-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
06-May-2025
(ଡୋଲେଶ୍ୱର ବାଗ)
ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୁଲ୍ୟରେ ପରିଚାଳିତ ମାଟ୍ରିକ ପରୀକ୍ଷାରେ ନୂଆପଡା ଜିଲ୍ଲା ଏଥର ଭଲ ପ୍ରଦର୍ଶନ କରିଅଛି। ଜିଲ୍ଲାରେ ସାମଗ୍ରିକ ପାସ୍ ହାର ୯୭.୫ ପ୍ରତିଶତ ଥିଲାବେଳେ ଏହା ସମଗ୍ର ରାଜ୍ୟରେ ୧୪ ନମ୍ୱର୍ ସ୍ଥାନରେ ରହିଛି । ଗତବର୍ଷ ନୂଆପଡା ଜିଲ୍ଲାର ସ୍ଥାନ ୩୦ ନମ୍ବର୍ ରେ ଥିଲା । ଏବର୍ଷ ଜିଲ୍ଲାରେ ଏ ୧ ଗ୍ରେଡ ରେ ଦୁଇ ଜଣ ଛାତ୍ରୀ ଥିଲାବେଳେ ଏ ୨ ଗ୍ରେଡରେ ରେକର୍ଡ ସଂଖ୍ୟକ ୯୯ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଏମାନଙ୍କୁ ସେମାନଙ୍କ ନୂତନ ଜୀବନ ଯାତ୍ରାରେ ଉତ୍ସାହିତ କରିବା ସହିତ ଆସନ୍ତା ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ସଫଳ ହେବା ନିମିତ୍ତ ପ୍ରେରଣା ଯୋଗାଇବା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଏ ୧ ଏ ୨ ଗ୍ରେଡ ପାଇଥିବା ସମସ୍ତ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ ।
ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନରେ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ କରୁଣାକର ଭୂଏଙ୍କ ସଭାପତିତ୍ବ କରିଥିଲେ। ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ ଶିକ୍ଷାବିତ୍ ତଥା ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ସଦସ୍ୟ ଡଃ ଶିବ ପ୍ରସାଦ ବେହେରା, ଅଥିତି ରୂପେ ସୁଧାଂଶୁ ମିଶ୍ର ।