-+91-9937148622 |

prerana_bgr@rediffmail.com |

  Saturday 7th March 2026 |

| | | |

R.N.I. Regd No. ODIODI/2010/46693

Breaking News

ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   (07-Mar-2026)       ||      ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   (07-Mar-2026)       ||      ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   (07-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   (06-Mar-2026)       ||      ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   (06-Mar-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   (06-Mar-2026)       ||      ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି    (06-Mar-2026)       ||      ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   (06-Mar-2026)       ||      ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   (06-Mar-2026)       ||      ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (06-Mar-2026)       ||      ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ    (05-Mar-2026)       ||      *ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   (05-Mar-2026)       ||      *ଡାବୁଗାଁ ନିର୍ବାଚନମଣ୍ଡଳୀ ସ୍ତରୀୟ ୧୧୦ ତମ ବିଜୁ ଜୟନ୍ତୀ ପାଳିତ*   (05-Mar-2026)       ||      ନା ମିଳୁଛି ପାଣି ନା ହେଉଛି କେନାଲ ମରାମତି   (05-Mar-2026)       ||      ପୁରାତନ ଛାତ୍ରଙ୍କ ପକ୍ଷରୁ ଗୁରୁଙ୍କୁ ସମ୍ବର୍ଦ୍ଧନା   (05-Mar-2026)       ||      ବିଧାନସଭା ପରିସରରେ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   (05-Mar-2026)       ||      ହରିହର ଭେଟ ସମ୍ପନ୍ନ   (05-Mar-2026)       ||      ୟୁଜିସି ଆଇନ ସମର୍ଥନରେ ଜିଲ୍ଲା ଓବିସି ଏସ୍ ଟି ଏସ୍ ସି ମଞ୍ଚ ର ଗଣଧାରଣା ଏବଂ ବିକ୍ଷୋଭ   (05-Mar-2026)       ||      ଯୁବୋଦୟ ଛାତ୍ରଛାତ୍ରୀଙ୍କ ପାଇଁ ମାଛଚାଷ ଉପରେ ପ୍ରାୟୋଗିକ ପ୍ରଶିକ୍ଷଣ   (05-Mar-2026)       ||      ଖବର ପ୍ରସାରଣ ପରେ ମଧ୍ୟ ହେଉନି କାର୍ଯ୍ୟାନୁଷ୍ଠାନ♦️ଚେତୁନି ପ୍ରଶାସନ କି ରାଜସ୍ବ ବିଭାଗ    (05-Mar-2026)       ||     

HOME   ଜିଲ୍ଲା

ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ଅମୃତ କଳାକାର ପୁରସ୍କାର ପ୍ରଦାନ

21-May-2025



ଭୁବନେଶ୍ବର(ପ୍ରେରଣା ଖବର): କଳିଙ୍ଗ ଭାରତୀ ଏବଂ ଅକ୍ଷୟ ମିତ୍ର ପ୍ରତିଷ୍ଠାନର ପ୍ରତିଷ୍ଠାତା ଜାତୀୟ ସଭାପତି ଇଞ୍ଜିନିୟର ଅକ୍ଷୟ ସାମଲଙ୍କୁ ସମ୍ମାନସ୍ପଦ ଅମୃତ କଳାକାର ପୁରସ୍କାର ପ୍ରଦାନ କରାଯାଇଛି। ସୁଦୂର ହରିୟାଣାର ଗୁରୁଗ୍ରାମଠାରେ ଅବସ୍ଥାନ କରୁଥିବା ଇଂ. ସାମଲ ଓଡ଼ିଶା ମାଟି ଓ ଓଡ଼ିଆ ଭାଷାର ପ୍ରଚାର, ପ୍ରସାର ଓ ପ୍ରୋତ୍ସାହନ ପାଇଁ ତାଙ୍କର ଉଲ୍ଲେଖନୀୟ ଅବଦାନ ଦୃଷ୍ଟିରୁ ଏହି ପୁରସ୍କାର ପାଇଁ ବିବେଚିତ କରାଯାଇଥିବା ଅମୃତ କଳାକାର ଅନୁଷ୍ଠାନର ସଭାପତି ବସନ୍ତ କୁମାର ଦାସ ଏବଂ ସଂସ୍ଥାପକ ସମ୍ପାଦକ ରାଜ କିଶୋର ଗୋଚ୍ଛାୟତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଜୟଦେବ ଭବନଠାରେ ଅମୃତ କଳାକାର ଦ୍ୱାରା ଆୟୋଜିତ 'ଆମ ମାଟି, ଆମ ଭାଷା” ଶୀର୍ଷକ ଏକ ଅନନ୍ୟ ସାଙ୍ଗୀତିକ କାର୍ଯ୍ୟକ୍ରମ ଅବସରରେ ଇଂ. ସାମଲଙ୍କୁ ବିଶିଷ୍ଟ ଅତିଥି ଓଡ଼ିଶା ସଂଗୀତ ନାଟକ ଏକାଡେମୀର ସଚିବ ଡ଼ଃ ଚନ୍ଦ୍ର ଶେଖର ହୋତା, ୱାର୍ଲଡ ଓଡିଶା ସୋସାଇଟିର ଅଧ୍ୟକ୍ଷ କିଶୋର ଦ୍ବିବେଦୀ, ପ୍ରତିଷ୍ଠିତ ପ୍ରକାଶକ ବନୋଜ ତ୍ରିପାଠୀ ଏବଂ ପ୍ରସିଦ୍ଧ କବି ଡ଼ଃ ଅଶୋକ କୁମାର ପୁହାଣ ପ୍ରମୁଖ ଏହି ପୁରସ୍କାର ପ୍ରଦାନ କରିଥିଲେ। ଇଂ. ଅକ୍ଷୟ ସାମଲ ତାଙ୍କର ଉତ୍କୃଷ୍ଟ ଜନସେବା ଏବଂ ଉତ୍ସର୍ଗୀକୃତ ମାନବ କଲ୍ୟାଣ କାର୍ଯ୍ୟକ୍ରମ ପାଇଁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିଛନ୍ତି। ଇଂ. ସାମଲଙ୍କର ତତ୍ତ୍ଵାବଧାନରେ କଳିଙ୍ଗ ଭାରତୀ ପ୍ରତିଷ୍ଠାନ ଜାତୀୟ ରାଜଧାନୀ କ୍ଷେତ୍ରରେ ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଭାଷା, ସ୍ଥାପତ୍ୟ, ଭାସ୍କର୍ଯ୍ୟ, ହସ୍ତକଳା, ଖାଦ୍ୟ ସାମଗ୍ରୀ ଏବଂ ପରିପାଟୀକୁ ଦୀର୍ଘ ତିନି ଦଶନ୍ଧି ଧରି ଲୋକପ୍ରିୟ କରିବାରେ ମହତ୍ତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଥିବା ଲକ୍ଷ୍ୟ କରାଯାଇଛି। କଳିଙ୍ଗ ମ୍ୟାନେଜମେଣ୍ଟ କନସଲଟାନ୍ସିର ସଂସ୍ଥାପକ ଇଂ. ସାମଲ ଏହି ସଂସ୍ଥା ଜରିଆରେ ମୁଖ୍ୟତଃ  ତାଙ୍କର ଜନ୍ମମାଟି ମାହାଙ୍ଗା ଅଞ୍ଚଳର ତିନିଶହରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ସ୍ଥାୟୀ ନିଯୁକ୍ତି ପ୍ରଦାନ କରିପାରିଛନ୍ତି। ଇଂ. ସାମଲ କୋଭିଡ ମହାମାରୀ କାଳରେ ସମୟକ୍ରମେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେଇ ଶତାଧିକ ଦୁର୍ଲଭ ଜୀବନକୁ ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା କରିବାରେ ସକ୍ଷମ ହୋଇଥିବା ଜଣାଯାଇଥିଲା। ପେଶାରେ ଜଣେ ପ୍ରଡକ୍ସନ ଇଞ୍ଜିନିୟର ଭାବରେ ଦୀର୍ଘ ୨୩  ବର୍ଷ କାଳ ବିଭିନ୍ନ ନାମି ଦାମୀ କମ୍ପାନୀରେ ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇ କାର୍ଯ୍ୟ କରିବା ପରେ ନିଜର ଜନ୍ମଭୂମିର ସେବା କରିବା ଉଦ୍ଦେଶ୍ୟରେ ଇଂ. ସାମଲ ଚାକିରୀରୁ ଅବ୍ୟାହତି ନେଇଛନ୍ତି । ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାରର ପ୍ରତିଷ୍ଠାତା ସଭାପତି, ଉତ୍କଳ ଜ୍ୟୋତି ଦାତବ୍ୟ ସଙ୍ଗଠନର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଏବଂ ସାରା ଦେଶର ୨୧ଟି ଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ସହିତ ସକ୍ରିୟ ଭାବରେ ସମ୍ପୃକ୍ତ ରହିଆସିଥିବା ଇଂ. ସାମଲଙ୍କର ଜାତୀୟ ସ୍ତରରେ  ପ୍ରବାସୀ ଓଡ଼ିଆମାନଙ୍କର ସର୍ବାଙ୍ଗୀନ ବିକାଶ କ୍ଷେତ୍ରରେ ବ୍ୟାପକ ଅବଦାନ ରହିଛି। ଇଂ ସାମଲଙ୍କ ଦ୍ୱାରା ନୂଆଦିଲ୍ଲୀ ଠାରେ ଆୟୋଜିତ ଆନ୍ତର୍ଜାତିକ ଜଗନ୍ନାଥ ମହୋତ୍ସବରେ ଛଟି ଦେଶର ଶ୍ରଦ୍ଧାଳୁ ଏବଂ ଗଜପତି ମହାରାଜା

ଶ୍ରୀ ଦିବ୍ୟ ସିଂହ ଦେବ ଓ ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପ୍ରମୁଖ ଯୋଗ ଦେଇଥିଲେ ।

ଏକଦା ୮ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ମୃତ୍ୟୁବରଣ କରିଥିବା ଜୈନିକ ବ୍ୟକ୍ତିଙ୍କର ଗରିବ ଓ ଅସହାୟ ବିଧବା ପତ୍ନୀଙ୍କୁ ଘଟଣାର ପ୍ରମୁଖ ସାକ୍ଷୀ ହିସାବରେ ଶ୍ରୀ ସାମଲ, ଦୀର୍ଘ ୮ ବର୍ଷ ଧରି କୋର୍ଟ ରେ ମକଦ୍ଦମା ଲଢ଼ି ସନ୍ତୋଷ ଜନକ କ୍ଷତି ପୂରଣ ପ୍ରଦାନ କରାଇ ଖୁବ୍ ସୁନାମ ଅର୍ଜନ କରିଛନ୍ତି। ଇଂ. ସାମଲ ନିଜର ଜନ୍ମମାଟି ମାହାଙ୍ଗାର ସର୍ବାଙ୍ଗୀନ ଉନ୍ନୟନ ଅଭିପ୍ରାୟରେ ନିକଟରେ ଅକ୍ଷୟ ମିତ୍ର ପ୍ରତିଷ୍ଠାନର ସ୍ଥାପନା କରିଛନ୍ତି। ଇଂ ସାମଲ ଭୂମିପୁତ୍ର ହୋଇଥିବାରୁ ମାହାଙ୍ଗାର ତୃଣମୂଳ ସ୍ତରର ସମସ୍ୟା ଓ ସେଗୁଡ଼ିକର ସମାଧାନର ସୂତ୍ର ସମ୍ପର୍କରେ ଅଙ୍ଗାଙ୍ଗୀ ଭାବେ ପରିଚିତ ଅଛନ୍ତି। ଅକ୍ଷୟ ମିତ୍ର ଅନୁଷ୍ଠାନ ଜରିଆରେ ଇଂ. ସାମଲ ମାହାଙ୍ଗା ଅଞ୍ଚଳର ଥିବା ତାଙ୍କର ଅସଂଖ୍ଯ ପ୍ରସଂଶକ ଓ ସମର୍ଥକମାନଙ୍କୁ ନେଇ ସେହି ଇଲାକାରେ ଶିକ୍ଷା, କୃଷି, ଶିଳ୍ପ ତଥା ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହିତ ଯୁବକ, ମହିଳା ଏବଂ କୃଷକ ମାନଙ୍କୁ ସ୍ୱାବଲମ୍ବୀ କରାଇ ନୂଆ ମାହାଙ୍ଗା ଗଢି ତୋଳିବା ପାଇଁ ତାଙ୍କର ସ୍ବପ୍ନ ଓ ଯୋଜନା ଥିବା ପ୍ରକାଶ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଆଗଲପୁର ରେ ନୂତନ ଥାନା ଗୃହର ଶୁଭ ଉଦଘାଟନ   07-Mar-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଧରିତ୍ରୀ ସାମ୍ବାଦିକଙ୍କ ପିତୃ ବିୟୋଗ |   07-Mar-2026
  ଜିଲ୍ଲା  
ସୁଧୁରୁନାହିଁ ଟ୍ରାଫିକ ସମସ୍ୟା: ପୋଲିସ ନିରବ, ପ୍ରଶାସନ ଚୁପ   07-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସୁବର୍ଣ୍ଣପୁର ରେ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ*   06-Mar-2026
  ଜିଲ୍ଲା  
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଜିଲ୍ଲାସ୍ତରୀୟ ସମୂହ ଯୋଗ ଶିବିର   06-Mar-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଜିଲ୍ଲା ଠିକାଦାର ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀ ଙ୍କୁ ଦାବୀ ପତ୍ର ପ୍ରଦାନ*-   06-Mar-2026
  ଜିଲ୍ଲା  
ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟ ପୋଷ୍ଟ ଗ୍ରାଜୁଏସନ ଇତିହାସ ବିଭାଗ ତରଫରୁ ଏକ ଦିବସୀୟ ନେସନାଲ ସେମିନାର ଆସନ୍ତାକାଲି   06-Mar-2026
  ଜିଲ୍ଲା  
ଦିବ୍ୟାଙ୍ଗ ଛାତ୍ରଙ୍କୁ ଚାରି ଚକିଆ ମୋଟର ସାଇକେଲ୍ ପ୍ରଦାନ କଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି   06-Mar-2026
  ଜିଲ୍ଲା  
ମୀନକେତନ ଦାଶ ଚାକିରିରୁ ଅବସର ନେଲେ: ମାୟାବର୍ହା ଓ ପୈତୃକ ଗ୍ରାମ ଖଲିଆପାଲି ଉତ୍ସବ ମୁଖର   06-Mar-2026
  ଜିଲ୍ଲା  
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ପାଳିତ   06-Mar-2026
  ଜିଲ୍ଲା  
ମାଲକାନଗିରି ଜିଲ୍ଲା ବିଜେଡି ତରଫରୁ ବିଜୁବାବୁଙ୍କ ବାବୁଙ୍କ ଜୟନ୍ତୀ ପାଳନ   05-Mar-2026
  ଜିଲ୍ଲା  
*ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ*-   05-Mar-2026

You Might Also Like