-+91-9937148622 |

prerana_bgr@rediffmail.com |

  Thursday 10th September 2026 |

| | | |

R.N.I. Regd No. ODIODI/2010/46693

Breaking News

ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   (10-Sep-2026)       ||      *ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   (10-Sep-2026)       ||      ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   (10-Sep-2026)       ||      *ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    (10-Sep-2026)       ||      ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   (10-Sep-2026)       ||      ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   (09-Sep-2026)       ||      ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା    (09-Sep-2026)       ||      ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   (09-Sep-2026)       ||      ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   (09-Sep-2026)       ||      ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    (09-Sep-2026)       ||      ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି    (09-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   (09-Sep-2026)       ||      ଦୁର୍ଘଟଣାରେ ଆହତ ମାଙ୍କଡ ଆଖି ବୁଜିଲା   (09-Sep-2026)       ||      ଲୋଇସିଂହା ରେଲ ଷ୍ଟେସନରୁ ଗଞ୍ଜେଇ ଜବତ, ଜଣେ ଗିରଫ   (09-Sep-2026)       ||      ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ଭାବେ ସରୋଜ କୁମାର ମେଶ୍ୱା ନିଯୁକ୍ତ   (09-Sep-2026)       ||      କେନ୍ଦ୍ର ସରକାର ର ଆଦିବାସୀ ବିରୋଧୀ ଏମ୍‌ଏମ୍‌ଡିଆର୍‌  ଆଇନ ପ୍ରତ୍ୟାହାର ପାଇଁ ରାଷ୍ଟ୍ରପତି ଙ୍କୁ ସ୍ମାରକପତ୍ର   (09-Sep-2026)       ||      ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର ଅନୁଷ୍ଠିତ    (09-Sep-2026)       ||      ନୁଆଁଖାଇ ପର୍ବ ପାଇଁ ତିନି ଦିନ ଛୁଟି ଦାବି କଲେ ନରସିଂହ   (09-Sep-2026)       ||      ଗଙ୍ଗାଧର ସାହିତ୍ୟ ଆଲୋଚନାଚକ୍ର   (09-Sep-2026)       ||      ପୁରୀ ଠାରୁ ଓଖା କୁ ଟ୍ରେନ ଚଲାଇବାକୁ ଦାବି    (09-Sep-2026)       ||     

HOME   ଜିଲ୍ଲା

ସାମ୍ବାଦିକଙ୍କୁ ଉଲଗ୍ନ କରି ରାଜ ରାସ୍ତାରେ ବୁଲାଇବା ଧମକ: ମୁଖ୍ଯମନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ସାମ୍ବାଦିକ

21-May-2025



ବରଗଡ(ପ୍ରେରଣା ଖବର): ସର୍ବସାଧାରଣରେ ଗାଳିଗୁଲଜ କରିବା ସହ ଉଲଗ୍ନ କରି ବରଗଡ ରାଜରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବାର ଧମକ ଦେବାରୁ ୨ଜଣ ବିଧାୟକଙ୍କ ବିରୋଧରେ ବରଗଡ ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଫେରାଦ ହୋଇଛନ୍ତି । ଘଟଣାରୁ ଜଣାଯାଇଛି ଯେ, ସାମ୍ବାଦିକ ଶ୍ରୀ ନିରୋଜ ପାଣୀ ନୃସିଂହନାଥ ମନ୍ଦିର ବୈଶାଖ ମେଲା ଯାତ୍ରା ସମୟରେ ସମ୍ବାଦ ସଂଗ୍ରହ ପାଇଁ ଗତ ୧୦ ତାରିଖ ଦିନ ନୃସିଂହନାଥ ଯାଇଥିଲେ । ସେଦନି ନୃସିଂହନାଥ ବୈଶାଖ ମେଲା ଯାତ୍ରା ଲୋକ ମହୋତ୍ସବରେ ବରଗଡ ବିଧାୟକ ଶ୍ରୀ ଅଶ୍ବିନୀ ଷଡଙ୍ଗୀ,ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ,ବିଜେପୁର ବିଧାୟକ ଶ୍ରୀ ସନତ ଗଡତିଆ,ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ସିଂ ବରିହା,ବିଜେପି ନେତା ଶ୍ରୀ ଗୋବର୍ଦ୍ଧନ ଭୋଏ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ସମସ୍ତ ଅତିଥି ନୃସିଂହନାଥ ମନ୍ଦିର ପାନ୍ଥ ନିବାସରେ ବସିଥିବା ବେଳେ ବରଗଡ ବିଧାୟକ ଶ୍ରୀ ଅଶ୍ବିନୀ ଷଡଙ୍ଗୀ ସାମ୍ବାଦିକ ନିରୋଜ ପାଣୀଙ୍କୁ ଦେଖି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ତୁ,ଗୋଟିଏ ଛୋଟ ସମ୍ବାଦପତ୍ର ର ସାମ୍ବାଦିକ ହୋଇ ମୋ ବିରୋଧରେ ସମ୍ବାଦ ଲେଖୁଛୁଁ,ବରଗଡ ର ବଡବଡ ସାମ୍ବାଦିକ ଚୁପ ଥିବାବେଳେ ତୁ ଅଧିକ ଲେଖୁଛୁଁ,ମୋର ଅସଲ ରୂପ ତୁ ଦେଖି ନାହିଁ,ତତେ ମାଡ ମାରି ଉଲଗ୍ନ କରି ବରଗଡ ରାଜ ରାସ୍ତାରେ ଚପଲମାଲ ପିନ୍ଧାଇ ବୁଲାଇ ଦେବି । ସେଠାରେ ଉପସ୍ଥିତ ଥିବା ଅତାବିରା ବିଧାୟକ ଶ୍ରୀ ନିହାର ମହାନନ୍ଦ ମଧ୍ଯ ଶଲାକୁ ଭଲ ମାଡ ପଡିଲେ ଜାଣିବ ବୋଲି ଧମକ ଦେଇଥିଲେ । ଏ ଘଟଣାରେ ସେଠାରେ ବିଜେପିର ବହୁ କାର୍ଯ୍ଯକର୍ତ୍ତା ମଧ୍ଯ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯୋଗ୍ଯ ଯେ ଗତ ତା ୮ ୵ ୧୨ ୵ ୨୦୨୪  ରିଖ ଦିନ ସୋହେଲାରେ ଚାଷୀ ସମାବେଶରେ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ବିଜେପିର ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତି ଅନୁଯାଇ ପ୍ରତି ଚାଷୀଙ୍କ ଏକାଉଣ୍ଟକୁ ଏମଏସପି ସହ ଆଉ ଅଧିକ ୮ଶହ ଟଙ୍କା ଇନପୁଟ ସବସିଡି ପ୍ରଦାନ କରିଥିଲେ । ସୋହେଲା ସମାବେଶ ସଂପୂର୍ଣ୍ଣ ଭାବେ ରାଜ୍ଯ ସରକାରଙ୍କ ଏକ ସରକାରୀସ୍ତର କାର୍ଯ୍ଯକ୍ରମ ହୋଇଥିବା ବେଳେ ଓ ରାଜ୍ଯ ସରକାର ଏହି ସମାବେଶର ସମସ୍ତ ଖର୍ଚ୍ଚ ବହନ କରିଥିବା ସତ୍ତ୍ବେ ବରଗଡ ଜିଲ୍ଲାର ମିଲର୍ସ ମାନଙ୍କ ଠାରୁ ବହୁ ଟଙ୍କା ସଂଗ୍ରହ କରା ଯାଇଥିବାର ଏକ ସମ୍ବାଦ ପ୍ରକାଶିତ ହୋଇଥିଲା  । ଦ୍ବିତୀୟରେ ବିଜୁ ଜନତାଦଳ ସରକାର ସମୟରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯରେ ଟେଣ୍ଡର ଫିକ୍ସିଙ୍ଗ ପ୍ରକ୍ରିୟା କରି ରାଜ୍ଯ ସରକାରଙ୍କ ରାଜକୋଷରୁ କୋଟିକୋଟି ଟଙ୍କା ଲୁଟ କରାଯାଉ ଥିଲା। ବିଜେପିର ସରକାର ସମୟରେ ପୁଣି ସେହି ପ୍ରକ୍ରିୟା ଚାଲୁ ରଖିବା ପାଇଁ ଏକ ଟେଣ୍ଡର ଫିକ୍ସିଙ୍ଗ ମିଟିଂ ଠିକାଦାର ସଂଘ ଓ ବିଧାୟକ ମାନଙ୍କ ମଧ୍ଯରେ ବରଗଡ ରେ ଅନୁଷ୍ଠିତ ହୋଇଥିବା ସମ୍ବାଦ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇ ଥିଲା। ଓଡ଼ିଶାର ପ୍ରାୟ ସମସ୍ତ ପ୍ରତିଷ୍ଠିତ ସମ୍ବାଦପତ୍ରରେ ଏହି ୨ଟି ସମ୍ବାଦ ପ୍ରକାଶିତ ହୋଇଥିଲା। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ୨ଜଣ ବିଧାୟକ ସର୍ବସାଧାରଣରେ ସାମ୍ବାଦିକ ଶ୍ରୀ ପାଣୀଙ୍କୁ ଗାଳିଗୁଲଜ ଏପିରିକି ମର୍ଡର କରିବାର ଧମକ ମଧ୍ଯ ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ବିଜେପିର କେତେକ ବରିଷ୍ଠ କାର୍ଯ୍ଯକର୍ତ୍ତା ପ୍ରତିବାଦ କରିଥିଲେ ମଧ୍ଯ ସେମାନେ କାହାରି କଥା ଶୁଣି ନଥିଲେ । ତେବେ ସାମ୍ବାଦିକ ଶ୍ରୀ ପାଣୀ ମୁଖ୍ଯମନ୍ତ୍ରୀଙ୍କ ଠାରେ ଲିଖିତ ଅଭିଯୋଗ କରିବା ପରେ ମୁଖ୍ଯମନ୍ତ୍ରୀ ନିଜ ସରକାରର ସ୍ବଛ ଛବିକୁ ଦେଖି କି ପଦକ୍ଷେପ ନେବେ ତାହା ଦେଖିବାକୁ ବାକି ରହିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ, ଶିକ୍ଷକ-ଛାତ୍ରଛାତ୍ରୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଶୋକର ଛାୟା*   10-Sep-2026
  ଜିଲ୍ଲା  
*ଡ଼ାବୁଗାଁ ବନାଞ୍ଚଳରେ ବିପୁଳ ପରିମାଣରେ ଶାଗୁଆନ ଗଣ୍ଡି ଓ ପଟା ଜବତ*   10-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଉଦଘାଟିତ -୧୪ ବ୍ଲକର ବିଜ୍ଞାନ ପ୍ରତିଭାଙ୍କ ମଧ୍ୟରେ ହେବ ମହାମୁକାବିଲା!   10-Sep-2026
  ଜିଲ୍ଲା  
*ଖବର ଆଜିର*  ତାରିଖ:୧୦/୦୯/୨୬, ଗୁରୁବାର    10-Sep-2026
ପ୍ରେସ କ୍ଲବ ନିର୍ବାଚନକୁ ଅସିଦ୍ଧ ଓ ଅବୈଧ ଘୋଷଣା ପାଇଁ କୋର୍ଟରେ ମାମଲା: ପ୍ରତିପକ୍ଷଙ୍କୁ ଅଦାଲତରୁ ନୋଟିସ I   10-Sep-2026
  ଜିଲ୍ଲା  
ନିଆଳି ଅଞ୍ଚଳର ଟାଟା ପାୱାର ଭିତ୍ତିଭୂମିର ସମୀକ୍ଷା କଲେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ   09-Sep-2026
  ଜିଲ୍ଲା  
ଝାଡଖଣ୍ଡ ଯଦି ରାଜସ୍ବ ହାସଲ କଲା ତେବେ ଓଡିଶା କରୁଥିଲା କଣ ? ♦️ ଏମଏମଡିଆର କଳା ଆଇନ ପ୍ରତ୍ୟାହାରକୁ ନେଇ କଂଗ୍ରେସ ବିଧାୟକ ଦଳର ଯୁଦ୍ଧ ଘୋଷଣା   09-Sep-2026
  ଜିଲ୍ଲା  
ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳର କର୍ମକର୍ତ୍ତା ଘୋଷିତ   09-Sep-2026
  ଜିଲ୍ଲା  
ଭୁବନେଶ୍ୱରରେ ‘ବିକଶିତ ଭାରତ ଯୁବ ନେତୃତ୍ୱ ସଂଳାପ-୨୦୨୭’ର ଶୁଭାରମ୍ଭ: ଯୁବପିଢ଼ିଙ୍କୁ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଆହ୍ୱାନ   09-Sep-2026
  ଜିଲ୍ଲା  
ପ୍ରଫେସର କୀର୍ତ୍ତି ଚନ୍ଦ୍ର ଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ସମ୍ମାନ ରେ ସମ୍ମାନ    09-Sep-2026
  ରାଜ୍ୟ  
ଲୋୟର ସୁକତେଲକୁ ପଶ୍ଚିମ ଓଡ଼ିଶାର ପ୍ରମୁଖ ଜଳ-ପର୍ଯ୍ୟଟନ କେନ୍ଦ୍ର କରିବାକୁ ଦାବି♦️ ମୁଖ୍ୟମନ୍ତ୍ରୀଙ୍କୁ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଚିଠି   09-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ଯକ୍ଷ୍ମ| ମୁକ୍ତ ଭାରତ ଅଭିଯାନ ଆନୁକୂଲ୍ୟରେ ଏକ୍ସ-ରେ କାର୍ଯ୍ୟକ୍ରମ ।   09-Sep-2026

You Might Also Like