସଭ୍ୟ ସଭ୍ୟା ଗୁରୁତ୍ୱାରୋପ କରିଛନ୍ତି। ଜିଲ୍ଲା କୃଷି ଓ କୃଷକ ଶସକ୍ତିକରଣ ବିଭାଗ ଜରିଆରେ  ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା,ସ୍ଥିତି ତଥା ଅଗ୍ରଗତି, କୃଷି ଓ କୃଷକ ସମୃଦ୍ଧି ଯୋଜନାର କାର୍ଯ୍ୟକାରିତା,  ଆତ୍ମା କମିଟି ଗଠନ ସହ ଉପଯୁକ୍ତ କାର୍ଯ୍ୟକ୍ଷମ କରିବା, ଚାଷୀଙ୍କୁ ଫସଲ ବୀମାର ଉପଲବ୍ଧତା ଓ ସଫଳତା ଉପରେ ସଭ୍ୟ ସଭ୍ୟା ବିଭାଗୀୟ ଅଧିକାରୀଙ୍କୁ ପଚାରି ବୁଝିବା ସହ ସରକାରୀ ରିହାତି ଧାନ, ଡାଲି ତଥା ତୈଳବିଜ ବିହନ ସମସ୍ତ କୃଷକଙ୍କୁ ଉପଲବ୍ଧ କରିବାକୁ ବୈଠକରେ ଗୁରୁତ୍ୱାରୋପ କରିଛନ୍ତି l ବନଖଣ୍ଡ ବିଭାଗ ଦ୍ୱାରା ସାମାଜିକ ବନୀକରଣ, ରାସ୍ତା ପାର୍ଶ୍ଵ ବୃକ୍ଷ ରୋପଣ ତଥା ବନ୍ୟ ଜନ୍ତୁ ଦ୍ୱାରା କ୍ଷୟ କ୍ଷତିର ଅନୁକମ୍ପା ସହ ବନ୍ୟ ଜନ୍ତୁ ଦାଉରୁ ସୁରକ୍ଷା ନିମନ୍ତେ ବିଭାଗୀୟ ପଦକ୍ଷେପ ଉପରେ ଆଲୋଚନା କରାଯାଇ ଜିଲ୍ଲାରେ କେନ୍ଦୁ ପତ୍ର ଡିଭିଜନ ଗଠନ ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ଗୃହରେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି l ଜିଲ୍ଲାରେ କାର୍ଯ୍ୟକାରୀ ଵୟୋ ବନ୍ଦନା ସ୍ୱାସ୍ଥ୍ୟ କାର୍ଡ ଓ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଉପରେ ଜିଲ୍ଲା ମୁଖ୍ୟ ଜନ ସ୍ୱାସ୍ଥ୍ୟ ଅଧିକାରୀ ସୂଚନା ପ୍ରଦାନ କରିଥିଲେ। ଜିଲ୍ଲାର ଜନସାଧାରଣଙ୍କୁ ଉନ୍ନତ ବ୍ୟବସ୍ଥିତ ତଥା ନିଶ୍ଚିତ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ବୈଠକରେ ସଭ୍ୟ ସଭ୍ୟା ଗୁରୁତ୍ୱାରୋପ କରି  ଜିଲ୍ଲାର ପ୍ରତ୍ୟେକ ସି ଏଚ ସି, ପି ଏଚ ସି ସହ ଗ୍ରାମୀଣ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆବଶ୍ୟକ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଆଲୋଚନା କରିଥିଲେ। ପୁନଶ୍ଚ ତେଲ ଜଳସେଚନ ବିଭାଗ, କେନାଲ ଡିଭିଜନ, ବୃହତ ଉଠା ଜଳସେଚନ ,ଓ ଏଲ ଆଇ ସି, ଜିଲ୍ଲା ଶିକ୍ଷା ବିଭାଗ ଦ୍ୱାରା ଶିକ୍ଷକ ନିଯୁକ୍ତି ଓ ବିଭଗୀୟ ସମସ୍ୟା, ସ୍ୱାସ୍ଥ୍ୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ପ୍ରକଳ୍ପ ଅଗ୍ରଗତି ଉପରେ ବିଶେଷ ଆଲୋଚନା ହୋଇଥିବା ବେଳେ ଜିଲ୍ଲାର ଅନ୍ୟାନ୍ୟ ବିଭାଗର ଲୋକ ଯୋଜନାର ସଠିକ କାର୍ଯ୍ୟକାରିତl , କାର୍ଯ୍ୟ ପ୍ରକଳ୍ପ ଗୁଡିକର ସ୍ଥିତି ଓ ପ୍ରଗତି ତଥା ନୂତନ ଭାବେ ପ୍ରସ୍ତାବିତ ପ୍ରକଳ୍ପ ଗୁଡ଼ିକ ଉପରେ ବିଷଦ ଆଲୋଚନା କରାଯାଇଥିଲା l ଜିଲ୍ଲା ପରିଷଦ ଦ୍ୱାରା ଗ୍ରାମୀଣ ଆବାସ ଯୋଜନା, ଏମ.ଜି.ଏନ ଆର.ଇ.ଜି.ଏସ, ସ୍ୱଚ୍ଛ ଭାରତ ମିଶନ, ଜୀବନ ଜୀବିକା ମିଶନ ସହ ପଞ୍ଚ ଦଶ କେନ୍ଦ୍ରିୟ ଅର୍ଥ କମିଶନ ଏବଂ ପଞ୍ଚମ ରାଜ୍ୟ ଅର୍ଥ କମିଶନ ଅର୍ଥ ଅନୁଦାନ ଉପରେ ସିଡିଓ ବୈଠକରେ ତଥ୍ୟ ଉପସ୍ଥାପନ କରିଥିଲେ l ବୈଠକରେ ସଦସ୍ୟ ସଦସ୍ୟା ନିଜ ସମ୍ପୃକ୍ତ ଅଂଚଳରେ କାର୍ଯ୍ୟକାରୀ କରାଯାଉଥିବା ପ୍ରକଳ୍ପ ଉପରେ ବିଭାଗୀୟ ଅଧିକାରୀଙ୍କୁ ଆବଶ୍ୟକ ପ୍ରଶ୍ନ ରଖିଥିଲେ l ବିଭାଗୀୟ ଅଧିକାରୀ ଗୃହରେ ଉପସ୍ଥିତ ସଦସ୍ୟ/ସଦସ୍ୟାଙ୍କୁ ନିଜ ନିଜ ବିଭାଗର କାର୍ଯ୍ୟକାରିତା ଉପରେ  ଅବଗତ କରାଇ ଆବଶ୍ୟକ ଉତ୍ତର ଦେଇଥିଲେ l ଶେଷରେ ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ  ପଲ୍ଲବୀ ରାଣୀ ରାଜ ଧନ୍ୟବାଦ ଅର୍ପଣ କରିଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   06-Mar-2026
  ଜିଲ୍ଲା  
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   06-Mar-2026
  ଜିଲ୍ଲା  
ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ   05-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   05-Mar-2026
  ଜିଲ୍ଲା  
*ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   05-Mar-2026
  ଜିଲ୍ଲା  
ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   05-Mar-2026
  ଜିଲ୍ଲା  
ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   05-Mar-2026
  ଜିଲ୍ଲା  
ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   05-Mar-2026
  ଜିଲ୍ଲା  
ହରିହର ଭେଟ ସମ୍ପନ୍ନ   05-Mar-2026
  ଜିଲ୍ଲା  
ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   05-Mar-2026
  ଜିଲ୍ଲା  
ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   05-Mar-2026
  ଜିଲ୍ଲା  
ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ   05-Mar-2026

You Might Also Like